ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅମ୍ଳଜାନ ଯୋଗାଣ ଓ ଉପଲବ୍ଧତା ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

Posted On: 22 APR 2021 3:59PM by PIB Bhubaneshwar

 ଦେଶରେ ଅମ୍ଳଜାନ ଯୋଗାଣ ଓ ଏହାର ଉପଲବ୍ଧତାକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଅମ୍ଳଜାନ ଯୋଗାଣ ବଢାଇବା ନେଇ ଗତ କେତେ ସପ୍ତାହ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଏ ଦିଗରେ କେତେକ ତ୍ୱରିତ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ସେଗୁଡିକ ହେଲା ଅମ୍ଳଜାନ ଉତ୍ପାଦନ ବୃଦ୍ଧି, ଶୀଘ୍ର ବିତରଣ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ଅମ୍ଳଜାନ ତୁରନ୍ତ ଉପଲବ୍ଧ କରାଇବା ନେଇ ଅଭିନବ ଉପାୟ ଇତ୍ୟାଦି ।

ରାଜ୍ୟଗୁଡିକ ସହ ସମନ୍ୱୟ ରକ୍ଷା କରି ସେମାନଙ୍କ ଅମ୍ଳଜାନ ଚାହିଦାର ଆକଳନ ତଥା ସେହି ଅନୁସାରେ ତୁରନ୍ତ ଯୋଗାଣକୁ ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ରାଜ୍ୟଗୁଡିକ ଅମ୍ଳଜାନ ଯୋଗାଣ ଗତି କିପରି  ବୃଦ୍ଧି ପାଉଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ୨୦ଟି ରାଜ୍ୟର ବର୍ତମାନ ଦୈନିକ ଆବଶ୍ୟକତା ୬. ୭୮୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ ଦରକାର ହେଉଥିବା ବେଳେ ସରକାର ଏପ୍ରିଲ ୨୧ ତାରିଖ ସୁଦ୍ଧା ଏହି ରାଜ୍ୟଗୁଡିକୁ ୬, ୮୨୨ ମେଟ୍ରିକ ଟନ୍ ଆବଣ୍ଟନ କରିଛନ୍ତି ।

ଗତ କିଛିଦିନ ମଧ୍ୟରେ ତରଳ ମେଡିକାଲ ଅମ୍ଳଜାନ ଉତ୍ପାଦନ ଦୈନିକ ୩, ୩୦୦ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ଘରୋଇ, ସରକାରୀ ଉଦ୍ୟୋଗ ପରିଚାଳିତ ଇସ୍ପାତ କାରଖାନା, ଶିଳ୍ପାନୁଷ୍ଠାନ, ଅମ୍ଳଜାନ ପ୍ରସ୍ତୁତ କର୍ତ୍ତା ଓ ଅତ୍ୟାବଶ୍ୟକ ନ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ  ଅମ୍ଳଜାନ ଯୋଗାଣ ବନ୍ଦ କରି ଏହା ସମ୍ଭବ ହୋଇଛି ବୈଠକରେ ସୂଚନା ଦିଆଯାଇଛି । ମଞ୍ଜୁରୀପ୍ରାପ୍ତ ପିଏସ୍‌ଏ ଅମ୍ଳଜାନ କାରଖାନାଗୁଡିକ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ  କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଥିବା ଅଧିକାରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

            ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଯେପରି ବାଧିତ ନ ହୁଏ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ କୌଣସି ବାଧା ଉପୁଜିଲେ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟଗୁଡିକୁ ମଧ୍ୟ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ଓ ଯୋଗାଣ ସମ୍ପର୍କରେ ଅଭିନବ ଉପାୟ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ ।

            ଉଦ୍‌ଜାନ ଓ ଆରଗନ୍ ଟ୍ୟାଙ୍କର ଗୁଡିକୁ ବଦଳାଇ ଅଧିକ କ୍ରାୟୋଜେନିକ ଟ୍ୟାଙ୍କର ଉପଲବ୍ଧ କରିବା ତଥା ଟ୍ୟାଙ୍କର ଆମଦାନୀ ଓ ବିମାନଯୋଗେ ପରିବହନ ବା ନିର୍ମାଣ ନେଇ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।

            ବିଭିନ୍ନ ରାଜ୍ୟଗୁଡିକୁ ଅମ୍ଳଜାନର ଦ୍ରୁତ ପରିବହନ ପାଇଁ ମଧ୍ୟ  ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ରେଳଯୋଗେ ଦୂର ଦୂରାନ୍ତରେ ଟ୍ୟାଙ୍କର ପହଞ୍ଚାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିପାଇଁ ପ୍ରଥମ ରେଳରେକ ମୁମ୍ବାଇଠାରୁ ଭାଇଜାକ୍ ପହଞ୍ଚିଛି । ଏହା ୧୦୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ । ଯାତ୍ରା ସମୟ ହ୍ରାସ ପାଇଁ ଖାଲି ଅମ୍ଳଜାନ ଟ୍ୟାଙ୍କର ମଧ୍ୟ ବିମାନଯୋଗେ ଅମ୍ଳଜାନ ଯୋଗାଣକାରୀ ସ୍ଥାନରେ ପହଞ୍ଚାଯାଉଛି

            ମେଡିକାଲ ପ୍ରତିନିଧି ମଧ୍ୟ ଅମ୍ଳଜାନର ଉଚିତ ବ୍ୟବହାର ସମ୍ପର୍କରେ ବୈଠକରେ ସେମାନଙ୍କର ମତ ରଖିଥିଲେ । କେତେକ ରାଜ୍ୟରେ ଅମ୍ଳଜାନ ଯୋଗୁଁ ରୋଗୀସେବା ବ୍ୟାହତ ହୋଇ ନ ଥିବା ସୂଚନା ମଧ୍ୟ ଦିଆଯାଇଥିଲା।ମହଜୁଦକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ ।

            ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ଗୃହ ସଚିବ, ସ୍ୱାସ୍ଥ ସଚିବ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସଡକ ପରିବହନ ମନ୍ତ୍ରଣାଳୟ, ଫାର୍ମାସ୍ୟୁଟିକାଲ ବିଭାଗ ଓ ନୀତି ଆୟୋଗ ଅଧିକାରାମାନେ ଯୋଗ ଦେଇଥିଲେ ।

 

SM/SLP



(Release ID: 1713484) Visitor Counter : 314