ରାଷ୍ଟ୍ରପତିଙ୍କ ସଚିବାଳୟ

ଚାରୋଟି ଦେଶରେ ରାଷ୍ଟ୍ରଦୂତଙ୍କ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଷ୍ଟ୍ରପତିଙ୍କୁ ପରିଚୟପତ୍ର ପ୍ରଦାନ

Posted On: 18 MAR 2021 1:48PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଚାରୋଟି ଦେଶର ରାଷ୍ଟ୍ରଦୂତ/ଉଚ୍ଚାୟୁକ୍ତଙ୍କ ପରିଚୟ ପତ୍ର ଗ୍ରହଣ କରିଛନ୍ତି । ଆଜି ଏକ ଭର୍ଚୁଆଲ ସମାରୋହରେ ପରିଚୟପତ୍ର ଗ୍ରହଣ କରିଥିବା ଦେଶଗୁଡିକ ହେଲେ ଫିଜି ସାଧାରଣତନ୍ତ୍ର, ଡୋମିନିକା ଓ ଇସଲାମିକ ସାଧାରଣତନ୍ତ୍ର ଆଫାଗାନୀସ୍ତାନ ଓ ଗାୟନା ସଂଯୁକ୍ତ ସାଧାରଣତନ୍ତ୍ର । ଯେଉଁମାନେ ସେମାନଙ୍କ ପରିଚୟପତ୍ର ପ୍ରଦାନ କରିଛନ୍ତି ସେମାନେ ହେଲେ

୧. ଫିଜି ସାଧାରଣତନ୍ତ୍ରର ଉଚ୍ଚାୟୁକ୍ତ ମହାମହିମ କମଳେଶ ଶଶୀ ପ୍ରକାଶ ।

୨. ଡୋମିନିକା ସାଧାରଣତନ୍ତ୍ର ରାଷ୍ଟ୍ରଦୂତ ମହାମହିମ ଡାଭିଡ୍ ଇମାନୁଏଲ ପୁଇଗ ।

୩. ଆଫଗାନୀସ୍ତାନ ଇସ୍‌ଲାମିକ ସାଧାରଣତନ୍ତ୍ର ରାଷ୍ଟ୍ରଦୂତ ଶ୍ରୀ ଫରିଦ୍ ମାମୁନଡାଜୀ

୪. ସଂଯୁକ୍ତ ସାଧାରଣ ଗାୟନା ଉଚ୍ଚାୟୁକ୍ତ ମହାମହିମ ଚରଣଦାସ ପ୍ରସାଉଦ୍

ଏହି ଅବସରରେ ରାଷ୍ଟ୍ରପତି ରାଷ୍ଟ୍ରଦୂତମାନଙ୍କୁ ସେମାନଙ୍କ ନିଯୁକ୍ତି ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତର ଏହି ଚାରୋଟି ଦେଶ ସହ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରହିଛି ଓ ଆମ ଦେଶ ଏହି ଦେଶଗୁଡିକର ଶାନ୍ତି ଓ ସମୃଦ୍ଧି ସର୍ବଦା କାମନା କରିଥାଏ । ୨୦୨୧-୨୨ ପାଇଁ ଜାତିସଂଘ ନିରାପତା ପରିଷଦ ନିମନ୍ତେ ଭାରତ ଅସ୍ଥାୟୀ ସଦସ୍ୟତା ପାଇଁ ଏହି ଦେଶର ସରକାରମାନଙ୍କ ସମର୍ଥନ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ରାଷ୍ଟ୍ରପତି କୋବିନ୍ଦ ଉଲ୍ଲେଖ କରିଛନ୍ତି ଯେ କୋଭିଡ-୧୯ର ମୁକାବିଲା ପାଇଁ ହୋଇଥିବା ବୈଶ୍ୱିକ ପ୍ରୟାସରେ ଭାରତ  ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଆର୍ଥିକ କଲ୍ୟାଣ ପାଇଁ ଚେଷ୍ଟିତ । ଭାରତ ସରକାରଙ୍କ ମୈତ୍ରୀ ଟୀକା ଅଭିଯାନ ଅଧୀନରେ କମ୍ ବ୍ୟୟସାପେକ୍ଷ ଟୀକା ପ୍ରସ୍ତୁତ କରି ଅନେକ ଦେଶରେ ଉପଲବ୍ଧ କରାଇବା ସହ ବିଶ୍ୱର ଫାର୍ମାସୀ ଖ୍ୟାତି ଅର୍ଜନ କରିଛି ।

          ରାଷ୍ଟ୍ରଦୂତ/ଉଚ୍ଚାୟୁକ୍ତ ଗଣ ମନ୍ତବ୍ୟରେ ସେମାନଙ୍କ ଦେଶ ସହ ଭାରତର ସୁସମ୍ପର୍କ ଉପରେ ଆଲୋକପାତ କରିବା ସହ ସେମାନଙ୍କ ଦେଶର ନେତୃତ୍ୱ ଏହାକୁ ବଳବତ୍ତର ରଖିବା ଦିଗରେ ଅଙ୍ଗୀକାରବଦ୍ଧ ବୋଲି ପ୍ରକାଶ କରିଥିଲେ । ରାଷ୍ଟ୍ରଦୂତ / ଉଚ୍ଚାୟୁକ୍ତଗଣ ସେମାନଙ୍କ ଦେଶର ବିକାଶରେ ନିରବଚ୍ଛିନ୍ନ ସହାୟତା ପ୍ରଦାନ ନେଇ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେମାନଙ୍କ ଦେଶକୁ ବନ୍ଧୁତ୍ୱ ଓ ମାନବିକତାର ନିଦର୍ଶନ ସ୍ୱରୂପ କୋଭିଡ-୧୯ ଟୀକା ଯୋଗାଇ ଥିବାରୁ ସେମାନେ ଭାରତକୁ କୃତଜ୍ଞତା ଜଣାଇଛନ୍ତି ।  

*******

SM/SLP

 



(Release ID: 1709865) Visitor Counter : 91