ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ନେଦରଲ୍ୟାଣ୍ଡ ଭର୍ଚୁଆଲ୍ ସମ୍ମିଳନୀ

Posted On: 09 APR 2021 9:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ ରୁଟଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨୦୨୧ ରେ ଅନୁଷ୍ଠିତ ସାଧାରଣ ର୍ନିବାଚନ ପରେ ପ୍ରଧାନମନ୍ତ୍ରୀ ରୁଟଙ୍କ ଦ୍ୱାରା ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ରୁଟଙ୍କୁ ର୍ନିବାଚନରେ ବିଜୟ ଏବଂ କ୍ରମାଗତ ଚତୁର୍ଥ ଥର ପାଇଁ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଗଣତନ୍ତ୍ରର ସହଭାଗୀ ମୂଲ୍ୟବୋଧ, ଆଇନର ଶାସନ ଏବଂ ମାନବିକ ଅଧିକାର ପ୍ରତି ସମ୍ମାନ ଏବଂ ଦୁଇ ଦେଶ ଭିତରେ ବନ୍ଧୁତ୍ୱର ଐହତିହାସିକ ବନ୍ଧନ ଦ୍ୱାରା ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ଦୃଢ ଏବଂ ସ୍ଥିର ସମ୍ପର୍କ ରହିଛି ।

ଏହି ସମ୍ମିଳନୀରେ ଦୁଇ ନେତାଙ୍କ ଦ୍ୱାରା ଦ୍ୱିପାକ୍ଷିକ ଯୋଗାଯୋଗର ସମ୍ପୂର୍ଣ୍ଣ ସମୀକ୍ଷା କରାଯାଇଥିଲା ଏବଂ ବାଣିଜ୍ୟ ଏବଂ ଅର୍ଥନୀତି, ଜଳ ପରିଚାଳନା, କୃଷି କ୍ଷେତ୍ର, ସ୍ମାର୍ଟ ସିଟି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଏବଂ ମହାକାଶ ସମ୍ପର୍କକୁ ଆହୁରି ବିସ୍ତାର ଏବଂ ବିବିଧ କରିବା ଉପରେ ମତ ବିନିମୟ ହୋଇଥିଲା । 

ଦୁଇ ପ୍ରଧାନମନ୍ତ୍ରୀ ଜଳ ଉପରେ ଏକ ରଣନୀତିକ ଭାଗିଦାରୀ ପ୍ରତିଷ୍ଠା କରିବାକୁ ରାଜି ହେବା ସହିତ ଜଳ ସମ୍ବନ୍ଧୀୟ କ୍ଷେତ୍ରରେ ଭାରତ-ଡଚ୍ ସହଯୋଗକୁ ଆହୁରି ମଝବୁତ କରିବା ଏବଂ ଜଳ ଉପରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠିକୁ ମନ୍ତ୍ରୀ ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଥିଲେ ।

ଉଭୟ ନେତା ମଧ୍ୟ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ବିରୋଧୀ ତଥା କୋଭିଡ -୧୯ ମହାମାରୀ ଭଳି ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଆହ୍ୱାନ ଉପରେ ମତ ବିନିମୟ କରିଥିଲେ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ, ସ୍ଥାୟୀ ଯୋଗାଣ ଶୃଙ୍ଖଳା ଏବଂ ଡିଜିଟାଲ ପ୍ରଶାସନ ଭଳି ନୂତନ କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବାକୁ ସହମତ ହୋଇଥିଲେ । 

ଆନ୍ତର୍ଜାତୀୟ ସୌର ମେଣ୍ଟ (ISA) ଏବଂ ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ମିଳିତମଞ୍ଚ (CDRI) କୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ନେଦରଲ୍ୟାଣ୍ଡକୁ ଧନ୍ୟବାଦ ଜଣାଇଛନ୍ତି । ନେଦରଲ୍ୟାଣ୍ଡର ଭାରତ-ପ୍ରଶାନ୍ତ ମହାସାଗରୀୟ ନୀତି ଏବଂ ୨୦୨୩ ମସିହାରେ ଭାରତର ଜି ୨୦ ନେତୃତ୍ୱରେ ମିଳିମିଶି କାର୍ଯ୍ୟ କରିବାର ଇଚ୍ଛାକୁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସ୍ୱାଗତ କରିଛନ୍ତି ।

ଅର୍ନ୍ତଜାତୀୟ ଶାନ୍ତି, ସ୍ଥିରତା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଦୁଇ ନେତା ଏକ ନିୟମ ଆଧାରିତ ବହୁପକ୍ଷୀୟ ଆଦେଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ମଇ ୨୦୨୧ ରେ ପର୍ତ୍ତୁଗାଲର ପୋର୍ଟୋ ଠାରେ ଭାରତ-ୟୁରୋପୀୟ ସଂଘ ନେତାଙ୍କ ସଫଳ ବୈଠକକୁ ଅପେକ୍ଷା କରିଛନ୍ତି ।

*****

 

HS



(Release ID: 1710875) Visitor Counter : 189