ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

20 କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା ଭାରତ ପାଇଁ ଏକ ରେକର୍ଡ

ସକ୍ରିୟ କରୋନା ମାମଲା 1.5 ଲକ୍ଷରୁ ଖସିଲା, 8 ମାସରେ ସବୁଠାରୁ କମ୍

ମୋଟ 54 ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଟିକାକରଣ ହୋଇଛି

21 ଦିନରେ କୋଭିଡ-19 ଟିକାକରଣ ସଂଖ୍ୟା 5 ନିୟୁତ ଛୁଇଁବାରେ ବିଶ୍ୱରେ ଭାରତ ଦ୍ରୁତତମ

Posted On: 06 FEB 2021 12:04PM by PIB Bhubaneshwar

କୋଭିଡ-19 ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ରେକର୍ଡ କରିପାରିଛି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 7,40,794 ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା 20କୋଟି (20,06,72,589)ର ମାଇଲଖୁଣ୍ଟ ଅତିକ୍ରମ କରିପାରିଛି ।

ନମୁନା ପରୀକ୍ଷାର ଏହି ସଂଖ୍ୟା କେବଳ ଦେଶବ୍ୟାପୀ ଲାବୋରେଟାରୀର ସମ୍ପ୍ରସାରଣ ଯୋଗୁ ସମ୍ଭବ ହୋଇପାରିଛି । ଦେଶରେ 1214 ସରକାରୀ ଲାବୋରେଟାରୀ ଓ 1155 ଘରୋଇ ଲାବୋରେଟାରୀକୁ ମିଶାଇ ମୋଟ 2369ଟି ଲାବୋରେଟାରୀରେ ଦୈନିକ ନମୁନା ପରୀକ୍ଷାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରିଛି ।

ଦେଶରେ ପଜିଟିଭିଟି ହାର କ୍ରମେ ହ୍ରାସ ପାଇବାରେ ଲାଗିଛି ଏବଂ ଏହା ଏବେ 5.39% ରହିଛି ।

ସମନ୍ୱିତ ଭାବେ ଉଚ୍ଚ ହାରରେ ନମୁନା ପରୀକ୍ଷା ହେଉଥିବାରୁ ଜାତୀୟ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି ।

ଦୈନିକ ଅଧିକରୁ ଅଧିକ ନମୁନା ପରୀକ୍ଷା ହେଉଥିବାରୁ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ପଜିଟିଭିଟି ହାର କମ୍ ରହିଛି ।

ଭାରତରେ ସକ୍ରିୟ କରୋନା ମାମଲାର ସଂଖ୍ୟା ନିମ୍ନମୁଖୀ ହେବାରେ ଲାଗିଛି । ଏହା ଆଜି 1.5 ଲକ୍ଷ (1.48.590)କୁ ହ୍ରାସ ପାଇଛି ଏବଂ 8 ମାସରେ ଏହା କମ୍ ।

ଏବେ ଦେଶରେ ମୋଟ କରୋନା ମାମଲାର ମାତ୍ର 1.37% ରହିଛି ସକ୍ରିୟ କରୋନା ମାମଲା ।

ବିଗତ 24 ଘଣ୍ଟାରେ ଦେଶରେ କରୋନା ମୃତୁ୍ୟସଂଖ୍ୟା ଶହେରୁ କମ୍ (95) ରହିଛି ।

2021 ଫେବ୍ରୁଆରୀ 6 ସକାଳ 8ଟା ସୁଦ୍ଧା ଦେଶବ୍ୟାପୀ ଟିକାକରଣ ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା 54 ଲକ୍ଷ (54,16,849)କୁ ଅତିକ୍ରମ କରିଛି ।

 

S. No.

State/UT

Beneficiaries vaccinated

1

A & N Islands

3,161

2

Andhra Pradesh

2,72,190

3

Arunachal Pradesh

11,834

4

Assam

77,225

5

Bihar

3,54,360

6

Chandigarh

5,234

7

Chhattisgarh

1,50,487

8

Dadra & Nagar Haveli

1,214

9

Daman & Diu

674

10

Delhi

1,00,079

11

Goa

7,939

12

Gujarat

3,94,416

13

Haryana

1,37,706

14

Himachal Pradesh

51,555

15

Jammu & Kashmir

41,624

16

Jharkhand

85,580

17

Karnataka

3,60,592

18

Kerala

2,86,132

19

Ladakh

1,745

20

Lakshadweep

831

21

Madhya Pradesh

3,40,625

22

Maharashtra

4,34,943

23

Manipur

6,874

24

Meghalaya

6,213

25

Mizoram

10,555

26

Nagaland

4,515

27

Odisha

2,35,680

28

Puducherry

3,532

29

Punjab

72,855

30

Rajasthan

4,14,422

31

Sikkim

5,139

32

Tamil Nadu

1,57,324

33

Telangana

1,93,667

34

Tripura

37,359

35

Uttar Pradesh

6,73,542

36

Uttarakhand

70,292

37

West Bengal

3,44,227

38

Miscellaneous

60,507

Total

54,16,849

ଦୈନିକ ଟିକାକରଣ ହେଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ି ଚାଲିବା ଏହାର ଅଗ୍ରଗତିକୁ ଦର୍ଶାଉଛି ।

କୋଭିଡ-19 ଟିକାକରଣ ସଂଖ୍ୟା 5 ନିୟୁତରେ ପହଞ୍ଚିବା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ରୁତତମ । ମାତ୍ର 21 ଦିନରେ ଏହି ସଫଳତା ହାସଲ ହୋଇଛି । କୋଭିଡ-19 ଟିକାକରଣ କ୍ଷେତ୍ରରେ 60 ଦିନ ତଳୁ ଅନେକ ରାଷ୍ଟ୍ର ଏହି ଅଭିଯାନ ଆରମ୍ଭ କରିଛନ୍ତି । ଦେଶବ୍ୟାପୀ ବିଗତ 24 ଘଣ୍ଟାରେ 10,502 ସେସନରେ 4,57,404 ହିତାଧିକାରୀଙ୍କ ଟିକାକରଣ ହୋଇଛି । ଏ ପର୍ଯ୍ୟନ୍ତ ମୋଟ 1,06,303 ସେସନ୍ ହୋଇପାରିଛି । ଟିକାକରଣ ହୋଇଥିବା ହିତାଧିକାରୀଙ୍କ ମଧ୍ୟରେ 3,01,537ଜଣ ସ୍ୱାସ୍ଥ୍ୟକର୍ମୀ ଓ 1,55,867 ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି ।

ଭାରତରେ ଦୈନିକ କରୋନାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ହୋଇଥିବା ବେଳେ ସୁସ୍ଥ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୁସ୍ଥତା ହାର 97.19%ରେ ପହଞ୍ଚିଛି ମୋଟ 1,05,10,796 ଜଣ ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ 14,488 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରେ 82.07%  ଆସିଛନ୍ତି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।  ଗୋଟିଏ ଦିନରେ ସର୍ବାଧିକ 6653 ଜଣ ସୁସ୍ଥ ହୋଇଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 3573 ଜଣ ଏବଂ ତାମିଲନାଡ଼ୁରେ 506 ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 83.3% ଆସିଛନ୍ତି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

କେରଳରେ ବିଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 5610 ଜଣ ଆକ୍ରାନ୍ତ ଆସିଛନ୍ତି । ଏହା ପଛକୁ ମହାରାଷ୍ଟ୍ରରେ 2628 ଏବଂ ତାମିଲନାଡ଼ୁରେ 489 ଜଣ ଆକ୍ରାନ୍ତ ହୋଇଛନ୍ତି ।

ନୂଆ ମୃତ୍ୟୁ ମଧ୍ୟରୁ 81.05% ହୋଇଛି 6 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ 40ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ କେରଳରେ 19 ଜଣ ଏବଂ ଛତିଶଗଡ଼ରେ 8 ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର 2ଟି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କରେ ରହିଛି ।

 

*******

 SR



(Release ID: 1695815) Visitor Counter : 198