ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ନୂଆ କୋଭିଡ ମାମଲାରେ ୮୦%ରୁ ଅଧିକ ମହାରାଷ୍ଟ୍ର, ପଞାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟ ପ୍ରଦେଶରୁ ଚିହ୍ନଟ କରାଯାଇଛି

ଦେଶରେ ୪.୫ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ

ସର୍ବମୋଟ କରୋନା ମୃତ୍ୟୁ ହାର ୧.୩୭% କୁ ହ୍ରାସ

Posted On: 22 MAR 2021 11:12AM by PIB Bhubaneshwar

ମହାରାଷ୍ଟ୍ର, ପଞାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟ ପ୍ରଦେଶରେ ଦୈନିକ ନୂଆ କୋଭିଡ ମାମଲା ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖା ଦେଇଥିବା ନୂଆ ମାମଲାରେ ୮୦.୫% ଏହି ରାଜ୍ୟଗୁଡ଼ିକରୁ ଚିହ୍ନଟ କରାଯାଇଛି ।

 

ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ନୂଆ ମାମଲା ପଜ୍ଞୀକୃତ କରାଯାଇଛି । ଏଗୁଡ଼ିକରୁ ୮୪.୪୯% ୬ ରାଜ୍ୟ ଯଥା ମହାରାଷ୍ଟ୍ର, ପଞାବ, କେରଳ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟ ପ୍ରଦେଶରୁ ରହିଛି ।

 

ମହାରାଷ୍ଟ୍ରରେ ସର୍ବାଧିକ ୩୦,୫୩୫ ନୂଆ ମାମଲା ରେକର୍ଡ କରାଯାଇଛି, ଯାହା ଦେଶରେ ନୂଆ ମୋଟ ମାମଲାର ୬୫.୦୩% । ଏହା ପଛକୁ ଥିବା ପଞାବରେ ୨,୬୪୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କେରଳରେ ୧,୮୭୫ ନୂଆ ମାମଲା ଚିହ୍ନଟ କରାଯାଇଛି ।

https://static.pib.gov.in/WriteReadData/userfiles/image/image001YW27.jpg

 

ନିମ୍ନରେ ଦର୍ଶାଯାଇଥିବା ୮ଟି ରାଜ୍ୟରେ ଦୈନିକ ନୂଆ କୋଭିଡ ମାମଲା ଉପରମୁହାଁ ହେଉଥିବା ଦେଖିବାକୁ ମିଳିଛି ।

https://static.pib.gov.in/WriteReadData/userfiles/image/image002BN8Z.jpg

https://static.pib.gov.in/WriteReadData/userfiles/image/image0038XR4.jpg

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ୮ଟି ପ୍ରମୁଖ ରାଜ୍ୟର ମୋଟ ପଜିଟିଭିଟି ହାର ଏବଂ ମୋଟ ନମୁନା ପରୀକ୍ଷଣ ବାବଦ ତଥ୍ୟ ପ୍ରଦାନ କରାଗଲା ।

ଆଜି ଭାରତର ମୋଟ ସକ୍ରିୟ କରୋନା ମାମଲା ୩,୩୪,୬୪୬ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ୨.୮୭% ରହିଛି । ଗତ ୨୪ ଘଣ୍ଟାରେ ମୋଟ ସକ୍ରିୟ ମାମଲାରେ ଆଉ ୨୫,୫୫୯ ମାମଲା ଯୋଡ଼ି ହୋଇଯାଇଛି ।

https://static.pib.gov.in/WriteReadData/userfiles/image/image005ZE86.jpg

ବର୍ତ୍ତମାନ ମୋଟ ପଜିଟିଭିଟି ହାର (ହାରାହାରି ୭ ଦିନ) ୩.୭୦% ରହିଛି । ୮ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି।

https://static.pib.gov.in/WriteReadData/userfiles/image/image006Y1S6.jpg

 

ଅନ୍ୟପକ୍ଷରେ ଭାରତରେ ମୋଟ ଟିକାକରଣ କଭରେଜ ୪.୫ କୋଟି ଅତିକ୍ରମ କରିଛି ।

 

ଆଜି ସକାଳ ୭ଟା ପର୍ଯ୍ୟନ୍ତ ଉପଲବ୍ଧ ରିପୋର୍ଟ ମୁତାବକ ଦେଶରେ ୭,୩୩,୫୯୭ ସେସନ ଜରିଆରେ ୪.୫୦ କୋଟି (୪,୫୦,୬୫,୯୯୮)ରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି । ତନ୍ମଧ୍ୟରୁ ୭୭,୮୬,୨୦୫ ସ୍ୱାସ୍ଥ୍ୟ କର୍ମୀ (ପ୍ରଥମ ଡୋଜ), ୪୮,୮୧,୯୫୪ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ), ୮୦,୯୫,୭୧୧ ଫ୍ରଣ୍ଟଲାଇନ କର୍ମଚାରୀ (ପ୍ରଥମ ଡୋଜ), ୨୬,୦୯,୭୪୨ ଫ୍ରଣ୍ଟଲାଇନ କର୍ମଚାରୀ (ଦ୍ୱିତୀୟ ଡୋଜ), ବିଭିନ୍ନ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ୩୭,୨୧,୪୫୫ ହିତାଧିକାରୀ ଏବଂ ୬୦ରୁ ଅଧିକ ବୟସର ୧,୭୯,୭୦,୯୩୧ ହିତାଧିକାରୀ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ।

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

77,86,205

48,81,954

80,95,711

26,09,742

37,21,455

1,79,70,931

4,50,65,998

ଟିକାକରଣ ଅଭିଯାନର ୬୫ତମ ଦିନ (୨୦୨୧ ମାର୍ଚ୍ଚ ୨୧)ରେ ମୋଟ ୪,୬୨,୧୫୭ ଟିକା ଡୋଜ ପ୍ରଦାନ କରାଯାଇଛି । ଏହି ଦିନଟି ରବିବାର ହୋଇଥିବାରୁ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଟିକାକରଣ ସେସନ ଆୟୋଜନ କରି ନ ଥିଲେ ।

ଏମାନଙ୍କ ମଧ୍ୟରୁ ୪,୪୯,୧୧୫ ହିତାଧିକାରୀ (ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ) ପ୍ରଥମ ଡୋଜ ପାଇଁ ୮,୪୫୯ ସେସନରେ ଟିକା ନେଇଥିବା ବେଳେ ୧୩,୦୪୨ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ ଟିକାର ଦ୍ୱିତୀୟ ଡୋଜ ନେଇଥିଲେ ।

Date: 21st March,2021

HCWs

FLWs

45 to < 60 years with Co-morbidities

Over 60 years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

6,220

4,598

11,400

8,444

87,982

3,43,513

4,49,115

13,042

ଆଜିକା ଦିନରେ ଭାରତର ମୋଟ ଆରୋଗ୍ୟ ସଂଖ୍ୟା ୧,୧୧,୫୧,୪୬୮ ରହିଛି । ଜାତୀୟ ଆରୋଗ୍ୟ ହାର ୯୫.୭୫% ଅଛି ।

 

ଗତ ୨୪ ଘଣ୍ଟାରେ ଦେଶରେ ୨୧,୧୮୦ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

 

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨୧୨ ଜଣଙ୍କ ମୃତ୍ୟୁ ଘଟିଛି ।

 

ନୂଆ ମୃତ୍ୟୁରେ ୬ଟି ରାଜ୍ୟର ଅଂଶ ୮୫.୮୫% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୯୯ ଜଣ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ପଞାବରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି କେରଳରେ ଗତ ୨୪ ଘଣ୍ଟାରେ ୧୩ କରୋନା ରୋଗୀଙ୍କ ଜୀବନ ଯାଇଛି ।

https://static.pib.gov.in/WriteReadData/userfiles/image/image007SR5W.jpg

କରୋନା ମୃତ୍ୟୁ ହାର ଏବେ ମୋଟ ପଜିଟିଭ ମାମଲାର ୧.୩୭% ରହିଛି ଏବଂ ଏହା ନିମ୍ନଗାମୀ ହେବାରେ ଲାଗିଛି ।

https://static.pib.gov.in/WriteReadData/userfiles/image/image008UZM8.jpg

ଗତ ୨୪ ଘଣ୍ଟାରେ ୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କରୋନା ମୃତ୍ୟୁ ରିପୋର୍ଟ ହୋଇନାହିଁ । ଏଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଆସାମ, ଉତ୍ତରାଖଣ୍ଡ, ଲାକ୍ଷାଦ୍ୱୀପ, ସିକ୍କିମ, ଲଦାଖ (ୟୁଟି), ଡାମନ ଓ ଡିଉ ଓ ଦାଦ୍ରା ଓ ନଗରହାବେଳି, ମେଘାଳୟ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ରହିଛି ।



(Release ID: 1706750) Visitor Counter : 189