କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି 45 ବର୍ଷରୁ ଅଧିକ ବୟସ୍କ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଟିକା ନେବା ଲାଗି ପରାମର୍ଶ

Posted On: 06 APR 2021 5:19PM by PIB Bhubaneshwar

କୋଭିଡ-19 ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି 45 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଟିକା ନେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଜି ଏ ସଂକ୍ରାନ୍ତରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କର୍ମଚାରୀମାନଙ୍କୁ ଟିକା ନେବା ପରେ ମଧ୍ୟ କୋଭିଡ-ଉପଯୁକ୍ତ ବ୍ୟବହାର ଯେପରିକି ବାରମ୍ବାର ହାତ ସଫା କରିବା ଓ ସ୍ବଚ୍ଛତା ବଜାୟ ରଖିବା, ମାସ୍କ କିମ୍ବା ଫେସ କଭର ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଟିକାକରଣରେ ଗୋଷ୍ଠୀଗୁଡ଼ିକୁ ପ୍ରାଥମିକତା ରଣନୀତି ଅବଲମ୍ବନ କରାଯାଇଛି। ବର୍ତ୍ତମାନ 45 ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷ ଟିକା ନେଇପାରିବେ।

ଏହି ଆଦେଶରେ ଆହୁରି କୁହାଯାଇଛି ଯେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ସମୟ ବ୍ୟବଧାନରେ ଜରୁରି ସୂଚନା ଜାରି କରାଯାଉଛି।

 

*********

 

P.S



(Release ID: 1709962) Visitor Counter : 158