ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ନେଦରଲ୍ୟାଣ୍ଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

Posted On: 09 APR 2021 7:32PM by PIB Bhubaneshwar

ମହାମହିମ, 

ଆପଣଙ୍କ ବିଚାର ଉପସ୍ଥାପନ କରିଥିବାରୁ ଅଭିନନ୍ଦନ ଓ ବହୁତ ବହୁତ ଧନ୍ୟବାଦ ।

ଆପଣଙ୍କ ନେତୃତ୍ୱରେ ପରିଚାଳିତ ଦଳ କ୍ରମାଗତ ଭାବେ ଚତୁର୍ଥଥର ପାଇଁ ଏକ ବୃହତ୍ ବିଜୟ ହାସଲ କରିବା ପରେ ମୁଁ ସେଥିପାଇଁ ତୁରନ୍ତ ଟୁଇଟର ଯୋଗେ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲି । ଆଜି କିନ୍ତୁ ଦୁଇଜଣଙ୍କ ମଧ୍ୟରେ ଭର୍ଚୁଆଲ ବ୍ୟବସ୍ଥାରେ ବୈଠକ ଅନୁଷ୍ଠିତ ହୋଇଛି । ଏହି ସୁଯୋଗରେ ମୁଁ ପୁନର୍ବାର ଆପଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୋର ଶୁଭେଚ୍ଛା ଜ୍ଞାପନ କରୁଛି ।

ମହାମହିମ,

ଗଣତନ୍ତ୍ର ଓ ଆଇନର ଶାସନ ଭଳି ସମଭାଗୀ ମୂଲ୍ୟବୋଧ ଉପରେ ଆମର ସମ୍ପର୍କ ଗଢି ଉଠିଛି । ଜଳବାୟୁ ପରିବର୍ତନ, ଆତଙ୍କବାଦ, ମହାମାରୀ ଭଳି ବୈଶ୍ୱିକ ଆହ୍ୱାନ ଆଦି ପ୍ରତି ଦୃଷ୍ଟିକୋଣ ମଧ୍ୟ ସମାନ । ଇଣ୍ଡୋ-ପ୍ୟାସିଫିକ ରେଜିଲେଣ୍ଟ ସପ୍ଲାଏଚେନ୍ ଓ ଗ୍ଲୋବାଲ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ନୂଆ ପ୍ରସଙ୍ଗ ଉପରେ ଆମର ବିଚାରରେ ମଧ୍ୟ ସମାନତା ରହିଛି । ଆଜି ଆମେ ଏହି ସୁସମ୍ପର୍କକୁ ନୂଆ ଦିଗ୍‌ଦର୍ଶନ ଦେବା । ଜଳ ଉପରେ ଆମର ରଣକୌଶଳାତ୍ମକ ଆଭିମୁଖ୍ୟ ନୂଆ ଦିସା ପାଇବ। ସେହିଭଳି ଆର୍ଥିକ କ୍ଷେତ୍ରରେ ଆମର ଯେଉଁ ଦୃଢ ସହଯୋଗ ରହିଛି, ଫାଷ୍ଟଟ୍ରାକ ମେକାନିଜିମ୍ ମାଧ୍ୟମରେ ତାହା ନୂଆ ବଳ ପାଇବ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ମିଳିବ । ମୋର ବିଶ୍ୱାସ ଯେ, କୋଭିଡ ପରବର୍ତ୍ତୀ କାଳରେ ଅନେକ ନୂଆ ସୁଯୋଗ ସୃଷ୍ଟି ହେବ ଯେଉଁଠି ଆମ ଭଳି ସମଭାବପନ୍ନ ଦେଶ ପାରସ୍ପରିକ ସହଯୋଗକୁ ବଢାଇପାରିବେ ।

ମହାମହିମ, 

୨୦୧୯ରେ ନେଦରଲ୍ୟାଣ୍ଡର ରାଜଦମ୍ପତିଙ୍କ ଭାରତଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଯୋଗାଇଛି । ମୋର ବିଶ୍ୱାସ, ଆଜିର ଭର୍ଚୁଆଲ ଶିଖର ବୈଠକ ଏହି ସମ୍ପର୍କକୁ ଅଧିକ ଦୃଢୀଭୂତ କରିବ ।

ମହାମହିମ,

ଆପଣ ଏଇ ଟିକେ ଆଗରୁ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ କଥା ଉଲ୍ଲେଖ କରିଥିଲେ । ଏହା ସତ ଯେ ୟୁରୋପରେ ବହୁସଂଖ୍ୟକ ଭାରତୀୟ ବଂଶୋଦ୍ଭବ ବାସ କରୁଛନ୍ତି । ତେବେ ଏହି କରୋନା ମହାମାରୀ କାଳରେ ଆପଣ ଭାରତୀୟ ମୂଳର ଲୋକଙ୍କ ଭଳ ମନ୍ଦ ବୁଝିବା ସହ ସେମାନଙ୍କର ଯେଉଁ ସେବା ଯତ୍ନ କରିଛନ୍ତି, ସେଥିପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି । ଆଗାମୀ ଦିନରେ କୋପ୍‌-୨୬ ଏବଂ ଭାରତ-ୟୁରୋପୀୟ ୟୁନିୟନ ଶିଖର ବୈଠକରେ ଆମେ ଅନେକ ବିଷୟ ଆଲୋଚନା କରିବାର ସୁଯୋଗ ପାଇବା ।

 

*****

TKM



(Release ID: 1710941) Visitor Counter : 169