ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦୈନିକ ମାମଲା ୮୦% ରହିଛି

୫.୮ କୋଟିରୁ ଅଧିକ ଟିକାକରଣ କରି ବିଶ୍ୱରେ ଭାରତ ଦ୍ୱିତୀୟ

ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜରାଟରେ ଟିକାକରଣ ୫ ନିୟୁତ ଡୋଜକୁ ଟପିଲାଣି

Posted On: 27 MAR 2021 11:19AM by PIB Bhubaneshwar

ଛଅଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଦୈନିକ କୋଭିଡ ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ନୂଆ ମାମଲାରୁ ୭୯.୫୭% ମାମଲା ଏହି ଛଅଟି ରାଜ୍ୟରୁ ଆସୁଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨,୨୫୮ ନୂଆ ମାମଲା ରେକର୍ଡ କରାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୩୬,୯୦୨ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ପଞ୍ଜାବରେ ୩୧୨୨ ଏବଂ ଛତିଶଗଡ଼ରେ ୨୬୬୫ ମାମଲା ଚିହ୍ନଟ କରାଯାଇଛି ।

ନିମ୍ନରେ ସୂଚିତ ୧୦ ରାଜ୍ୟରେ ଦୈନିକ କରୋନା ମାମଲା ଉଦ୍ଧ୍ୱର୍ମୁଖୀ ରହିଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୪,୫୨,୬୪୭ରେ ପହଞ୍ଚିଛି । ଭାରତର ମୋଟ ପଜିଟିଭ୍ ମାମଲାର ୩.୮% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୩୧,୫୮୧ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।

ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ ମିଳିତ ଭାବେ ମୋଟ ସକ୍ରିୟ ମାମଲାର ୭୩% ମାମଲା ରହିଛି ।

ଅନ୍ୟ ପକ୍ଷରେ ଭାରତରେ ମୋଟ ଟିକାକରଣ ୫.୮ କୋଟିକୁ ଅତିକ୍ରମ କରିଗଲାଣି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ମୋଟ ୯,୪୫,୧୬୮ ସେସନରେ ୫.୮୧ କୋଟିରୁ ଅଧିକ (୫,୮୧,୦୯,୭୭୩) ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୦,୯୬,୬୮୭ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୧,୪୪,୦୧୧ ଏଚସିଡବ୍ଲୁ (ଦ୍ୱିିତୀୟ ଡୋଜ୍), ୮୭,୫୨,୫୬୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୩୫,୩୯,୧୪୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷ ବୟସରୁ ଅଧିକ ବୟସର ଦୁରାରୋଗ୍ୟରେ ଆକ୍ରାନ୍ତ ୬୧,୭୨,୦୩୨ ଜଣ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୬୪,୦୫,୩୩୩ ଜଣ ହିତାଧିକାରୀ ।

 

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

80,96,687

51,44,011

87,52,566

35,39,144

61,72,032

2,64,05,333

5,81,09,773

ଟିକାକରଣ ଅଭିଯାନରେ ଟିକା ସଂଖ୍ୟାନୁସାରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି (୨୫ ମାର୍ଚ୍ଚ ୨୦୨୧ ସୁଦ୍ଧା) ।

ନିମ୍ନରେ ଥିବା ଗ୍ରାଫ୍ ଭାରତ ଓ ଅନ୍ୟ ଦେଶ ମାନଙ୍କରେ ହୋଇଥିବା ଟିକାକରଣର ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ।

ଭାରତରେ ହୋଇଥିବା ଟିକାକରଣର ୬୦% ହୋଇଛି ଆଠଟି ରାଜ୍ୟରେ । ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜରାଟ ଟିକାକରଣର ୫ ନିୟୁତ ମାଇଲଖୁଣ୍ଟ ଅତିକ୍ରମ କରିସାରିଛି ।

ଟିକାକରଣ ଅଭିଯାନର ୭୦ ତମ ଦିବସରେ  (୨୬ ମାର୍ଚ୍ଚ ୨୦୨୧) ମୋଟ ୨୬,୦୫,୩୩୩ ଡୋଜ୍ ଟିକା ଦିଆଯାଇଛି । ଏଥିରେ ୪୩,୨୮୧ ସେସନରେ ୨୪,୨୫,୧୪୬ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୦,୧୮୭ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

ଭାରତରେ ମୋଟ ୧,୧୨,୯୫,୦୨୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୪.୮୪% ।

ଗତ ୨୪ ଘଣ୍ଟା ମଧ୍ୟରେ ୩୦,୩୮୬ ଜଣ ସୁସ୍ଥ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୧୭,୦୧୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

ଏହି ମୃତୁ୍ୟ ମଧ୍ୟରୁ ୭୫.୬% ହୋଇଛି ପାଞ୍ଚଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୧୨ ଜଣଙ୍କ ପ୍ରାଣ ଯାଇଛି ଏବଂ ଏହା ପଛକୁ ପଞ୍ଜାବରେ ୫୯ ଜଣଙ୍କ ପ୍ରାଣ ଯାଇଛି ।

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟେରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଆସାମ, ଓଡ଼ିଶା, ପୁୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲାକ୍ଷାଦ୍ୱୀପ, ମଣିପୁର, ତ୍ରିପୁରା, ସିକିମ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1708121) Visitor Counter : 209