ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ ଟିକାକରଣ ୧୩.୫୪ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ଭାରତର ମୋଟ ସକ୍ରିୟ ମାମଲାର ୬୦% ମାମଲା ଅଛି ପାଞ୍ଚ ରାଜ୍ୟରେ

ଗତ ୨୪ ଘଣ୍ଟା ମଧ୍ୟରେ ୧.୯୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

Posted On: 23 APR 2021 10:29AM by PIB Bhubaneshwar

ବିଶ୍ୱର ବୃହତ କୋଭିଡ-୧୯ ଟିକାକରଣ ଅଭିଯାନରେ ଭାରତରେ ୧୩.୫୪ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ମଧ୍ୟରେ ୧୯,୩୮,୧୮୪ ସେସନରେ ୧୩,୫୪,୭୮,୪୨୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୨,୪୨,୩୬୪ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯,୦୪,୭୩୯ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୭,୩୧,୯୫୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୦,୭୭,୨୬୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୮୫,୩୪,୮୧୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୬୫,୨୧,୬୬୨ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୫୫,୬୪,୩୩୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୯,୦୧,୨୯୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୦୮% ଟିକା ଦିଆଯାଇଛି ଆଠଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image001QE6A.jpg

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ଆଠ ରାଜ୍ୟରେ ହୋଇଥିବା ଟିକାକରଣରର ହିସାବ ଉଲ୍ଲେଖ ହୋଇଛି ।

https://static.pib.gov.in/WriteReadData/userfiles/image/image002C928.jpg

ଗତ ୨୪ ଘଣ୍ଟା ମଧ୍ୟରେ ୩୧ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୭ତମ ଦିବସ (୨୨ ଏପ୍ରିଲ ୨୦୨୧)ରେ ୩୧,୪୭,୭୮୨ ଡୋଜ୍ ଟିକା ଦିଆଯାଇଛି । ୨୮,୬୮୩ ସେସନରେ ୧୯,୨୫,୮୭୩ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୨,୨୧,୯୦୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨,୭୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ମୋଟ ନୂଆ କରୋନା ମାମଲାର ୭୫.୦୧% ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୭,୦୧୩ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୪,୨୫୪ ଏବଂ କେରଳରେ ୨୬,୯୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image00333Y3.jpg

ନିମ୍ନବର୍ତ୍ତୀ ଗ୍ରାଫରେ ସୂଚିତ ହୋଇଥିବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି ।

https://static.pib.gov.in/WriteReadData/userfiles/image/image004BQDA.jpg

https://static.pib.gov.in/WriteReadData/userfiles/image/image005HKFP.jpg

https://static.pib.gov.in/WriteReadData/userfiles/image/image0060WC4.jpg

ନିମ୍ନରେ ଦିଆଯାଇଥିବା ଗ୍ରାଫରେ  ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ହୋଇଥିବା ଦୈନିକ ପଜିଟିଭିଟି ହାର ଏବଂ ଟେଷ୍ଟ ସମ୍ପର୍କରେ ସୂଚିତ କରାଯାଇଛି ।

https://static.pib.gov.in/WriteReadData/userfiles/image/image00728Y1.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୨୪,୨୮,୬୧୬ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ ସଂଖ୍ୟାର ୧୪.୯୩% । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୩୭,୧୮୩ ମାମଲା ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୫୯.୧୨% ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image008XGGK.jpg

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୩୬,୪୮,୧୫୯ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୮୩.୯୨% ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୯୩,୨୭୯ ଜଣ ସୁସ୍ଥ ହୋଇଛନ୍ତି ।

ଜାତୀୟ ମୃତୁ୍ୟହାର ହ୍ରାସ ପାଇ ଏବେ ୧.୧୫% ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୬୩ ଜଣଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୮୧.୭୯% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୫୬୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୩୦୬ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image0099LR1.jpg

ସାତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ବିଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ଘୋଳୟ, ମିଜୋରାମ, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1713540) Visitor Counter : 254