ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିଛି

ନୂଆ କରୋନା ମାମଲାରୁ ୭୯% ମାମଲା ଆସିଛି ୧୦ ରାଜ୍ୟରୁ

ଜାତୀୟ ମୃତ୍ୟୁହାର ପୁନର୍ବାର ୧.୧୯%କୁ ଖସିଲା

୨୦୨୧ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ କୋଭିଡ ଯୋଦ୍ଧାଙ୍କ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ବୀମା ପଲିସି ଚାଲୁ ରହିବ । ଏହାପରେ କୋଭିଡ ଯୋଦ୍ଧାଙ୍କ ନୂଆ ବୀମା ପଲିସ କାର୍ଯ୍ୟକାରୀ ହେବ

Posted On: 19 APR 2021 10:53AM by PIB Bhubaneshwar

ବିଶ୍ୱର ବୃହତମ କରୋନା ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିପାରିଛି ।

          ଆଜି ସକାଳ ୭ଟା ସୁଦ୍ଧା ୧୮,୩୭,୩୭୩ ସେସନରେ ମୋଟ ୧୨,୩୮,୫୨,୫୬୬ ଡୋଜ୍ କରୋନା ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୧,୩୬,୧୩୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୫୭,୩୨,୩୯୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ,୧୨,୬୩,୯୦୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୫୫,୩୨,୩୯୬ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୬୦ ବର୍ଷରୁ ଅଧିକ ବୟସର ୪,୫୯,୦୫,୨୬୫୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୪୦,୯୦,୩୮୮୨ ଜଣଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪,୧୦,୬୬,୪୬୨ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୧,୩୭,୯୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

91,36,134

57,20,048

1,12,63,909

55,32,396

4,10,66,462

11,37,964

4,59,05,265

40,90,388

12,38,52,566

 

ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୪୨% ଟିକା ଦିଆଯାଇଛି ଆଠଟି ରାଜ୍ୟରେ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୩ ତମ ଦିବସ (୧୮ ଏପ୍ରିଲ ୨୦୨୧)ରେ ୧୨,୩୦,୦୦୭ ଡୋଜ୍ ଟିକା ଦିଆଯାଇଛି । ୨୧,୯୦୫ ସେସନରେ ୯,୪୦,୭୨୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୮୯,୨୮୨ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

Date: 18th April,2021 (Day-93)

HCWs

FLWs

45 to 60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

8,000

11,825

30,513

22,158

5,91,469

56,205

3,10,743

1,99,094

9,40,725

2,89,282

 

ଭାରତରେ କ୍ରମାଗତ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୩,୮୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାର ୭୮.୫୮% ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୮,୬୩୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୦,୫୬୬ ଏବଂ ଦିଲ୍ଲୀରେ ୨୫,୪୬୨ ମାମଲା ଚିହ୍ନଟ ହୋଇଛି ।

ନିମ୍ନରେ ସୂଚିତ ହୋଇଥିବା ୨୦ଟି ରାଜ୍ୟରେ କରୋନା ମାମଲାର ଗ୍ରାଫ ଉପରମୁହାଁ ରହିଥିବା ଉଲ୍ଲେଖ କରାଯାଇଛି ।

.

ଦେଶରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୯,୨୯,୩୨୯ ରହିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୨.୮୧% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୨୮,୦୧୩ ମାମଲା ବୃଦ୍ଧି ହୋଇଛି ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ସକ୍ରିୟ ମାମଲାର ଧାରା ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଭାରତର ମୋଟ ସକ୍ରିୟ କରୋନା ମାମଲାର ୬୩.୧୮% ମାମଲା ରହିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୧,୨୯,୫୩,୮୨୧ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ୮୬.୦୦% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୪,୧୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ଜାତୀୟ ମୃତ୍ୟୁ ହାର ଏବେ ହ୍ରାସ ପାଇ ୧.୧୯% ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ନୂଆ ମୃତ୍ୟୁ ମଧ୍ୟରୁ ୮୫.୧୧% ମୃତ୍ୟୁ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ୨୦୨୦ ମାର୍ଚ୍ଚରେ ଘୋଷଣା କରାଯାଇଥିଲା । ଏହାର ମିଆଦକୁ ତିନି ଥରରେ ୨୦୨୧ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ-୧୯ ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ସକାଶେ ସୁରକ୍ଷା କବଚ ଭାବେ ଏହା ଘୋଷଣା କରାଯାଇଥିଲା । କୋଭିଡ-୧୯ ଯୋଗୁ କୌଣସି ଖରାପ ସ୍ଥିତି ଉତ୍ପନ୍ନ ହେଲେ ସେମାନଙ୍କ ପରିବାରର ସହାୟତା ସକାଶେ ଏହା ଥିଲା । ପିଏମକେଜିପି ଯୋଜନାରେ ୫୦ ଲକ୍ଷ ଟଙ୍କର ବୀମା ରାଶି ପ୍ରଦାନ କରାଯାଉଛି । କୋଭିଡ-୧୯ରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ମାନଙ୍କ ପରିବାର ପାଇଁ ଏହା ବେଶ୍ ସହାୟକ ହୋଇଛି ।

          ଏ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କ ଦ୍ୱାରା ୨୮୭ ଟି ବୀମା ରାଶି ପ୍ରଦାନ କରିଛନ୍ତି । କୋଭିଡ-୧୯ ବିରୋଧରେ ଲଢ଼େଇ ସକାଶେ ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାନସିକ ଭାବେ ପ୍ରୋତ୍ସାହିତ କରିପାରିଛି ।

୨୦୨୧ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ କୋଭିଡ ଯୋଦ୍ଧାଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମକେଜିପି) ବୀମା ପଲିସି ଦାବି ମୁତାବକ ରାଶି ପ୍ର୍ରଦାନ କରାଯିବ । ଏହାପରେ କୋଭିଡ ଯୋଦ୍ଧାମାନଙ୍କ ପାଇଁ ଏକ ନୂଆ ବୀମା ପଲିସି କାର୍ଯ୍ୟକାରୀ ହେବ ।

******

SR



(Release ID: 1712654) Visitor Counter : 213