ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ସମଗ୍ର ଦେଶରେ ୨.୪ କୋଟିରୁ ଅଧିକ ଟିକା ପ୍ରଦାନ
ଗତ ୨୪ ଘଣ୍ଟାରେ ୧୩.୫ ଲକ୍ଷରୁ ଅଧିକ ଟିକା ପ୍ରଦାନ
ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁରେ COVID ମାମଲା ଅଧିକ ବୃଦ୍ଧି
Posted On:
10 MAR 2021 12:09PM by PIB Bhubaneshwar
ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ରେ ୩,୩୯,୧୪୫ ଅଧିବେଶନ ମାଧ୍ୟମରେ ୨.୪୩ କୋଟି (୨,୪୩,୬୭,୯୦୬) ରୁ ଅଧିକ ଟିକା ଦିଆଯାଇଛି ।
ଏଥି ମଧ୍ୟରେ ୭୧,୩୦,୦୯୮ HCWs (୧ମ ଜେଡ୍), ୩୮,୯୦,୨୫୭ HCWs (୨ୟ ଡୋଜ୍), ୬୯,୩୬,୪୮୦ FLWs (୧ମ ଜୋଜ୍) ଏବଂ ୪,୭୩,୪୨୨ FLWs (୨ୟ ଡୋଜ୍), ନିର୍ଦ୍ଦିଷ୍ଟ ଭାବେ ଏକାଧିକ ରୋଗ ଥିବା୪୫ ବର୍ଷରୁ ଅଧିକ ବୟସର ୮,୩୩,୫୨୬ ହିତାଧିକାରୀ ଙ୍କୁ (୧ମ ଡୋଜ) ଏବଂ ୬୦ ବର୍ଷରୁ ଅଧିକ ବୟସର ୫୧,୦୪,୧୨୩ ହିତାଧିକାରୀଙ୍କୁ (୧ମ ଡୋଜ) ଟିକା ଦିଆଯାଇଛି ।
ଆଜି ସୁଦ୍ଧା (୯ ମାର୍ଚ୍ଚ, ୨୦୨୧) ଟୀକାକରଣର ୫୩ଦିନରେ, ୧୩.୫ ଲକ୍ଷରୁ ଅଧିକ (୧୩,୫୯,୧୭୩) ଟିକା ଦିଆଯାଇଥିଲା । ସେଥିମଧ୍ୟରୁ ୧୦,୬୦,୯୪୪ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (HCWs ଏବଂ FLWs) ପାଇଁ ୫୨,୩୫୧ ଅଧିବେଶନରେ ଟିକା ଦିଆଯାଇଥିଲା ଏବଂ ୨,୯୮,୨୨୯ HCWs ଏବଂ FLWs ୨ୟ ଡୋଜ ଟିକା ଗ୍ରହଣ କରିଥିଲେ ।
ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁ ଭଳି ୬ଟି ରାଜ୍ୟରେ ସର୍ବାଧିକ ନୂତନ COVID ମାମଲା ରିପୋର୍ଟ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୨୧ ନୂଆ ଦୈନିକ ମାମଲା ରିପୋର୍ଟ ହୋଇଛି ।
୮୩.୭୬% ନୂତନ ମାମଲା ଉପରୋକ୍ତ ୬ଟି ରାଜ୍ୟରୁ ଆସିଛ ।
୯,୯୨୭ ମାମଲା ସହିତ ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ସଂକ୍ରମଣ ମାମଲା ଜାରି ରହିଛି । ଏହା ପରେ କେରଳ ୨,୩୧୬ ଥିବାବେଳେ ପଞ୍ଜାବରେ ୧,୦୨୭ ଟି ନୂଆ ମାମଲା ରିପୋର୍ଟ ହୋଇଛି ।
ଆଠଟି ରାଜ୍ୟ ଦୈନିକ ନୂତନ ମାମଲା କ୍ଷେତ୍ରରେ ବୃଦ୍ଧି ପ୍ରଦର୍ଶନ କରୁଛନ୍ତି
ଭାରତର ମୋଟ ସକ୍ରିୟ ମାମଲା ଆଜି ୧.୮୪ ଲକ୍ଷ (୧,୮୪,୫୯୮) ରେ ପହଞ୍ଚିଛି ।
ନିମ୍ନରେ ଥିବା ଗ୍ରାଫ୍ ୧୭ ଜାନୁଆରୀ, ୨୦୨୧ ରୁ ୧୦ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ସକ୍ରିୟ ମାମଲା ଗୁଡ଼ିକରେ ଦୈନିକ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି ।
ପ୍ରତିଦିନ ପରୀକ୍ଷା କରାଯାଉଥିବା COVID ନମୁନାଗୁଡିକ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତରେ କରାଯାଇଥିବା ମୋଟ ପରୀକ୍ଷା ୨୨ କୋଟି (୨୨,୩୪,୭୯,୮୭୭) ଅତିକ୍ରମ କରିଛି ।
ଦୈନିକ ପଜିଟିଭ ହାର ବର୍ତ୍ତମାନ ୨.୪୩% ରେ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନୂତନ ମୃତ୍ୟୁ କ୍ଷେତ୍ରରେ ପାଞ୍ଚଟି ରାଜ୍ୟର ଅବଦାନ ୭୭.୪୪% ଅଟେ । ମହାରାଷ୍ଟ୍ରରେ ସର୍ବାଧିକ ୫୬ଜଣ ମୃତ୍ୟୁବରଣ କରିଥିବାବେଳେ ପଞ୍ଜାବରେ ୨୦ ଜଣ ଓ କେରଳରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୯ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରୁ କୌଣସି COVID୧୯ ମୃତ୍ୟୁ ଖବର ନାହିଁ ।
ଏହି ସବୁ ରାଜ୍ୟଗୁଡ଼ିକ ହେଉଛି ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ଓଡିଶା, ଉତ୍ତରାଖଣ୍ଡ, ଝାଡଖଣ୍ଡ, ବିହାର, ପୁଡୁଚେରୀ, ଲକ୍ଷାଦ୍ୱୀପ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ମେଘାଳୟ, ନାଗାଲାଣ୍ଡ, ଡାମନ ଏବଂ ଡିଉ ଏବଂ ଦାଦର ଏବଂ ନଗରହାବେଳି, ତ୍ରିପୁରା, ମିଜୋରାମ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳପ୍ରଦେଶ ।
****
HS
(Release ID: 1703921)
Visitor Counter : 230