ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ଛତିଶଗଡ଼, କର୍ଣ୍ଣାଟକ ଓ ତାମିଲନାଡୁରେ ଦୈନିକ ନୂଆ ମାମଲା ବୃଦ୍ଧି: ଦୈନିକ ନୂଆ ମୋଟ ମାମଲାରେ ୮୧%

ସର୍ବମୋଟ କୋଭିଡ-୧୯ ଟିକା ଡୋଜ ୫ କୋଟି ନିକଟତର

ଗତ ୨୪ଘଣ୍ଟାରେ ରେକର୍ଡ ୩୨,୫୩,୦୯୫ ଟିକାକରଣ

Posted On: 23 MAR 2021 11:40AM by PIB Bhubaneshwar

୬ଟି ରାଜ୍ୟ ଯଥା ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ଼ ଓ ତାମିଲନାଡୁରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା (୪୦,୭୧୫)ରେ ଏହି ରାଜ୍ୟଗୁଡ଼ିକର ଭାଗ ୮୦.୯୦% ।

          ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ଜାରି ରହିଛି ଏବଂ ଏଠାରେ ୨୪,୬୪୫ (୬୦.୫୩%) ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା ପଞ୍ଜାବରେ ୨,୨୯୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୧,୬୪୦ ନୂଆ ମାମଲା ସାମ୍ନାକୁ ଆସିଛି ।

https://static.pib.gov.in/WriteReadData/userfiles/image/image001QZJO.jpg

ନିମ୍ନରେ ୧୦ ରାଜ୍ୟର ତଥ୍ୟ ଦିଆଗଲା, ଯେଉଁଠାରେ ଦୈନିକ ନୂଆ ମାମଲା ଉପରମୁହାଁ ହୋଇଛି ।

https://static.pib.gov.in/WriteReadData/userfiles/image/image002TUHA.jpg

https://static.pib.gov.in/WriteReadData/userfiles/image/image0036YE8.jpg

          ଭାରତର ମୋଟ ସକ୍ରିୟ କରୋନା ମାମଲା ଫେବୃଆରୀ ମଧ୍ୟଭାଗରେ ସର୍ବନିମ୍ନ ସ୍ତରକୁ ଖସିବା ପରେ ଏବେ ବୃଦ୍ଧି ପାଇବାକୁ ଲାଗିଛି । ଆଜିକା ଦିନରେ ଏହା ୩.୪୫ ଲକ୍ଷ (୩,୪୫,୩୭୭) ରହିଛି । ଗତ ୨୪ ଘଣ୍ଟାରେ ମୋଟ ସକ୍ରିୟ ମାମଲାରେ ଆଉ ୧୦,୭୩୧ ଯୋଡ଼ି ହୋଇଛି ।

       https://static.pib.gov.in/WriteReadData/userfiles/image/image0042JW2.jpg

   ଦେଶରେ ରହିଥିବା ମୋଟ ସକ୍ରିୟ ମାମଲାରୁ ୭୫.୧୫%୩ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ ଓ ପଂଜାବରୁ ରହିଛି । ଦେଶର ମୋଟ ସକ୍ରିୟ ମାମଲାରେ ମହାରାଷ୍ଟ୍ରର ଏକାକୀ ୬୨.୭୧% ରହିଛି ।

https://static.pib.gov.in/WriteReadData/userfiles/image/image005H9SN.jpg

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ଭାରତରେ କୋଭିଡ-୧୯ ମାମଲା ଦୁଇଗୁଣା କେମିତି ହେଲା, ତାହା ଦର୍ଶାଉଛି ।

 

ମାମଲା ଦୁଇଗୁଣା ହେବାର ସମୟ ୨୦୨୧ ମାର୍ଚ୍ଚ ୧ରେ ୫୦୪.୪ ଥିଲା, ଯାହା ୨୦୨୧ ମାର୍ଚ୍ଚ ୨୩ରେ ୨୦୨.୩ ରହିଛି ।

https://static.pib.gov.in/WriteReadData/userfiles/image/image006OLVE.jpg

          ଆଜି ସକାଳ ୭ଟା ପର୍ଯ୍ୟନ୍ତ ଉପଲବ୍ଧ ରିପୋର୍ଟ ମୁତାବକ ଦେଶରେ ୭,୮୪,୬୧୨ ସେସନ ଜରିଆରେ ୪.୮ କୋଟି (୪,୮୪,୯୪,୫୯୪)ରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି । ଆଜି ପ୍ରଥମ ଡୋଜ ପରିଚାଳନା ସଂଖ୍ୟା ୪ କୋଟି (୪,୦୬,୩୧,୧୫୩) ଅତିକ୍ରମ କରିଛି ।

          ତନ୍ମଧ୍ୟରୁ ୭୮,୫୯,୫୭୯ ସ୍ୱାସ୍ଥ୍ୟ କର୍ମୀ (ପ୍ରଥମ ଡୋଜ), ୪୯,୫୯,୯୬୪ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ), ୮୨,୪୨,୧୨୭ ଫ୍ରଣ୍ଟଲାଇନ କର୍ମଚାରୀ (ପ୍ରଥମ ଡୋଜ), ୨୯,୦୩,୪୭୭ ଫ୍ରଣ୍ଟଲାଇନ କର୍ମଚାରୀ (ଦ୍ୱିତୀୟ ଡୋଜ), ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ୪୨,୯୮,୩୧୦ ହିତାଧିକାରୀ ଏବଂ ୬୦ରୁ ଅଧିକ ବୟସର ୨ କୋଟି (୨,୦୨,୩୧,୧୩୭)ରୁ ଅଧିକ ହିତାଧିକାରୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।

 

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

78,59,579

49,59,964

82,42,127

29,03,477

42,98,310

2,02,31,137

4,84,94,594

          ଟିକାକରଣ ଅଭିଯାନର ୬୬ତମ ଦିନ (୨୦୨୧ ମାର୍ଚ୍ଚ ୨୨)ରେ ୩୨ ଲକ୍ଷ (୩୨,୫୩,୦୯୫)ରୁ ଅଧିକ ଟିକା ଡୋଜ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୨୯,୦୩,୦୩୦ ହିତାଧିକାରୀଙ୍କୁ ୪୮,୩୪୫ ସେସନରେ ପ୍ରଥମ ଡୋଜ (ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ) ଦିଆଯାଇଥିବା ବେଳେ ୩,୫୦,୦୬୫ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି ।


Date: 22nd March, 2021

HCWs

FLWs

45to<60 years with Co-morbidities

Over 60years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

 

69,929

73,804

1,42,159

2,76,261

5,59,930

21,31,012

29,03,030

3,50,065

 

                     

          ଭାରତର ମୋଟ କରୋନା ଆରୋଗ୍ୟ ସଂଖ୍ୟା ଆଜି ୧,୧୧,୮୧,୨୫୩ ରହିଛି । ଜାତୀୟ ଆରୋଗ୍ୟ ହାର ୯୫.୬୭% ରହିଛି ।

          ଗତ ୨୪ ଘଣ୍ଟାରେ ୨୯,୭୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

            ୨୪ ଘଣ୍ଟାରେ ୧୯୯ ରୋଗୀଙ୍କ ମୃତ୍ୟୁ ଘଟିଛି ।

ଦୈନିକ ମୃତ୍ୟୁ ମଧ୍ୟରୁ ୬ଟି ରାଜ୍ୟର ଅଂଶ ୮୦.୪% ରହିଛି । ମହାରାଷ୍ଟ୍ର ଓ ପଞ୍ଜାବରେ ୫୮ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । କେରଳ ଓ ଛତିଶଗଡ଼ରେ ୧୨ ଜଣ ଲେଖାଏଁ ଲୋକଙ୍କ ଜୀବନ ଯାଇଛି ।

https://static.pib.gov.in/WriteReadData/userfiles/image/image00727TL.jpg

ଗତ ୨୪ ଘଣ୍ଟାରେ ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କରୋନା ମୃତ୍ୟୁ ରିପୋର୍ଟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଜମ୍ମୁ-କାଶ୍ମୀର (ୟୁଟି), ଗୋଆ, ଉତ୍ତରାଖଣ୍ଡ, ଓଡ଼ିଶା, ଲାକ୍ଷାଦ୍ୱୀପ, ସିକ୍କିମ, ଡାମନ ଓ ଡିଉ, ଦାଦ୍ରା ନଗରହାବେଳି, ଲଦାଖ (ୟୁଟି), ମଣିପୁର, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ।

 

*******

 

SR



(Release ID: 1707089) Visitor Counter : 231