ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ଟିକାକରଣରେ ୧୩ କୋଟିରୁ ଅଧିକ ଡୋଜ୍ ଟିକା ଦେଇ ଭାରତ ଏକ ମାଇଲଖୁଣ୍ଟ ହାସଲ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି

ନୂଆ କରୋନା ମାମଲାର ୭୬% ମାମଲା ଆସିଛି ୧୦ ରାଜ୍ୟରୁ

Posted On: 21 APR 2021 12:23PM by PIB Bhubaneshwar

ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ର୍ରମରେ ଭାରତରେ କୋଭିଡ ଟିକାକରଣ ୧୩ କୋଟିକୁ ଅତିକ୍ରମ କରିପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୧୯,୦୧,୪୧୩ ସେସନରେ ମୋଟ ୧୩,୦୧,୧୯,୩୧୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୯୧,୦୧,୭୨୮ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୮,୧୭,୨୬୨ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୫,୬୨,୫୩୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୮,୫୫,୮୨୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୭୩,୫୫,୯୪୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୫୩,୦୪,୬୭୯ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୪,୩୫,୨୫,୬୮୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୪,୯୫,୬୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

92,01,728

58,17,262

1,15,62,535

58,55,821

4,35,25,687

14,95,656

4,73,55,942

53,04,679

13,01,19,310

 

ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୨୫% ଟିକା ଦିଆଯାଇଛି ଆଠଟି ରାଜ୍ୟରେ ।

ନିମ୍ନରେ ଦିଆଯାଇଥିବା ଗ୍ରାଫ ଶୀର୍ଷ ଆଠଟି ରାଜ୍ୟରେ ହୋଇଥିବା ଟିକାକରଣକୁ ସୂଚାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୫ତମ ଦିବସ (୨୦ ଏପ୍ରିଲ ୨୦୨୧)ରେ ୨୯,୯୦,୧୯୭ ଡୋଜ୍ ଟିକା ଦିଆଯାଇଛି । ୪୨,୩୮୪ ସେସନରେ ୧୯,୮୬,୭୧୧ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୦,୦୩,୪୮୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୯୫,୦୪୧ ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣର୍ଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଆସିଥିବା ମୋଟ ନୂଆ ମାମଲାରୁ ୭୬.୩୨% ମାମଲା ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୨,୦୯୭ ମାମଲା ଆସିଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୯,୫୭୪ ଏବଂ ଦିଲ୍ଲୀରେ ୨୮,୩୯୫ ମାମଲା ଆସିଛି ।

ନିମ୍ନରେ ସୂଚିତ ହୋଇଥିବା ୧୨ଟି ରାଜ୍ୟରେ ଦୈନିକ କରୋନା ମାମଲା ଉପରମୁହାଁ ରହିଛି ।

ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨୧,୫୭,୫୩୮ରେ ପହଞ୍ଚିଛି । ଦେଶର ମୋଟ ପଜିଟିଭ୍ ମାମଲାର ୧୩.୮୨% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ସିଧାସଳଖ ୧,୨୫,୫୬୧ ମାମଲା ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୦.୮୬% ମାମଲା ରହିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୩୨,୭୬,୦୩୯ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୮୫.୦୧% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୭,୪୫୭ ଜଣ ସୁସ୍ଥ ହୋଇଛନ୍ତି ।

ଦେଶରେ ଏବେ ଜାତୀୟ ମୃତୁ୍ୟହାର ହ୍ରାସ ପାଇ ୧.୧୭% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୦୨୩ ଜଣଙ୍କ ମୃତୁ୍ୟ ହୋଇଛି ।

ଏହି ନୂଆ ମୃତୁ୍ୟ ମଧ୍ୟରୁ ୮୨.୬% ମୃତୁ୍ୟ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୧୯ ଜଣଙ୍କ ମୃତୁ୍ୟ ହୋଇଛି । ଏହା ପଛକୁ ଦିଲ୍ଲୀରେ ୨୭୭ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମେଘାଳୟ, ତ୍ରିପୁରା, ସିକିମ, ମିଜୋରାମ, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

SR



(Release ID: 1713236) Visitor Counter : 232