ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ଦେଶରେ ୩୪ ଲକ୍ଷରୁ ଅଧିକ ଟିକା ଦିଆଯାଇଥିବା ବେଳେ ମୋଟ ଟିକାକରଣ ୯.୮୦ କୋଟିକୁ ଅତିକ୍ରମ କରିଛି

• ଭାରତରେ ପ୍ରତିଦିନ ସର୍ବାଧିକ ଡୋଜ୍ ଟିକା ଦିଆଯାଉଛି
• ୧୦ଟି ରାଜ୍ୟରେ ଦୈନିକ କରୋନା ମାମଲା ଉଦ୍ଧ୍ୱର୍ମୁଖୀ ରହିଛି
• ୧୦ ଜିଲ୍ଲାରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୪୫.୬୫% ରହିଛି

Posted On: 10 APR 2021 11:56AM by PIB Bhubaneshwar

: ଦେଶରେ କୋଭିଡ-୧୯ ଟିକାକରଣ ୯.୮୦ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ୧୪,୭୫,୪୧୦ ସେସନରେ ମୋଟ ୯,୮୦,୭୫,୧୬୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୯,୮୮,୩୭୩ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୪,୭୯,୮୨୧ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୮,୬୭,୩୩୦ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୬,୫୯,୦୩୫ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୮୬,୫୩,୧୦୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧୫,୯୦,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ରୁ ୬୦ ବର୍ଷ ବୟସର ୨,୮୨,୫୫,୦୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫,୮୨,୦୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦.୬୨% ହୋଇଛି ଆଠଟି ରାଜ୍ୟରେ ।

ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୪ତମ ଦିବସ (୯ ଏପ୍ରିଲ ୨୦୨୧)ରେ ୩୪,୧୫,୦୫୫ ଡୋଜ୍ ଟିକା ଦିଆଯାଇଛି । ଏଥରୁ ୪୬,୨୦୭ ସେସନରେ ୩୦,୦୬,୦୩୭ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪,୦୯,୦୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ବିଶ୍ୱସ୍ତରରେ ଦୈନିକ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଦୈନିକ ହାରାହାରି ୩୮,୯୩,୨୮୮ ଡୋଜ୍ ଟିକା ଦେଇ ଅଗ୍ରଣୀ ସ୍ଥାନରେ ରହିଛି ।

ଭାରତରେ ଦୈ÷ନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫,୩୮୪ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ଆଦି ୧୦ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ନୂଆ ମାମଲା ମଧ୍ୟରୁ ୮୨.୮୨% ମାମଲା ଏହି ଦଶଟି ରାଜ୍ୟରୁ ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୮,୯୯୩ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୧୧,୪୪୭ ଏବଂ ଉତ୍ତର ପ୍ରଦେଶରେ ୯,୫୮୭ ମାମଲା ଚିହ୍ନଟ ହୋଇଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧୦,୪୬,୬୩୧ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୭.୯୩% । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୬୭,୦୨୩ ମାମଲା ବୃଦ୍ଧି ଘଟିଛି ।

ମୋଟ ସକ୍ରିୟ ମାମଲାର ୭୨.୨୩% ମାମଲା ରହିଛି ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ । ମହାରାଷ୍ଟ୍ରରେ କେବଳ ଦେଶର ମୋଟ ସକ୍ରିୟ ମାମଲାର ୫୧.୨୩% ମାମଲା ରହିଛି ।

ଦେଶର ମୋଟ ସକ୍ରିୟ ମାମଲାର ୪୫.୬୫% ମାମଲା ଦଶ ଜିଲ୍ଲାରେ ରହିଛି ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୯,୯୦,୮୫୯ ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ୯୦.୮୦% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭,୫୬୭ ଜଣ ସୁସ୍ଥ ହୋଇଛନ୍ତି ।

ଦୈନିକ କରୋନା ମୃତୁ୍ୟ ମାମଲା ମଧ୍ୟ ଦେଶରେ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୯୪ ଜଣଙ୍କ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୮୬.୭୮% ମୃତୁ୍ୟ ହୋଇଛି ଦାଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୩୦୧ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ୯୧ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ପୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ । 

***


SR


(Release ID: 1710871) Visitor Counter : 224