ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହିଳା ଦିବସରେ ମହିଳା ଉଦ୍ୟୋଗୀମାନଙ୍କ ଠାରୁ ସାମଗ୍ରୀ କିଣିଲେ ପ୍ରଧାନମନ୍ତ୍ରୀ

Posted On: 08 MAR 2021 2:00PM by PIB Bhubaneshwar

ଆଜି ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଏବଂ ଉଦ୍ୟୋଗୀଙ୍କଠାରୁ ସାମଗ୍ରୀ କିଣିଥିଲେ । ମହିଳା ଉଦ୍ୟୋଗୀ ଏବଂ ଆତ୍ମନିର୍ଭର ଭାରତକୁ ଏକ ଉତ୍ସାହ ଦେବା ପାଇଁ ଏହା ଏକ ପ୍ରୟାସ ।

          ଭାରତର ଆତ୍ମନିର୍ଭରତା ପାଇଁ ମହିଳାଙ୍କ ଭୂମିକା ବିଷୟରେ ଶ୍ରୀ ମୋଦୀ ଟ୍ୱଇଟ୍ କରି କହିଛନ୍ତି ଯେ, ଆତ୍ମନିର୍ଭର ହେବାକୁ ଭାରତ ପାଇ ଅନୁସନ୍ଧାନରେ ମହିଳାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଆନ୍ତର୍ଜାତୀୟ ମହିଳା ଦିବସରେ, ଆସନ୍ତୁ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ଉତ୍ସାହିତ କରିବା ।

ଆଜି ମୁଁ କିଛି ସାମଗ୍ରୀ କିଣିଲି ଯାହା ମହିଳା ଉଦ୍ୟୋଗ, ସୃଜନଶୀଳତା ଏବଂ ଭାରତର ସଂସ୍କୃତିର ଜୟଗାନକୁ ପାଳନ କରେ ।  ନାରୀ ଶକ୍ତି।

ତାମିଲନାଡୁର ଟୋଡା ଜନଜାତିର କାରିଗରମାନଙ୍କ ଦ୍ୱାରା ର୍ନିମିତ ଏମ୍ବ୍ରୋଇଡରଡ ଶାଲ୍ କିଣିବା ପରେ ସେ କହିଛନ୍ତି ଯେ ତାମିଲନାଡୁର ଟୋଡା ଜନଜାତିର କାରିଗରମାନଙ୍କ ଦ୍ୱାରା ର୍ନିମିତ ସୂକ୍ଷ୍ମ ହାତ ତିଆରି ଏମ୍ବ୍ରୋଇଡରଡ ଶାଲ୍ ଚମତ୍କାର ଦେଖାଯାଉଛି ।

ମୁଁ ଏହିପରି ଏକ ଶାଲ କିଣିଛି । ଏହି ଉତ୍ପାଦକୁ ଟ୍ରାଇବ୍ସ ଇଣ୍ଡିଆ ଦ୍ୱାରା ବିକ୍ରି କରାଯାଏ ।  ନାରୀ ଶକ୍ତି

ହାତ ତିଆରି ଗୋଣ୍ଡ କାଗଜ ଚିତ୍ରକଳା ବିଷୟରେ ସେ ଟୁଇଟ୍ କରି କହିଛନ୍ତି ଯେ ଆଖପାଖରେ ଏହା ଅଧିକ ରଙ୍ଗ ଭରି ଦେଉଛି!

ଆମର ଆଦିବାସୀ ସମ୍ପ୍ରଦାୟର କଳା ଚମତ୍କାର ଅଟେ । ଏହି ହାତ ତିଆରି ଗୋଣ୍ଡ କାଗଜ ଚିତ୍ରକଳା ରଙ୍ଗ ଏବଂ ସୃଜନଶୀଳତାର ଏକ ମିଶ୍ରଣ   ।

ଆଜି ଏହି ଚିତ୍ରକଳା  କିଣିଛି । ନାରୀ ଶକ୍ତି

ପ୍ରଧାନମନ୍ତ୍ରୀ ମଧ୍ୟ ନାଗାଲ୍ୟାଣ୍ଡରୁ ଏକ ପାରମ୍ପାରିକ ଶାଲ କିଣିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ଭାରତ ନାଗା ସଂସ୍କୃତି ପାଇଁ ଗର୍ବିତ ଯାହାସାହସିକତା, କରୁଣା ଏବଂ ସୃଜନଶୀଳତାର ପର୍ଯ୍ୟାୟବାଚୀ ।

ନାଗାଲ୍ୟାଣ୍ଡରୁ ଏକ ପାରମ୍ପାରିକ ଶାଲ କିଣିଲାନାରୀ ଶକ୍ତି

ଖଦି କଟନ ମଧୁବାଣି ପେଣ୍ଟିଂ ଷ୍ଟୋଲ କିଣିବା ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

ମହାତ୍ମା ଗାନ୍ଧୀ ଏବଂ ଭାରତର ସମୃଦ୍ଧ ଇତିହାସ ସହିତ ଖଦି ଘନିଷ୍ଠ ଭାବରେ ଜଡିତ । ଏକ ଖଦି କଟନ ମଧୁବାଣି ପେଣ୍ଟିଂ ଷ୍ଟୋଲ କିଣିଛି । ଏହା ଏକ ଉନ୍ନତ ମାନର ଉତ୍ପାଦ ଏବଂ ଆମ ନାଗରିକଙ୍କ ସୃଜନଶୀଳତା ସହିତ ଘନିଷ୍ଠ ଭାବରେ ଜଡିତ । ନାରୀ ଶକ୍ତି”

 

ପଶ୍ଚିମବଙ୍ଗର ହାତ ତିଆରି ଝୋଟ ଫାଇଲ୍ ଫୋଲ୍ଡର ସଂକ୍ରାନ୍ତରେ ଶ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି ଯେ ମୁଁ ନିଶ୍ଚିତ ଭାବେ ପଶ୍ଚିମବଙ୍ଗର ଏହି ହସ୍ତତନ୍ତ ଝୋଟ ଫାଇଲ୍ ଫୋଲ୍ଡର ବ୍ୟବହାର କରିବାକୁ ଯାଉଛି ।

ରାଜ୍ୟର ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ର୍ନିମିତ, ଆପଣ ସମସ୍ତଙ୍କ ଘରେ ପଶ୍ଚିମବଙ୍ଗର ଏକ ଝୋଟ ଉତ୍ପାଦ ରହିବା ଜରୁରୀ!  ନାରୀ ଶକ୍ତି

 

ପ୍ରଧାନମନ୍ତ୍ରୀ ମଧ୍ୟ ଅସାମର କାକାଟିପାପୁଙ୍ଗ ବିକାଶ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ  ଦ୍ୱାରା ର୍ନିମିତ ଏକ ଗାମୁସା କିଣିଛନ୍ତି ।

ଆପଣମାନେ  ମୋତେ ବାରମ୍ବାର ଗାମୁସା ପିନ୍ଧିଥିବାର ଦେଖିଛନ୍ତି । ଏହା ଅତ୍ୟନ୍ତ ଆରାମଦାୟକ । ଆଜି ମୁଁ କାକଟିପାପୁଙ୍ଗ ବିକାଶ ବ୍ଲକର ବିଭିନ୍ନ ସ୍ୱ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ର୍ନିମିତ ଏକ ଗାମୁସା କିଣିଛି ।  ନାରୀ ଶକ୍ତି

 

ଶ୍ରୀ ମୋଦୀ ମଧ୍ୟ କେରଳର ମହିଳାମାନଙ୍କ ଦ୍ୱାରା ର୍ନିମିତ କ୍ଲାସିକ୍ ପାମ କ୍ରାଫ୍ଟ ନୀଲାଭିଲାକୁ କିଣିବା ବିଷୟରେ ଟୁଇଟ୍ କରିଛନ୍ତି ।

ମୁଁ କେରଳ ମହିଳାମାନଙ୍କ ଦ୍ୱାରା ର୍ନିମିତ କ୍ଲାସିକ୍ ପାମ କ୍ରାଫ୍ଟ ନୀଲାଭିଲାକ୍ଟ  ପାଇବାକୁ ଉତ୍ସାହର ସହିତ ଅପେକ୍ଷା କରିଲି । ଆମର  ନାରୀ ଶକ୍ତି କିପରି ସ୍ଥାନୀୟ ହସ୍ତଶିଳ୍ପ ଏବଂ ଉତ୍ପାଦକୁ ସଂରକ୍ଷଣ ଏବଂ ଲୋକପ୍ରିୟ କରିପାରିଛି ତାହା ପ୍ରଶଂସନୀୟ ।

 

HS

(Release ID: 1703350) Visitor Counter : 169