ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେରମ ଇନଷ୍ଟିଚ୍ୟୁଟ ଅଗ୍ନିକାଣ୍ଡର ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 21 JAN 2021 8:10PM by PIB Bhubaneshwar

ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଜନିତ ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି, “ ସେରମ ଇନଷ୍ଟିଚ୍ୟୁଟରେ  ଘଟିଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡରେ ମୃତକଙ୍କ ଲାଗି ମୁଁ ମର୍ମାହତ । ଏହି ଦୁଃଖଦ ମୁହୂର୍ତ୍ତରେ, ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ମୁଁ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।

 

**********

TRP/



(Release ID: 1691108) Visitor Counter : 102