ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆବୁଧାବି ଯୁବରାଜ ତଥା ୟୁଏଇ ସଶସ୍ତ୍ରସେନା ଉପମୁଖ୍ୟ ଶେଖ୍ ମହମ୍ମଦ ବିନି ଜାୟେଦ ଆଲ୍ ନାହ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Posted On: 28 JAN 2021 8:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିର ଯୁବରାଜ ତଥା ୟୁଏଇ ସଶସ୍ତ୍ର ସେନା ଉପମୁଖ୍ୟ ମହାମହିମ୍ ଶେଖ ମହମ୍ମଦ ବିନ୍ ଜାୟେଦ ଆଲ ନାହ୍ୟାନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା କୋଭିଡ ବୈଶ୍ୱିକ ମହାମାରୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ସହ ଏପରି ସ୍ୱାସ୍ଥ୍ୟ ସମସ୍ୟା ସତ୍ୱେ ଭାରତ-ୟୁଏଇ ମଧ୍ୟରେ ସହଯୋଗ ନେଇ କୌଣସି ପ୍ରତିବନ୍ଧକ ଆସି ନ ଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । କୋଭିଡ ପରବର୍ତ୍ତୀ ଦିନରେ ମଧ୍ୟ ଉଭୟ ଦେଶ ପାରସ୍ପରିକ ସହଯୋଗ ଓ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ରାଜି ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗର ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ ।

ୟୁଏଇରୁ ଭାରତୀୟମାନଙ୍କ ସୁବିଧା ଅସୁବିଧା ନେଇ କୋଭିଡ୍ କାଳେରେ ସ୍ୱତନ୍ତ୍ର ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତଭାବେ ପ୍ରଶଂସା କରିଥିଲେ ।

ଉଭୟ ନେତା କୋଭିଡ ସମସ୍ୟା ଖୁବ୍ ଶୀଘ୍ର ଦୂର ହେବା ନେଇ ମତବ୍ୟକ୍ତ କରିବା ସହ ନିକଟ ଭବିଷ୍ୟତରେ ଉଭୟଙ୍କ ସାକ୍ଷାତ ହେବ ବୋଲି ଆଶାପୋଷଣ କରିଥିଲେ ।

******

SM / SLP



(Release ID: 1693121) Visitor Counter : 178