ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୧୪.୭୮ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୨.୬୦ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ

Posted On: 28 APR 2021 11:17AM by PIB Bhubaneshwar

ଭାରତରେ ଏ ପର୍ଯ୍ୟନ୍ତ ୧୪.୭୮ କୋଟି ଡୋଜରୁ ଅଧିକ କୋଭିଡ-୧୯ ଟିକାକରଣ ହୋଇଛି ।

ଆଜି ସକାଳ ୭ଟା ସୁଦ୍ଧା ୨୧,୧୮,୪୩୫ ସେସନରେ ୧୪,୭୮,୨୭,୩୬୭ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୩,୪୭,୭୭୫ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧,୦୬,୨୩୭ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୨୨,୨୧,୯୭୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୫,୨୬,୩୭୮ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୧୦,୮୫,୬୭୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୯୩,୩୭,୨୯୨ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୫,୦୨,୭୪,୫୮୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨୯,୨୭,୪୫୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

93,47,775

61,06,237

1,22,21,975

65,26,378

5,02,74,581

29,27,452

5,10,85,677

93,37,292

14,78,27,367

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୨୬% ଟିକା ଦଶଟି ରାଜ୍ୟରେ ଦିଆଯାଇଛି ।

ଟିକାକରଣ ଅଭିଯାନର ୧୦୨ ତମ ଦିବସ (୨୭ ଏପ୍ରିଲ ୨୦୨୧)ରେ ୨୫,୫୬,୧୮୨ ଡୋଜ୍ ଟିକା ଦିଆଯାଇଛି । ୨୨,୯୮୯ ସେସନରେ ୧୫,୬୯,୦୦୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୯,୮୭,୧୮୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଦେଶରେ ମୋଟ ୧,୪୮,୧୭,୩୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୮୨.୩୩% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୧,୧୬୨ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୯.୦୧% ସୁସ୍ଥ ଆସିଛନ୍ତି ଦଶ ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦,୯୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦେଶରେ ଆସିଥିବା ନୂଆ କରୋନା ମାମଲାର ୭୩.୫୯% ମାମଲା ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୬,୩୫୮ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୨,୯୨୧ ଏବଂ କେରଳରେ ୩୨,୮୧୯ ଜଣ ଚିହ୍ନଟ ହୋଇଛନ୍ତି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ୨୯,୭୮,୭୦୯ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧୬.୫୫% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ କରୋନା ମାମଲାରେ ସିଧାସଳଖ ୯୬,୫୦୫ ବୃଦ୍ଧି ହୋଇଛି ।

ଦେଶର ମୋଟ ସକ୍ରିୟ ମାମଲାର ୭୧.୯୧% ମାମଲା ରହିଛି ୯ଟି ରାଜ୍ୟରେ ।

ଜାତୀୟ ମୃତୁ୍ୟ ହାର ଇତି ମଧ୍ୟରେ ହ୍ରାସ ପାଇ ୧.୧୨% ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୯୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ଏହି ମୃତୁ୍ୟରୁ ୭୮.୫୩% ମୃତୁ୍ୟ ହୋଇଛି ଦଶ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୯୫ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୩୮୧ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ପାଞ୍ଚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲାକ୍ଷାଦ୍ୱୀପ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।

SR



(Release ID: 1714624) Visitor Counter : 244