ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ୧୬.୩୩ କୋଟି ଟିକା ମାଗଣା ଯୋଗାଇଛନ୍ତି ଭାରତ ସରକାର

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିକଟରେ ଏବେ ବି ଟିକା ଦେବା ପାଇଁ ଏକ କୋଟିରୁ ଉର୍ଦ୍ଧ୍ୱ ଟିକା ମହଜୁଦ

ଆସନ୍ତା ତିନିଦିନ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ପାଇବେ ୧୯ଲକ୍ଷରୁ ଅଧିକ ମାତ୍ରା

Posted On: 30 APR 2021 12:23PM by PIB Bhubaneshwar

କରୋନା ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ପରୀକ୍ଷା, ଚିହ୍ନଟ, ଉପଚାର, କୋଭିଡ ମାର୍ଗଦର୍ଶିକା ପାଳନ ଟିକାକରଣ  । ଭାରତ ସରକାର ଦେଶରେ କୋଭିଡ-୧୯ ମହାମାରୀ ପରିଚାଳନାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।  କୋଭିଡ ମହାମାରୀ ରୋକିବା ନିମନ୍ତେ କେନ୍ଦ୍ର ସରକାର ଅନେକଗୁଡିକ ପଦକ୍ଷେପ ନେଇଛନ୍ତି ।

ଭାରତ ସରକାର ଏପର୍ଯ୍ୟନ୍ତ ପାଖାପାଖି ୧୬.୩୩ କୋଟି ଟିକା (୧୬, ୩୩, ୮୫,୦୩୦) ଆଜି ସକାଳ ୮ଟା ସୁଦ୍ଧା ତଥ୍ୟ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦେଇଛନ୍ତି । ଏପର୍ଯ୍ୟନ୍ତ ନଷ୍ଟ ହୋଇଥିବା ମାତ୍ରାକୁ ମିଶାଇ ମୋଟ ୧୫, ୩୩, ୫୬, ୫୦୩ ଟିକା ବ୍ୟବହୃତ ହୋଇଛି ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ଏକ କୋଟିରୁ ଅଧିକ (୧,୦୦,୨୮,୫୨୭)କୋଭିଡ ଟିକା ଏବେ ବି ମହଜୁଦ ରହିଛି । ଏଥିସହ ଆଉ ପାଖାପାଖି ୨୦ଲକ୍ଷ (୧୯, ୮୧, ୧୧୦) ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ଆଗାମୀ ତିନିଦିନ ମଧ୍ୟରେ ପହଞ୍ଚିବ ବୋଲି ଜଣାପଡିଛି ।

*****

SM/SLP



(Release ID: 1715053) Visitor Counter : 260