ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ମୋଟ ଟିକାକରଣ ୫ କୋଟି ଡୋଜକୁ ଅତିକ୍ରମ କରିଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

ଦୈନିକ ନୂଆ ମାମଲା ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ବୃଦ୍ଧି ପାଉଛି

Posted On: 24 MAR 2021 11:04AM by PIB Bhubaneshwar

ଇିଶ୍ୱ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି । ଦେଶରେ କୋଭିଡ-୧୯ ଟିକାକରଣରେ ଏ ପର୍ଯ୍ୟନ୍ତ ୫ କୋଟିରୁ ଅଧିକ ଡୋଜ୍ ଟିକା ଦିଆସରିଲାଣି ।

ଆଜି ସକାଳ ୭ଟା ସୁଦ୍ଧା ୮,୨୩,୦୪୬ ସେସନରେ ମୋଟ ୫.୦୮,୪୧,୨୮୬ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ ରହିଛି, ୭୯,୧୭,୫୨୧ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୦,୨୦,୬୯୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୮୩,୬୨,୦୬୫ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୩୦,୮୮,୬୩୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ଦୁରାରୋଗ୍ୟରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସର ୪୭,୦୧,୮୯୪ ଜଣ ହିତାଧିକାରୀ ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୧୭,୫୦,୪୭୨ ଜଣ ହିତାଧିକାରୀଙ୍କ ଟିକାକରଣ ।

 

HCWs

FLWs

45 to < 60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

79,17,521

50,20,695

83,62,065

30,88,639

47,01,894

2,17,50,472

5,08,41,286

ଟିକାକରଣର ୬୭ତମ ଦିବସ (୨୩ ମାର୍ଚ୍ଚ ୨୦୨୧)ରେ ୨୩,୪୬,୬୯୨ ଡୋଜ୍ ଟିକା ଦିଆଯାଇଛି ।

Date: 23rd March, 2021

HCWs

FLWs

45 to < 60 years with Co-morbidities

Over 60 years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

57,942

60,731

1,19,938

1,85,162

4,03,584

15,19,335

21,00,799

2,45,893

ଏହା ମଧ୍ୟରେ ୨୧,୦୦,୭୯୯ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୪୫,୮୯୩ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ପାଞ୍ଚଟି ରାଜ୍ୟ: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି । ନୂଆ ମାମଲା ମଧ୍ୟରୁ ଏସବୁ ରାଜ୍ୟରେ ଆସିଛି ମୋଟ ୭୭.୪୪% ।

ଗତ ୨୪ ଘଣ୍ଟା ମଧ୍ୟରେ ୪୭,୨୬୨ ନୂଆ କରୋନା ମାମଲା ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲା ମଧ୍ୟରୁ ୮୧.୬୫% ଆସିଛି ଛଅଟି ରାଜ୍ୟରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୨୮,୬୯୯ ମାମଲା ଆସିଛି । ଏହା ପଛକୁ ପଞ୍ଜାବରେ ୨୨୫୪ ଏବଂ କର୍ଣ୍ଣାଟକରେ ୨୦୧୦ ନୂଆ ମାମଲା ଆସିଛି ।

ଆଠଟି ରାଜ୍ୟରେ ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର (୪.୧୧%)ରୁ ଅଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ସାପ୍ତାହିକ ପଜିଟିଭିଟି ହାର (୨୦.୫୩%) ରହିଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୩,୬୮,୪୫୭ ରେ ପହଞ୍ଚିଛି, ଯାହାକି ମୋଟ ପଜିଟିଭ୍ ସଂଖ୍ୟାର ୩.୧୪% । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୨୩,୦୮୦ ବୃଦ୍ଧି ଘଟିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୨,୦୫,୧୬୦ରେ ପହଞ୍ଚିଛି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୫.୪୯% ।

ଗତ ୨୪ ଘଣ୍ଟା ମଧ୍ୟରେ ୨୩,୯୦୭ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୭୫ ଜଣଙ୍କର କରୋନାରେ ପ୍ରାଣ ଯାଇଛି । ଏହା ମୃତୁ୍ୟ ମଧ୍ୟରୁ ୮୩.୨୭% ମୃତୁ୍ୟ ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୧୩୨ ଜଣଙ୍କ ମୃତୁ୍ୟ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୫୩ ଜଣ ଏବଂ ଛତିଶଗଡ଼ରେ ୨୦ ଜଣଙ୍କ ମୃତୁ୍ୟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କରୋନାରେ କେହି ପ୍ରାଣ ହରାଇନାହାନ୍ତି । ଏସୁବ ରାଜ୍ୟ ହେଲା, ଓଡ଼ିଶା, ଲାକ୍ଷାଦ୍ୱୀପ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ଦାଦ୍ରା ଓ ନଗର ହାବେଲି, ମେଘାଳୟ, ମିଜୋରାମ, ସିକିମ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ ଏବଂ ଅରୁଣାଜଳ ପ୍ରଦେଶ ।

***

SR



(Release ID: 1707396) Visitor Counter : 239