ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

28 ଦିନରେ ଭାରତ କୋଭିଡ-19 ବିରୋଧରେ ପ୍ରାୟ 80 ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରିଛି


8ଟି ରାଜ୍ୟ 4ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି

ଗତ 24ଘଣ୍ଟାରେ 17ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-19ମୃତ୍ୟୁ ନାହିଁ

Posted On: 13 FEB 2021 11:27AM by PIB Bhubaneshwar

କୋଭିଡ-19 ବିରୋଧରେ ଲଢ଼େଇ ସ୍ୱରୂପ ଭାରତ ପାଖାପାଖି ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରାଇଛି ।

2021 ଫେବ୍ରୁଆରୀ 13 ସୁଦ୍ଧା, ସକାଳ 8ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କୋଭିଡ-`19 ଟିକାକରଣ କାର‌୍ୟ୍ୟକ୍ରମରେ 79,67,647 ହିତାଧିକାରୀ ଟିକା ଗ୍ରହଣ କରିଛନ୍ତି ।

ଏମାନଙ୍କ ମଧ୍ୟରୁ 59,09,136୫ସ୍ୱାସ୍ଥ୍ୟ କର୍ମୀ ହୋଇଥିବା ବେଳେ 20,58,511୨ ଜଣ ହେଉଛନ୍ତି ଫ୍ରଣ୍ଟଲାଇନ ୱାର୍କର । ଏ ପର୍ଯ୍ୟନ୍ତ 1,64,781ଟି ସେସନ ଅନୁଷ୍ଠିତ ହୋଇସାରିଲାଣି ।

 

S. No.

States/UTs

Beneficiaries Vaccinated

1

A & N Islands

3,454

2

Andhra Pradesh

3,51,993

3

Arunachal Pradesh

15,098

4

Assam

1,25,038

5

Bihar

4,71,683

6

Chandigarh

8,017

7

Chhattisgarh

2,47,745

8

Dadra & Nagar Haveli

2,890

9

Daman & Diu

1,095

10

Delhi

1,77,439

11

Goa

12,949

12

Gujarat

6,67,073

13

Haryana

1,94,124

14

Himachal Pradesh

79,166

15

Jammu & Kashmir

1,11,470

16

Jharkhand

1,88,095

17

Karnataka

4,91,552

18

Kerala

3,45,197

19

Ladakh

2,854

20

Lakshadweep

1,776

21

Madhya Pradesh

5,26,095

22

Maharashtra

6,49,660

23

Manipur

19,563

24

Meghalaya

12,797

25

Mizoram

11,332

26

Nagaland

9,125

27

Odisha

3,99,670

28

Puducherry

5,510

29

Punjab

1,01,861

30

Rajasthan

6,06,694

31

Sikkim

8,335

32

Tamil Nadu

2,27,542

33

Telangana

2,78,250

34

Tripura

65,288

35

Uttar Pradesh

8,58,602

36

Uttarakhand

1,04,052

37

West Bengal

4,85,054

38

Miscellaneous

99,509

Total

79,67,647

ଟିକାକରଣ ଅଭିଯାନର 28ତମ ଦିନ (2021 ଫେବୃଆରୀ 12)ରେ 4,62,637 ହିତାଧିକାରୀ (94,160 ସ୍ୱାସ୍ଥ୍ୟକର୍ମୀ ଓ 3,68,477 ଫ୍ରଣ୍ଟଲାଇନ ୱାର୍କର)ଙ୍କର 10,411 ସେସନରେ ଟିକାକରଣ ହୋଇଛି ।

ଦୈନିକ ଟିକା ନେଉଥିବା ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ କରୋନା ଟିକା ନେଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରେ 8ଟି ରାଜ୍ୟର ଅଂଶ ୬୦% (59.70%) ରହିଛି । ଏହି 8ଟି ରାଜ୍ୟ 4.00,000ରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି । ମୋଟ ହିତାଧିକାରୀଙ୍କ ମଧ୍ୟରେ ଏକାକୀ ଉତ୍ତରପ୍ରଦେଶର ଭାଗ 10.80% (8,58,602 ହିତାଧିକାରୀ) ରହିଛି ।

ଗତ 24ଘଣ୍ଟାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଦୈନିକ କରୋନା ମୃତ୍ୟୁ ଚିତ୍ରରୁ ଦେଖିବାକୁ ମିଳିଛି କରୋନା ମୃତ୍ୟୁରେ ଆଖିଦୃଶିଆ ହ୍ରାସ ଘଟିଛି । 17 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ନୂଆ କରୋନା ମୃତ୍ୟୁ ହୋଇ ନ ଥିବା ବେଳେ 13 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ 1-5ନୂଆ ମୃତ୍ୟୁ ଘଟିଛି ।

ଗତ 24 ଘଣ୍ଟାରେ ନୂଆ କରୋନା ମୃତ୍ୟୁ ଦେଖି ନ ଥିବା 17 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ତେଲଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ପୁଡୁଚେରି, ଚଣ୍ଡିଗଡ଼, ନାଗାଲାଣ୍ଡ, ଆସାମ, ମଣିପୁର, ସିକ୍କିମ, ମେଘାଳୟ, ଲଦାଖ (ୟୁଟି), ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଲାକ୍ଷାଦ୍ୱୀପ, ଅରୁଣାଚଳ ପ୍ରଦେଶ ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ରହିଛନ୍ତି ।

ଭାରତର ମୋଟ ସକ୍ରିୟ ମାମଲା ଏବେ 1.36ଲକ୍ଷ (1,36,571) ରହିଛି । ଭାରତର ମୋଟ କରୋନା ମାମଲାରେ ସକ୍ରିୟ ମାମଲା ମାତ୍ର 1.25% ରହିଛି ।

ଏ ପର‌୍ୟ୍ୟନ୍ତ ମୋଟ 1.06କୋଟି (1,06,00,625) ଲୋକ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇସାରିଲେଣି । ଗତ 24 ଘଣ୍ଟାରେ 11,395 ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଜାତୀୟ ଆରୋଗ୍ୟ ହାର ଏବେ 97.32% ରହିଛି ।

ଦିନକରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ମଧ୍ୟରେ 6ଟି ରାଜ୍ୟରୁ 81.93% ରହିଛନ୍ତି ।

ଦିନକରେ କେରଳରେ ସର୍ବାଧିକ 5,332 ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ମହାରାଷ୍ଟ୍ରରେ 24ଘଣ୍ଟାରେ 2,422 ଲୋକ ସୁସ୍ଥ ହୋଇଥିବା ବେଳେ ତାମିଲନାଡୁରେ 486 ଜଣ ସୁସ୍ଥ ହୋଇଛନ୍ତି ।

ଗତ 24 ଘଣ୍ଟାରେ ଦେଶରେ 12,143ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ମୋଟ ନୂଆ ମାମଲା ମଧ୍ୟରୁ 86.01% ୬ଟି ରାଜ୍ୟରେ ରହିଛନ୍ତି ।

କେରଳରେ ଗୋଟିଏ ଦିନରେ ସର୍ବାଧିକ 5,397 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ 3,670 ଚିହ୍ନଟ ହୋଇଛନ୍ତି । ସେହିଭଳି ତାମିଲନାଡୁରେ 483 ନୂଆ ମାମଲା ସାମ୍ନାକୁ ଆସିଛି ।

ଗତ 24ଘଣ୍ଟାରେ ଦେଶରେ 103 କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି ।

ନୂଆ କରୋନା ମୃତ୍ୟୁରେ 6ଟି ରାଜ୍ୟର ଅଂଶ 80.58% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 36ଜଣ ପ୍ରାଣ ହରାଇଥିବା ବେଳେ କେରଳରେ 18, କର୍ଣ୍ଣାଟକ ଓ ପଞ୍ଜାବରେ ୮ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

 

********

 

SR



(Release ID: 1697722) Visitor Counter : 217