ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 17 FEB 2021 9:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି  

ଭାରତ ଓମାନକୁ ଯୋଗାଇଥିବା କୋଭିଡ-19 ଟୀକା ପାଇଁ ମହାମହିମ ସୁଲତାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଘନିଷ୍ଠ ସହଯୋଗରେ ମିଳିତ ଭାବେ ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିବା ଲାଗି ଉଭୟ ନେତା ସହମତ ହୋଇଥିଲେ

ସୁଲତାନ ତାଙ୍କ ଶାସନର ଏକ ବର୍ଷ ପୂରଣ କରିଥିବା ସହିତ ଓମାନ ପାଇଁ ତାଙ୍କ ଭିଜନ 2040 ଲାଗି ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ

ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି ସମସ୍ତ କ୍ଷେତ୍ରରେ ବୃଦ୍ଧି ପାଉଥିବା ଭାରତ-ଓମାନ ସହଯୋଗ ନେଇ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ

ଉଭୟ ନେତା ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କ ବୃଦ୍ଧିରେ ପ୍ରବାସୀ ଭାରତୀୟଙ୍କ ଭୂମିକାକୁ ପ୍ରଶଂସା କରିଥିଲେ

 

**********

TRP/

 

 


(रिलीज़ आईडी: 1698953) आगंतुक पटल : 170
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam