ପୋଷ୍ଟ କରାଯିବା ଦିନାଙ୍କ:
07 APR 2021 11:46AM by PIB Bhubaneswar
ଦେଶରେ ଆଜି ମୋଟ ଟିକା ଡୋଜ ପରିଚାଳନା ସଂଖ୍ୟା ୮.୭୦ କୋଟି ଅତିକ୍ରମ କରିଛି ।
ଆଜି ସକାଳ ୭ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି । ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି ।
|
HCWs
|
FLWs
|
Over 45 years
|
Over 60 years
|
Total
|
|
1st Dose
|
2nd Dose
|
1st Dose
|
2nd Dose
|
1st Dose
|
2nd Dose
|
1st Dose
|
2nd Dose
|
|
89,63,724
|
53,94,913
|
97,36,629
|
43,12,826
|
2,18,60,709
|
4,31,933
|
3,53,75,953
|
10,00,787
|
8,70,77,474
|
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି ।
ଟିକାକରଣ ଅଭିଯାନର ୮୧ତମ ଦିନ (୨୦୨୧ ଏପ୍ରିଲ ୬)ରେ ୩୩,୩୭,୬୦୧ ଟିକା ଡୋଜ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନରେ ପ୍ରଥମ ଡୋଜ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।
|
Date: 6th April,2021
|
|
HCWs
|
FLWs
|
45 to <60 years
|
Over 60 years
|
Total Achievement
|
|
1stDose
|
2ndDose
|
1stDose
|
2nd Dose
|
1stDose
|
2nd Dose
|
1stDose
|
2nd Dose
|
1stDose
|
2ndDose
|
|
3,254
|
21,899
|
17,568
|
1,07,050
|
19,70,693
|
39,424
|
10,16,572
|
1,61,141
|
30,08,087
|
3,29,514
|
ଏଭଳି ଘଟଣାକ୍ରମେ କୋଭିଡ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ ଦିଆଯାଉଛି ।

ଅନ୍ୟପକ୍ଷରେ ଭାରତର ଦୈନିକ ନୂଆ କରୋନା ଆକ୍ରାନ୍ତ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧,୧୫,୭୩୬ ନୂଆ ମାମଲା ପଂଜିକୃତ ହୋଇଛି ।
୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ ୮୦.୭୦% ଏହି ୮ଟି ରାଜ୍ୟରୁ ଆସିଛି ।
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୪୬୯ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପଛକୁ ଥିବା ଛତିଶଗଡ଼ରେ ୯,୯୨୧ ନୂଆ ମାମଲା ଦେଖାଦେଇଥିବା ବେଳେ କର୍ଣ୍ଣାଟକରେ ୬,୧୫୦ ମାମଲା ସାମ୍ନାକୁ ଆସିଛି ।

ତଳେ ଦର୍ଶାଯାଇଥିବା ସୂଚନା ମୁତାବକ ୧୨ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ଉପରମୁହାଁ ହୋଇଛି ।



ଦୈନିକ ପଜିଟିଭିଟି ଗ୍ରାଫ କ୍ରମାଗତ ଭାବେ ବଢୁଛି ଏବଂ ଏବେ ଏହା ୮.୪୦% ରହିଛି ।

ଭାରତର ମୋଟ ସକି୍ରୟ କରୋନା ମାମଲା ୮,୪୩,୪୭୩ରେ ପହଞ୍ଚିଛି । ଭାରତର ମୋଟ କରୋନା ମାମଲାର ଏହା ଏବେ ୬.୫୯% ରହିଛି । ଗତ ୨୪ ଘଣ୍ଟାରେ ଦେଶର ମୋଟ ସକି୍ରୟ ମାମଲାରେ ଆଉ ୫୫,୨୫୦ ଯୋଡ଼ି ହୋଇଯାଇଛି ।
ଭାରତର ମୋଟ କରୋନା ସକି୍ରୟ ମାମଲା ମଧ୍ୟରୁ ୭୪.୫% ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ ଓ ଉତ୍ତର ପ୍ରଦେଶରୁ ରହିଛି । ଦେଶର ମୋଟ ସକି୍ରୟ ମାମଲାର ୫୬.୧୭% କେବଳ ମହାରାଷ୍ଟ୍ରରୁ ରହିଛି ।
ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ସକି୍ରୟ ଭାବେ ସାମିଲ ରହି କାର୍ଯ୍ୟ କରୁଛି । ବିଶେଷକରି ଅଧିକ ନୂଆ ମାମଲା ବଢୁଥିବା ଏବଂ ସକି୍ରୟ ମାମଲା ଅଧିକ ରହିଥିବା ରାଜ୍ୟଗୁଡ଼ିକ ଉପରେ ଅଧିକ ଫୋକସ ଦିଆଯାଉଛି । ୨୦୨୧ ଏପି୍ରଲ ୪ ତାରିଖରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କରୋନା ମହାମାରୀ ଓ ଦେଶବ୍ୟାପୀ ଚାଲିଥିବା ଟିକାକରଣ ସ୍ଥିତିର ସମୀକ୍ଷା କରିଥିଲେ । ଏହାଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଗତକାଲି ଭିଡିଓ କନଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ-୧୯ ମାମଲା ସଂଖ୍ୟା ଅଧିକ ଥିବା ଏବଂ ଅଧିକ ମୃତୁ୍ୟ ହାର ଥିବା ୧୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ଓ ଟିକାକରଣ ସ୍ଥିତି ବାବଦରେ ସମୀକ୍ଷା କରିଥିଲେ । ସେହିଭଳି ୨୦୨୧ ଏପି୍ରଲ ୨ ତାରିଖ ଅର୍ଥାତ ଶୁକ୍ରବାର କ୍ୟାବିନେଟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜିପି ଏବଂ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ । ବୈଠକରେ ବିଶେଷକରି ଗତ ଦୁଇ ସପ୍ତାହ ହେଲା ଦୈନିକ ମାମଲା ଅଧିକ ରହିଥିବା ଏବଂ ଦୈନିକ କରୋନା ମୃତୁ୍ୟ ହାର ଅଧିକ ଦେଖିଥିବା ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାଛଡ଼ା ନିୟମିତ ଭାବେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କ ସହ ବୈଠକ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ଥିତି ଉପରେ ନଜର ରଖିଛନ୍ତି । କେନ୍ଦ୍ର ସରକାର ଇତିମଧ୍ୟରେ ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ୫୦ଟି ଉଚ୍ଚସ୍ତରୀୟ ଟିମ ପଠାଇଛନ୍ତି । କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବାବଦରେ ପଦକ୍ଷେପ ନେବା ପାଇଁ ରାଜ୍ୟଗୁଡ଼ିକୁ ଏହି ଟିମଗୁଡ଼ିକ ସହଯୋଗ ପ୍ରଦାନ କରିବେ । ଏହି ଟିମଗୁଡ଼ିକ ରାଜ୍ୟଗୁଡ଼ିକରେ ୩-୫ ଦିନ ପାଇଁ ରହିବେ ।
ଭାରତର ମୋଟ କରୋନା ଆରୋଗ୍ୟ ମାମଲା ଆଜି ୧,୧୭,୯୨,୧୩୫ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ଏବେ ୯୨.୧୧% ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୫୯,୮୫୬ ଜଣ ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇଛନ୍ତି ।
ତଳେ ଦିଆଯାଇଥିବା ଗ୍ରାଫ ଦେଶରେ ସକି୍ରୟ ମାମଲା ଏବଂ ଆରୋଗ୍ୟ ମାମଲା ଚିତ୍ର ପ୍ରଦର୍ଶନ କରୁଛି ।

ଦେଶରେ ରହିଥିବା କୋଭିଡ-୧୯ ସ୍ଥିତି ବାବଦରେ ତଳେ ଦିଆଯାଇଥିବା ଗ୍ରାଫରେ ଉପସ୍ଥାପନ କରାଗଲା ।

ଗତ ୨୪ ଘଣ୍ଟାରେ ଦେଶରେ ୬୩୦ କରୋନା ମୃତୁ୍ୟ ରେକର୍ଡ କରାଯାଇଛି ।
ନୂଆ ଦୈନିକ କରୋନା ମୃତୁ୍ୟ ମଧ୍ୟରୁ ୮ଟି ରାଜ୍ୟର ଅଂଶ ୮୪.୪୪% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୯୭ ରୋଗୀ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ଥିବା ପଂଜାବରେ ୬୧ ଜଣଙ୍କ ମୃତୁ୍ୟ ଘଟିଛି ।

ଦେଶର କରୋନା ମୃତୁ୍ୟ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ ୧.୩୦% ରହିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କୋଭିଡ-୧୯ ମୃତୁ୍ୟ ରିପୋର୍ଟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଓଡ଼ିଶା, ଲଦାଖ (ୟୁଟି), ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି, ନାଗାଲାଣ୍ଡ, ମେଘାଳୟ, ସିକ୍କିମ, ମଣିପୁର, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।
***
SR