ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

‘ଟିକା ଉତ୍ସବ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା

Posted On: 11 APR 2021 12:15PM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ,

ଆଜି ଆମେ ଏପ୍ରିଲ ୧୧ ତାରିଖରେ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଦେଶରେ ଟିକା ଉତ୍ସବର ଶୁଭାରମ୍ଭ କରୁଛୁ । ଏହି ଟିକା ଉତ୍ସବଏପ୍ରିଲ ୧୪ ତାରିଖ, ଅର୍ଥାତ୍‍, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ଏହି ଉତ୍ସବ ଏକ ପ୍ରକାର ଦେଖିବାକୁ ଗଲେ କରୋନା ମହାମାରୀ ବିରୋଧରେ ଦ୍ୱିତୟ ବୃହତ୍‍ ସଂଗ୍ରାମର ଶୁଭାରମ୍ଭ । ଏଥିରେ ଆମେମାନେ ବ୍ୟକ୍ତିଗତ ପରିମଳ ସହିତ ସାମାଜିକ ପରିମଳ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିବା ।

ଆମକୁ ଏଥିପାଇଁ ଏହି ଚାରିଟି କଥା ନିଶ୍ଚିତ ଭାବେ ସ୍ମରଣ ରଖିବାକୁ ହେବ ।

Each one – vaccinate One . ଅର୍ଥାତ୍‍, ଯେଉଁ ଲୋକ କମ୍‍ ପଢ଼ାଲେଖା ଜାଣିଥିବେ, ବୟସ୍କ ବ୍ୟକ୍ତି ହୋଇଥିବେ, ଯେଉଁମାନେ ନିଜେ ଯାଇ ଟିକା ନେଇପାରୁ ନଥିବେ, ସେମାନଙ୍କୁ ଆମେ ସାହାଯ୍ୟ କରିବା ।

Each one- Treat One. ଏହାର ଅର୍ଥ ହେଲା, ଯେଉଁ ଲୋକମାନଙ୍କ ପାଖରେ ସେପରି ସାଧନ ନାହିଁ, ଯେଉଁମାନଙ୍କ ପାଖରେ ଏପରି ଖବର ସୁଦ୍ଧା ନାହିଁ, ସେମାନଙ୍କୁ ଆମେ କରୋନା ଚିକିତ୍ସା ସହାୟତା ଯୋଗାଇବାର ବ୍ୟବସ୍ଥା କରିବା ।

Each one – Save One .  ଅର୍ଥାତ୍‍, ମୁଁ ନିଜେ ବି ମାସ୍କ ପିନ୍ଧିବି ଏବଂ ଏହିଭଳି ଭାବେ ନିଜକୁ ରକ୍ଷା କରିବା ସହିତ ଅନ୍ୟଙ୍କୁ ମଧ୍ୟ ରକ୍ଷା କରିବି । ଏହା ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ ।

ଏବଂ ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, କୌଣସି ଲୋକଙ୍କୁ ଯଦି କରୋନା ହେବାଭଳି ସ୍ଥିତି ଥିବାର ଜଣାପଡ଼ିବ, ତେବେ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍ ଗଠନ କରିବାର ନେତୃତ୍ୱ ସମାଜର ଲୋକମାନେ ଗ୍ରହଣ କରନ୍ତୁ । ଯେଉଁଠାରେ ଜଣେ ସୁଦ୍ଧା କରୋନା ପଜିଟିଭ୍‍ କେଶ୍‍ ଆସିଛି, ସେଠାରେ ପରିବାରର ଲୋକ, ସମାଜର ଲୋକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ଗଠନ କରନ୍ତୁ ।

ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ କରୋନା ବିରୁଦ୍ଧରେ ଲଢ଼େଇ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ ହେଲା ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍ ଗଠନ ।

ଜଣେ ସୁଦ୍ଧା ପଜିଟିଭ୍‍ କେଶ୍‍ ଆସିଲେ ଆମ ସମସ୍ତଙ୍କୁ ଜାଗ୍ରତ  ହେବାକୁ ପଡ଼ିବ, ଅନ୍ୟ ସମସ୍ତ ଲୋକଙ୍କୁ ମଧ୍ୟ ଟେଷ୍ଟିଂ କରିବାକୁ ହେବ ।

ଏଥି ସହିତ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ, ସେମାନେ ଟିକା ନେବା ଉଚିତ । ଏହାର ପୁରା ପୟାସ ସମାଜକୁ ମଧ୍ୟ କରିବାକୁ ପଡ଼ିବ ଏବଂ ପ୍ରଶାସନର ମଧ୍ୟ ଏହା ଦାୟିତ୍ୱ ।

କୌଣସି ଗୋଟିଏ ହେଲେ ଟିକା ଯେଭଳି ନଷ୍ଟ ନହୁଏ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ । ଆମକୁ ଜିରୋ ଟିକା ନଷ୍ଟ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ପଡ଼ିବ ।

ଇତି ମଧ୍ୟରେ ଆମେ ଦେଶର ଟିକାକରଣ କ୍ଷମତାକୁ ଅପ୍ଟିମମ୍‍ ୟୁଟିଲାଇଜେସନ୍‍ ଦିଗରେ ବଢ଼ିବାକୁ ପ୍ରୟାସ କରୁଛୁ । ଏହା ଆମର କ୍ଷମତା ବୃଦ୍ଧି କରିବାର ମଧ୍ୟ ଏକ ଉପାୟ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍ ପ୍ରତି ଆମ ଲୋକମାନଙ୍କ ମଧ୍ୟରେ କେତେ ଜାଗରୁକତା ସୃଷ୍ଟି ହୋଇଛି ତାହା ଜଣାପଡ଼ିବ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଯେତେବେଳେ ଆବଶ୍ୟକ ନଥିବ, ସେତେବେଳେ ଆମେ ଘରୁ ପଦାକୁ ଗୋଡ଼ କାଢ଼ିବା ନାହିଁ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଯେଉଁ ଟିକାକରଣ ଅଧିକାରୀମାନେ ଅଛନ୍ତି, ସେମାନେ ସହଜରେ ଟିକା ଦେଇପାରିବେ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଆମେମାନେ ସମସ୍ତେ ମାସ୍କ ପିନ୍ଧିବା ଏବଂ ଅନ୍ୟ ସମସ୍ତ କୋଭିଡ଼ ନିୟମକୁ ବିଧିବଦ୍ଧ ଭାବେ ପାଳନ କରିବା ।

ସାଥୀଗଣ,

ଏହି ଚାରି ଦିନରେ ଆମେ ବ୍ୟକ୍ତିଗତ ସ୍ତରରେ, ସାମାଜିକ ସ୍ତରରେ ଏବଂ ପ୍ରଶାସନିକ ସ୍ତରରେ ନିଜ ନିଜର ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ତାହା ହାସଲ କରିବା ନିମନ୍ତେ ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରିବା ।

ମୋର ଦୃଢ଼ ବିଶ୍ୱାସ, ଏହିଭଳି ଭାବେ ଜନଭାଗୀଦାରିତା ଜରିଆରେ ସଚେତନ ରହି, ଆମେ ଆମର ଦାୟିତ୍ୱ ନିର୍ବାହ କହି, ପୁଣି ଥରେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବା ।

ସ୍ମରଣ ରଖିବେ- ଦବାଇ ଭୀ, କଡାଇ ଭୀ- ଔଷଧ ଖାଇବା, କଡ଼ା ଅନୁଶାସନ ମଧ୍ୟରେ ରହିବା ।

ଧନ୍ୟବାଦ!

ଆପଣଙ୍କର

ନରେନ୍ଦ୍ର ମୋଦୀ ।

******

ss



(Release ID: 1711149) Visitor Counter : 185