ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ବିଶ୍ୱର ବୃହତ୍ତମ କୋଭିଡ-୧୯ ଟିକାକରଣ ଅଭିଯାନ ଶହେ ଦିନରେ ପହଞ୍ଚିଥିବା ବେଳେ ମୋଟ ଟିକାକରଣ ୧୪.୧୯ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨.୧୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ପାଞ୍ଚ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ

Posted On: 26 APR 2021 10:42AM by PIB Bhubaneshwar

ଭାରତରେ ବିଶ୍ୱର ବୃହତ୍ତମ କୋଭିଡ-୧୯ ଟିକାକରଣ ଅଭିଯାନ ଆଜି ଶହେ ଦିନରେ ପହଞ୍ଚିଥିବା ବେଳେ ମୋଟ ଟିକାକରଣ ୧୪.୧୯ କୋଟି ଡୋଜକୁ ଅତିକ୍ରମ କରିଛି ।

ଆଜି ସକାଳ ୭ଟା ସୁଦ୍ଧା ଦେଶରେ ୨୦,୪୪,୯୫୪ ସେସନରେ ୧୪,୧୯,୧୧,୨୨୩ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୨,୯୮,୦୯୨ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୦,୦୮,୨୩୬ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୧୯,୮୭,୧୯୨ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୩,୧୦,୨୭୩ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୯୮,୭୨,୨୦୯ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୯,୨୩,୨୯୫ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ବୟସର ୪,୮୧,୦୮,୨୯୩ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨୪,୦୩,୬୩୩ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

92,98,092

60,08,236

1,19,87,192

63,10,273

4,81,08,293

24,03,633

4,98,72,209

79,23,295

14,19,11,223

 

ଦେଶରେ ହୋଇଥିବା ମୋଟ ଟିକାକରଣର ୫୮.୭୮% ଟିକା ଆଠଟି ରାଜ୍ୟରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୦ ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୧୦୦ ତମ ଦିବସ (୨୫ ଏପ୍ରିଲ ୨୦୨୧)ରେ ୯,୯୫,୨୮୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରୁ ୧୧,୯୮୪ ସେସନରେ ୬,୮୫,୯୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩,୦୯,୩୪୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

Date: 25th April, 2021 (Day-100)

HCWs

FLWs

45 to 60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

7,602

12,602

36,946

19,782

4,24,503

73,395

2,16,893

2,03,565

6,85,944

3,09,344

 

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ୧,୪୩,୦୪,୩୮୨ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୮୨.୬୨% ।

ଗତ ୨୪ ଘଣ୍ଟା ମଧ୍ୟରେ ୨,୧୯,୨୭୨ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୮.୯୮% ସୁସ୍ଥ ହୋଇଛନ୍ତି ୧୦ ରାଜ୍ୟରେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୨,୯୯୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶରେ ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୭୪.୫% ମାମଲା ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୬,୧୯୧ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୫,୩୧୧ ଏବଂ କର୍ଣ୍ଣାଟକରେ ୩୪,୮୦୪ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥିବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି ।

ଦେଶର ମୋଟ କରୋନା ସକ୍ରିୟ ମାମଲା ୨୮,୧୩,୬୫୮ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୬.୨୫% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୩୦,୯୦୭ ମାମଲା ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡ଼ୁ, ଗୁଜରାଟ ଏବଂ କେରଳରେ ଭାରତର ମୋଟ ସକ୍ରିୟ ମାମଲାର ୬୯.୬୭% ମାମଲା ରହିଛି ।

ଦେଶରେ ଜାତୀୟ ମୃତୁ୍ୟହାର ହ୍ରାସ ପାଇ ୧.୧୩% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରେ ୭୯.୬୬% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୩୨ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୩୫୦ ମୃତୁ୍ୟ ହୋଇଛି ।

ପାଞ୍ଚଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ଲାକ୍ଷାଦ୍ୱୀପ, ମିଜୋରାମ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।

 

SR



(Release ID: 1714103) Visitor Counter : 223