ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ୩୦ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଥିବା ବେଳେ ଦେଶରେ ମୋଟ ଟିକାକରଣ ୧୨ କୋଟି ପାଖାପାଖି ହୋଇଛି

ନୂଆ କରୋନା ମାମଲା ମଧ୍ୟରୁ ୭୯% ମାମଲା ଆସିଛି ୧୦ ରାଜ୍ୟରୁ

Posted On: 17 APR 2021 11:36AM by PIB Bhubaneshwar

ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୨ କୋଟି ପାଖାପାଖି ପହଞ୍ଚିଛି ।

ଆଜି ସକାଳ ୭ଟା ସୁଦ୍ଧା ୧୭,୩୭,୫୩୯ ସେସନରେ ୧୧,୯୯,୩୭,୬୪୧ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୧,୦୫,୪୨୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୭୦,୮୧୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୧୧,୪୪,୦୬୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୪,୦୮,୫୭୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୪୯,୩୫,୦୧୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୪,୮୮,୨୫୭ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ଅଧିକ ବୟସର ୩,୯୨,୨୩,୯୭୫ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୯,୬୧,୫୧୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

91,05,429

56,70,818

1,11,44,069

54,08,572

3,92,23,975

9,61,510

4,49,35,011

34,88,257

11,99,37,641

 

ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୫୬% ଟିକା ଆଠଟି ରାଜ୍ୟରେ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଲକ୍ଷରୁ ଅଧିକ ଡୋଜ୍ ଟିକାକରଣ ହୋଇଛି ।

ଟିକାକରଣ ଅଭିଯାନର ୯୧ତମ ଦିବସ (୧୬ ଏପ୍ରିଲ ୨୦୨୧)ରେ ୩୦,୦୪,୫୪୪ ଡୋଜ୍ ଟିକା ଦିଆଯାଇଛି । ୩୭,୮୧୭ ସେସନରେ ୨୨,୯୬,୦୦୮ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୭,୦୮,୫୩୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪,୬୯୨ ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡ଼ୁ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦେଶର ମୋଟ ଦୈନିକ ମାମଲାର ୭୯.୩୨% ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ କେବଳ ଗୋଟିଏ ଦିନରେ ୬୩,୭୨୯ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୭,୩୬୦ ମାମଲା ଏବଂ ଦିଲ୍ଲୀରେ ୧୯,୪୮୬ ମାମଲା ଚିହ୍ନଟ ହୋଇଛି ।

ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ୧୬ଟି ରାଜ୍ୟର ଗ୍ରାଫ ନିମ୍ନରେ ଦିଆଯାଇଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୬,୭୯,୭୪୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୫୬% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୧,୦୯,୯୯୭ ମାମଲା ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ ମାମଲାର ୬୫.୦୨ % ମାମଲା ରହିଛି । ଦେଶର ମୋଟ ସକ୍ରିୟ କରୋନା ମାମଲାର ୩୮.୦୯% କେବଳ ମହାରାଷ୍ଟ୍ରରେ ରହିଛି ।

ଭାରତରେ ମୋଟ ୧,୨୬,୭୧,୨୨୦ ଜଣ କରୋନାରୁ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ଏବେ ୮୭.୨୩% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୨୩,୩୫୪ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୪୧ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ଏହି ନୂଆ ମୃତୁ୍ୟ ମଧ୍ୟରୁ ୮୫.୮୩% ମୃତୁ୍ୟ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୯୮ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦିଲ୍ଲୀରେ ୧୪୧ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ରେ ୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ). ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

SR



(Release ID: 1712414) Visitor Counter : 236