ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ଏବେ ମୋଟ କରୋନା ସକ୍ରିୟ ମାମଲା ମୋଟ ମୃତ୍ୟୁଠାରୁ କମ୍ ରହିଛି, ୧.୫୧ ଲକ୍ଷକୁ ହ୍ରାସ ପାଇଛି
ପ୍ରାୟ ୫୦ ଲକ୍ଷ ହିତାଧିକାରୀଙ୍କ କୋଭିଡ ଟିକାକରଣ ହୋଇପାରିଛି
ବିଶ୍ୱରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଭାରତରେ କମ୍ ରହିଛି
ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ
Posted On:
05 FEB 2021 11:55AM by PIB Bhubaneshwar
ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟାର ନିମ୍ନମୁଖୀ ଧାରା ଜାରି ରହିଛି ।
ଆଜି ମୋଟ ସକ୍ରିୟ ମାମଲା ୧.୫୧ ଲକ୍ଷ(୧,୫୧,୪୬୦)କୁ ହ୍ରାସ ପାଇଛି । ଏହା ଆଜି ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁସଂଖ୍ୟା (୧,୫୪,୮୨୩)ରୁ କମ୍ । ଭାରତରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର ୧.୪୦% ରହିଛି କରୋନା ସକ୍ରିୟ ମାମଲା ।
ଭାରତରେ ଦୈନିକ ନୂଆ କରୋନା ମାମଲା ମଧ୍ୟ ନିମ୍ନମୁଖୀ ଧାରାରେ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୨,୪୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତ କ୍ଷେତ୍ରରେ ଭାରତ (୭୮୨୮) ବିଶ୍ୱରେ ସବୁଠାରୁ ତଳେ ରହିଛି । ରୁଷ, ଜର୍ମାନୀ, ଇଟାଲି, ଫ୍ରାନ୍ସ, ବିଟ୍ରେନ ଏବଂ ଆମେରିକାରେ ଏହି ସଂଖ୍ୟା ବହୁତ ଅଧିକ ରହିଛି ।

ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା କ୍ଷେତ୍ରରେ ଜାତୀୟ ହାରଠାରୁ କମ୍ ରହିଛି ୧୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଲାକ୍ଷାଦ୍ୱୀପରେ ସବୁଠାରୁ କମ୍ ୧୭୨୨ ରହିଛି ।

୨୦୨୧ ଫେବ୍ରୁଆରୀ ୫ ତାରିଖ ସକାଳ ୮ଟା ସୁଦ୍ଧା କୋଭିଡ-୧୯ ଟିକାକରଣ ଅଭିଯାନରେ ଦେଶରେ ପ୍ରାୟ ୫୦ ଲକ୍ଷ (୪୯,୫୯,୪୪୫) ହିତାଧିକାରୀଙ୍କ ଟିକାକରଣ ହୋଇପାରିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୧୮୪ ସେସନରେ ୫,୦୯,୮୯୩ ଜଣଙ୍କ ଟିକାକରଣ ହୋଇଛି ।
S. No.
|
States/UTs
|
Beneficiaries Vaccinated
|
1
|
A & N Islands
|
2,938
|
2
|
Andhra Pradesh
|
2,43,243
|
3
|
Arunachal Pradesh
|
10,889
|
4
|
Assam
|
60,556
|
5
|
Bihar
|
3,12,339
|
6
|
Chandigarh
|
4,782
|
7
|
Chhattisgarh
|
1,31,173
|
8
|
Dadra & Nagar Haveli
|
1,075
|
9
|
Daman & Diu
|
561
|
10
|
Delhi
|
90,927
|
11
|
Goa
|
7,193
|
12
|
Gujarat
|
3,48,183
|
13
|
Haryana
|
1,33,637
|
14
|
Himachal Pradesh
|
48,360
|
15
|
Jammu & Kashmir
|
34,475
|
16
|
Jharkhand
|
75,205
|
17
|
Karnataka
|
3,30,112
|
18
|
Kerala
|
2,70,992
|
19
|
Ladakh
|
1,511
|
20
|
Lakshadweep
|
807
|
21
|
Madhya Pradesh
|
3,39,386
|
22
|
Maharashtra
|
3,89,577
|
23
|
Manipur
|
6,095
|
24
|
Meghalaya
|
5,469
|
25
|
Mizoram
|
10,044
|
26
|
Nagaland
|
4,405
|
27
|
Odisha
|
2,34,923
|
28
|
Puducherry
|
3,222
|
29
|
Punjab
|
67,861
|
30
|
Rajasthan
|
3,84,810
|
31
|
Sikkim
|
4,264
|
32
|
Tamil Nadu
|
1,45,928
|
33
|
Telangana
|
1,88,279
|
34
|
Tripura
|
35,191
|
35
|
Uttar Pradesh
|
5,89,101
|
36
|
Uttarakhand
|
62,858
|
37
|
West Bengal
|
3,20,668
|
38
|
Miscellaneous
|
58,406
|
Total
|
49,59,445
|
ଏ ପର୍ଯ୍ୟନ୍ତ କୋଭିଡ-୧୯ ଟିକାକରଣ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ୬୧% ଟିକାକରଣ ୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।

ଦେଶରେ ମୋଟ ୧.୦୪ କୋଟି (୧,୦୪,୯୬,୩୦୮) ଆକ୍ରାନ୍ତ ଇତି ମଧ୍ୟରେ ସୁସ୍ଥ ହୋଇଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୫,୮୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥତା ହାର ୯୭.୧୬%ରେ ପହଞ୍ଚିଛି । ଦୈନିକ ଅଧିକ ଲୋକ ସୁସ୍ଥ ହେଉଥିବା ବେଳେ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସୁସ୍ଥ ଓ ସକ୍ରିୟ କରୋନା ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୧,୦୩,୪୪,୮୪୮ ହୋଇଛି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୮୫.୦୬% ଆସିଛନ୍ତି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ଗୋଟିଏ ଦିନରେ ସର୍ବାଧିକ ୬୩୪୧ ଜଣ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୫୩୩୯ ଏବଂ ତାମିଲନାଡ଼ୁରେ ୫୧୭ ଜଣ ସୁସ୍ଥ ହୋଇଛନ୍ତି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୦ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏଥିରୁ ୭୪.୧୭% ମୃତୁ୍ୟ ହୋଇଛି ୬ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ମହାରାଷ୍ଟ୍ରରେ ସର୍ବାଧିକ ୪୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ କେରଳରେ ୧୭ ଜଣ ଏବଂ ପଞ୍ଜାବ ଓ ଦିଲ୍ଲୀରେ ୭ ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ରାଜ୍ୟ ହେଲା ଆନ୍ଧ୍ର୍ରପ୍ରଦେଶ, ଝାଡ଼ଖଣ୍ଡ, ପୁଡୁଚେରୀ, ମଣିପୁର, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ଲାଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ତ୍ରିପୁରା, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି ଏବଂ ଲାକ୍ଷାଦ୍ୱୀପ ।

ଭାରତରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୧୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି, ଯାହାକି ବିଶ୍ୱରେ ସବୁଠାରୁ କମ୍ ।

ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ମୃତୁ୍ୟ କ୍ଷେତ୍ରେରେ ଜାତୀୟ ହାର ତୁଳନାରେ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତୁ୍ୟହାର କମ୍ ରହିଛି । ଲାକ୍ଷାଦ୍ୱୀପରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ହାର ଶୂନ୍ୟ ରହିଛି ।

ତେବେ ଜାତୀୟ ହାରଠାରୁ ଅଧିକ ମୃତୁ୍ୟହାର ରହିଛି ୧୭ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ସମସ୍ତ ରାଜ୍ୟ ମଧ୍ୟରେ ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୫୮୧ ରହିଛି ।

***
SR
(Release ID: 1695469)
Visitor Counter : 231
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam