ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଆଇଟି ସିଷ୍ଟମ କୋ-ୱିନ 1.0 ରୁ କୋ-ୱିନ 2.0କୁ ପରିବର୍ତ୍ତନ କରାଯିବା ଯୋଗୁଁ ଶନିବାର ଓ ରବିବାର (27 ଏବଂ 28 ଫେବୃଆରୀ, 2021)ରେ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ହେବନାହିଁ

Posted On: 26 FEB 2021 12:27PM by PIB Bhubaneshwar

କୋଭିଡ ଟୀକାକରଣ ଜାନୁଆରୀ 16ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ମାର୍ଚ୍ଚ 1, 2021ରୁ ଦେଶବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମକୁ ବିସ୍ତାର କରାଯାଇ ଏଥିରେ 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସହିତ 45 ବର୍ଷରୁ ଅଧିକ ବୟସର ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଏହି ଶନିବାର ଓ ରବିବାର (27 ଏବଂ 28 ଫେବୃଆରୀ), କୋ-ୱିନ ଡିଜିଟାଲ ପ୍ଲାଟଫର୍ମକୁ କୋ-ୱିନ 1.0ରୁ କୋ-ୱିନ 2.0କୁ ସ୍ଥାନାନ୍ତରିତ କରାଯିବ ଏହାକୁ ଦୃଷ୍ଟିରେ ରଖି, ଏହି ଦୁଇ ଦିନ ମଧ୍ୟରେ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ହେବ ନାହିଁ ଏହି ପରିବର୍ତ୍ତନ ବିଷୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି

 

**********

TRP/

 

 



(Release ID: 1701254) Visitor Counter : 221