ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ନିରନ୍ତର ଭାବେ ନିମ୍ନଗାମୀ ହେବା ପରେ ଭାରତର ସକ୍ରିୟ ମାମଲା ୧.୪୧ ଲକ୍ଷକୁ ହ୍ରାସ
୩୩ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକି୍ରୟ ମାମଲା ୫,୦୦୦ ତଳେ
୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୨୪ ଘଣ୍ଟାରେ କୌଣସି ମୃତୁ୍ୟ ହୋଇନାହିଁ
କୋଭିଡ-୧୯ର ପ୍ରତିକାର ସ୍ୱରୂପ ୬୬ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଟିକାକରଣ ହୋଇସାରିଲାଣି
Posted On:
10 FEB 2021 11:57AM by PIB Bhubaneshwar
ଭାରତର ସକି୍ରୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶର ମୋଟ ସକି୍ରୟ ମାମଲା ଆଜି ୧.୪୧ ଲକ୍ଷ (୧,୪୧,୫୧୧)କୁ ହ୍ରାସ ପାଇଛି । ଭାରତର ମୋଟ କରୋନା ପଜିଟିଭ ମାମଲାର ସକି୍ରୟ ମାମଲା ବର୍ତ୍ତମାନ ମାତ୍ର ୧.୩୦% ରହିଛି ।
ରାଷ୍ଟ୍ରୀୟ କରୋନା ଚିତ୍ର ସହ ତାଳ ଦେଇ ୩୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୫,୦୦୦ରୁ କମ୍ ସକି୍ରୟ ମାମଲା ରିପୋର୍ଟ କରାଯାଇଛି । ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳିରେ ବର୍ତ୍ତମାନ ଗୋଟିଏ ବି ସକି୍ରୟ ମାମଲା ନାହିଁ ।

ଦେଶରେ ଗତ ୨୪ ଘଣ୍ଟାରେ ୧୧,୦୬୭ ନୂଆ ଦୈନିକ ମାମଲା ରେକର୍ଡ କରାଯାଇଥିବା ବେଳେ ୧୩,୦୮୭ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି । ଏହାଦ୍ୱାରା ଦେଶର ମୋଟ କରୋନା ସକି୍ରୟ ମାମଲାରେ ନେଟ ୨,୧୧୪ ହ୍ରାସ ପାଇଛି ।
ଦେଶର ମୋଟ ସକି୍ରୟ ମାମଲାରେ ଦୁଇଟି ରାଜ୍ୟ କେରଳ ଓ ମହାରାଷ୍ଟ୍ରର ଅଂଶ ୭୧% ରହିଛି ।

ଗତ ୨୪ ଘଣ୍ଟାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ବି କରୋନା ମୃତୁ୍ୟ ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଜମ୍ମୁ-କଶ୍ମୀର (ୟୁଟି), ଝାଡ଼ଖଣ୍ଡ, ପୁଡୁଚେରି, ମଣିପୁର, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ମେଘାଳୟ, ସିକ୍କିମ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଲଦାଖ (ୟୁଟି), ମିଜୋରାମ, ଅରୁଣାଚଳ ପ୍ରଦେଶ, ତି୍ରପୁରା ଏବଂ ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ।
ଭାରତର ସର୍ବମୋଟ କରୋନା ଆରୋଗ୍ୟ ସଂଖ୍ୟା ୧,୦୫,୬୧,୬୦୮ରେ ପହଞ୍ଚିଛି । ଆରୋଗ୍ୟ ହାର ୯୭.୨୭% ରହିଛି ।
୨୦୨୧ ଫେବ୍ରୁଆରୀ ୧୦ ସକାଳ ୮ଟା ସୁଦ୍ଧା ଦେଶବ୍ୟାପୀ ମୋଟ ୬୬ ଲକ୍ଷରୁ ଅଧିକ (୬୬,୧୧,୫୬୧) ହିତାଧିକାରୀ କୋଭିଡ-୧୯ ଟିକାକରଣ ଅଭିଯାନରେ ଟିକା ଗ୍ରହଣ କରିସାରିଛନ୍ତି ।
S. No.
|
State/UT
|
Beneficiaries vaccinated
|
1
|
A & N Islands
|
3,413
|
2
|
Andhra Pradesh
|
3,25,538
|
3
|
Arunachal Pradesh
|
13,480
|
4
|
Assam
|
1,08,887
|
5
|
Bihar
|
4,15,989
|
6
|
Chandigarh
|
6,458
|
7
|
Chhattisgarh
|
1,98,567
|
8
|
Dadra & Nagar Haveli
|
1,697
|
9
|
Daman & Diu
|
843
|
10
|
Delhi
|
1,32,046
|
11
|
Goa
|
8,929
|
12
|
Gujarat
|
5,72,412
|
13
|
Haryana
|
1,80,663
|
14
|
Himachal Pradesh
|
61,271
|
15
|
Jammu & Kashmir
|
74,219
|
16
|
Jharkhand
|
1,43,401
|
17
|
Karnataka
|
4,41,692
|
18
|
Kerala
|
3,22,016
|
19
|
Ladakh
|
2,309
|
20
|
Lakshadweep
|
920
|
21
|
Madhya Pradesh
|
3,80,285
|
22
|
Maharashtra
|
5,36,436
|
23
|
Manipur
|
11,078
|
24
|
Meghalaya
|
9,069
|
25
|
Mizoram
|
11,046
|
26
|
Nagaland
|
5,826
|
27
|
Odisha
|
3,42,254
|
28
|
Puducherry
|
4,301
|
29
|
Punjab
|
87,181
|
30
|
Rajasthan
|
4,91,543
|
31
|
Sikkim
|
6,961
|
32
|
Tamil Nadu
|
1,85,577
|
33
|
Telangana
|
2,43,665
|
34
|
Tripura
|
51,449
|
35
|
Uttar Pradesh
|
6,73,542
|
36
|
Uttarakhand
|
85,359
|
37
|
West Bengal
|
4,04,001
|
38
|
Miscellaneous
|
67,238
|
Total
|
66,11,561
|
କରୋନା ଟିକା ନେଇଥିବା ମୋଟ ୬୬,୧୧,୫୬୧ ଜଣଙ୍କ ମଧ୍ୟରେ ୫୬,୧୦,୧୩୪ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୧୦,୦୧,୪୨୭ ଆଗଧାଡ଼ିର କର୍ମଚାରୀ ଅନ୍ତର୍ଭୁକ୍ତ । ଏ ପର୍ଯ୍ୟନ୍ତ ମୋଟ ୧,୩୪,୭୪୬ ସେସନ ଅନୁଷ୍ଠିତ ହୋଇସାରିଲାଣି ।
ଟିକାକରଣ ଅଭିଯାନର ୨୫ତମ ଦିନ (୨୦୨୧ ଫେବ୍ରୁଆରୀ ୯)ରେ ଦେଶରେ ୭,୯୯୦ ସେସନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩,୫୨,୫୫୩ ହିତାଧିକାରୀଙ୍କର ଟିକାକରଣ ହୋଇଛି । ଏମାନଙ୍କ ମଧ୍ୟରେ ୧,୨୮,୦୩୨ ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ବେଳେ ୨,୨୪,୫୨୧ ଜଣ ହେଉଛନ୍ତି ଆଗଧାଡ଼ିର କର୍ମଚାରୀ ବା ଫ୍ରଣ୍ଟଲାଇନ ୱାର୍କର ।
ପ୍ରତିଦିନ କରୋନା ଟିକା ନେଉଥିବା ହିତାଧିକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ ନୂଆ ଆରୋଗ୍ୟ ମାମଲାଗୁଡ଼ିକ ମଧ୍ୟରୁ ୮୧.୬୮% ୬ଟି ରାଜ୍ୟରେ ଦେଖିବାକୁ ମିଳିଛି ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ୬,୪୭୫ ରୋଗୀ ଦିନକରେ ଆରୋଗ୍ୟ ଲାଭ କରିଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୫୫୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଥିବା କର୍ଣ୍ଣାଟକରେ ୫୧୩ ଜଣ ସୁସ୍ଥ ହୋଇଛନ୍ତି ।

ଦୈନିକ ନୂଆ ମାମଲା ମଧ୍ୟରୁ ୬ଟି ରାଜ୍ୟରେ ୮୩.୩୧% ନୂଆ ମାମଲା ଦେଖିବାକୁ ମିଳିଛି ।
କେରଳରେ ସର୍ବାଧିକ ୫,୨୧୪ ଦୈନିକ ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ମହାରାଷ୍ଟ୍ରରେ ୨,୫୧୫ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ତାମିଲନାଡୁରେ ୪୬୯ ନୂଆ ମାମଲା ରିପୋର୍ଟ କରାଯାଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୯୪ ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।
ଦୈନିକ ମୃତ୍ୟୁରେ ୬ଟି ରାଜ୍ୟର ଭାଗ ୮୦.୮୫% ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ କେରଳରେ ୧୯ ଓ ପଞ୍ଜାବରେ ୮ ମୃତ୍ୟୁ ରେକର୍ଡ କରାଯାଇଛି ।

*************
SR
(Release ID: 1696757)
Visitor Counter : 240
Read this release in:
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam