ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ନୂଆରୂପ ପାଇଁ ଭୂମିପୂଜନ

Posted On: 04 FEB 2021 12:26PM by PIB Bhubaneshwar

ନୂଆଦିଲ୍ଳୀସ୍ଥିତ ଇଣ୍ଡିଆ ଗେ୍‌ଟଠାରେ ସେଣ୍ଟ୍ରାଲ ଭିଷ୍ଟା ଏ ଏଭିନ୍ୟୁର ନବୀକରଣ ନିମନ୍ତେ ଆଜି ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଭୂମିପୂଜନ କରିଛନ୍ତି । ଏହି ଭୂମିପୂଜନ ସହିତ ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ନର୍ଥ ଏବଂ ସାଉଥ ବ୍ଲକଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ତିନିକିଲୋମିଟର ଦୀର୍ଘ ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁ କ୍ଷେତ୍ର ମଧ୍ୟରେ ରାଜପଥ, ଏହା ସଂଲଗ୍ନ ଲନ୍‌, କେନାଲ, ଚଲାପଥ, ଗଛ, ବିଜୟଚୌକ ଏବଂ ଇଣ୍ଡିଆ ଗେଟ ପ୍ଲାଜା ଅନ୍ତର୍ଭୁକ୍ତ । ବ୍ରିଟିଶ ଶାସନ ସମୟରେ ଭାଇସରାୟଙ୍କ ବାସଭବନ ପର୍ଯ୍ୟନ୍ତ ଏହା ନିର୍ମାଣ କରାଯାଇଥିଲା । ସ୍ୱାଧୀନତା ପରେ ଏହାକୁ ପଥଚାରୀମାନଙ୍କ ସୁବିଧା କରାଯାଇ ନାଗରିକ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ବ୍ୟବହାର ନିମନ୍ତେ ମୁକ୍ତ ରଖାଯାଇଥିଲା । ଏହାର ମୂଳ ଢାଞ୍ଚାରେ କ୍ଷତି ନ ପହଞ୍ଚାଇବ ଆବଶ୍ୟକ ସମୟରେ ଏହାର ସ୍ୱାତନ୍ତ୍ରିୟକୁ ରକ୍ଷା କରାଯାଇ ବୁଲା ବିକାଳି ମାନଙ୍କ ନିମନ୍ତେ ଯିବାଆସିବା ସୁବିଧା କରାଯାଇଛି । ସ୍ୱାଧୀନତା ପରେ ଏହି ଅଞ୍ଚଳଟିର ପରିବର୍ତ୍ତନ ସହିତ ଏହାକୁ ନୂଆରୂପ ଦିଆଯାଇଛି । ପ୍ରତିବର୍ଷ ଗଣତନ୍ତ୍ର ଦିବସର ପ୍ୟାରେଡ ଏହିଠାରେ ହୋଇଥାଏ । ଏଥିସହିତ ଆର୍ନ୍ତଜାତିକ ଯୋଗଦିବସ, ଖାଦ୍ୟ ଉତ୍ସବ, ପର୍ଯ୍ୟଟନପର୍ବ  ଓଡିଆ ପର୍ବ, ପରକ୍ରମ ପର୍ବ ଭଳି ରାଷ୍ଟ୍ରୀୟ ଉତ୍ସବଗୁଡିକ ଏଠାରେ ଆୟୋଜନ କରାଯାଉଛି । ଦିଲ୍ଲୀ ଆସୁଥିବା ପର୍ଯ୍ୟଟନମାନଙ୍କ ପାଇଁ ଏହା ମୁଖ୍ୟ ଆକର୍ଷଣସ୍ଥଳୀ । ଏଠାରେ ଜନସୁବିଧା, ପାଇଖାନା, ପାନୀୟଜଳ, ଚଲାପଥ ଭଳି ସୁବିଧା ନ ଥିଲା । ସେଣ୍ଟାଲ ଭିଷ୍ଟାର ଉନ୍ନତିକରଣର ପଦକ୍ଷେପ ସ୍ୱରୂପ ଲୋକଙ୍କ ବ୍ୟବହାର କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରାଯାଉଛି । ଏହି ସ୍ଥାନଟି ଦେଶର ଏକ ସନ୍ତକ ଭାବରେ ପରିଗଣିତ ହେବା ସହ ବିଶ୍ୱର ସର୍ବୋତ୍ତମ ଏଭିନ୍ୟୁ ହେବ । ଏହି ଭୂମିପୂଜନ ଉତ୍ସବରେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟର ସଚିବ ଦୁର୍ଗାଶଙ୍କର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

ସେଣ୍ଟ୍ରଲ ଭିଷ୍ଟା ଏଭିନ୍ୟୁର ଉନ୍ନତିକରଣ ପାଇଁ 2020 ନଭେମ୍ବର 10ତାରିଖଦିନ  ସରକାର 608କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରିଛନ୍ତି । ଏଥିପାଇଁ ଦିଲ୍ଲୀ ଅର୍ବାନ ଆର୍ଟ କମିଶନର, ହେରିଟେଜ କନଜଭେସନ କମିଟି, ସେଣ୍ଟ୍ରାଲ ଭିଷ୍ଟା କମିଟି ଏବଂ ସ୍ଥାନୀୟ ପ୍ରଶାସନ ଆଦି କର୍ତୃପକ୍ଷଙ୍କ ଠାରୁ ଅନୁମତି ଅଣାଯାଇଛି । ଏହି କାମକୁ କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ (ସିପିଡବ୍ଲୁଡି) ଦ୍ୱାରା କରାଯିବ । ସେଣ୍ଟ୍ରାଲ ଭିଷ୍ଟାର ଉନ୍ନତିକରଣ ପାଇଁ ପଦକ୍ଷେପ ସ୍ୱରୂପ ଲୋକମାନଙ୍କ ବ୍ୟବହାର କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରାଯାଉଛି ।

ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁକୁ ନୂଆରୂପ ଦେବା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡିକ ହେଉଛି:

ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁର ଭୂମି, ଲର୍ଣ୍ଣ ଓ ସବୁଜିମା ଆଦିର ନୂଆରୂପରେ ମୂଳ 3ଲକ୍ଷ 50ହଜାର ବର୍ଗମିଟର ଅଞ୍ଚଳକୁ ସମ୍ପ୍ରସାରଣ କରାଯାଇ 3ଲକ୍ଷ 90ହଜାର ବର୍ଗମିଟରକୁ ବୃଦ୍ଧି କରାଯାଇଛି । ଏଥିରେ ଜଳସେଚନ ବ୍ୟବସ୍ଥା ଯୋଡା ଯାଇଛି । ବଜାର କ୍ଷେତ୍ର, ବୁଲାବିକାଳୀଙ୍କ ପାଇଁ ସୁବିଧା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଆଦି ସୁବିଧାଗୁଡିକ ପର୍ଯ୍ୟଟକ ଏବଂ ଦର୍ଶକମାନଙ୍କ ପାଇଁ 10ଟି ସ୍ଥାନରେ ରହିବ । ଜନପଥ ଏବଂ ରାଜପଥର ସି ହେକ୍ସାଗନ କ୍ରସିଂଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯିବ । ରାଜପଥ ଏବଂ କେନାଲ ନିକଟରେ ପଦଚଲା ପଥ ରହିବ । ଗାଡି ପାର୍କିଂ ବ୍ୟବସ୍ଥା ଏବଂ ସାଧାରଣ ସୁବିଧା ଆଦି ବ୍ୟବସ୍ଥା 12ଟି ସ୍ଥାନରେ ହେବ । ଲନ୍ ମଧ୍ୟରେ ଚଲାପଥ ଏବଂ କେନାଲ ଉପରେ ଛୋଟ ପୋଲ ତିଆରି ହେବ । କେନାଲର ଜଳକୁ ପରିସ୍କାର ରଖିବା ପାଇଁ ବ୍ୟବସ୍ଥାର ଆଧୁନିକୀକରଣ ହେବ । ବର୍ଜ୍ୟଜଳ ଏବଂ ପରିମଳ ବ୍ୟବସ୍ଥା ପାଇଁ ବିଶୋଧନ ଯନ୍ତ୍ର ସ୍ଥାପନ କରାଯିବ । ଦୁଇଚକିଆ ଯାନ କାର ଏବଂ ବସ୍ ପାଇଁ ପାର୍କିଂ ସ୍ଥାନର ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ବିଭିନ୍ନ ବ୍ୟବସାୟିକ ପ୍ରଚାରପତ୍ର ପ୍ରଦର୍ଶନ ପାଇଁ ସୁବିଧା ରହିବ । ଆଲୋକବ୍ୟବସ୍ଥା, ସିସିଟିଭ କ୍ୟାମେରା ବ୍ୟବସ୍ଥା, ଜଳ ନିଷ୍କାସନ ବ୍ୟବସ୍ଥା, ବୃଷ୍ଟିଜଳ ଅମଳ ଏବଂ ଜଳଯୋଗାଣ ବ୍ୟବସ୍ଥା ରହିବ । ଜଳସଂରକ୍ଷଣ ସହିତ ପରିବେଶ ପ୍ରଦୂଷଣ ନ ହେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ସର୍ବୋପରି ଗଣତନ୍ତ୍ର ଦିବସ ଭଳି ଉତ୍ସବ ପାଳନ ସମୟକୁ ଦୃଷ୍ଟିରେ ରଖି ଏଠାରେ ବସିବା ବ୍ୟବସ୍ଥାକୁ ଅଳ୍ପ ସମୟ ମଧ୍ୟରେ ଖୋଲି ସାଇତି ରଖିବା ଏବଂ ପୁନର୍ବାର ଛିଡା କରାଇବା ବ୍ୟବସ୍ଥା ହେବ ।

*****

SSD/SLP



(Release ID: 1695157) Visitor Counter : 171