ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଆଗକୁ ବଢୁଛି – ପ୍ରଧାନମନ୍ତ୍ରୀ

Posted On: 20 JAN 2021 3:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ ପର୍ବ ଅବସରରେ ଗୁରୁ ଗୋବିନ୍ଦ ସିଂ ଜୀଙ୍କୁ ପ୍ରଣିପାତ କରିଛନ୍ତି । ଏହି ଶୁଭ ଅବସରରେ ସେ ଦେଶକୁ ଅଭିବାଦନ ଜଣାଇଛନ୍ତି । ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଅଧୀନରେ ଉତ୍ତରପ୍ରଦେଶର 6 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପରେ ସେ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରକାଶ ପର୍ବର ଶୁଭ ଆଶିଷ କାମନା କରିଛନ୍ତି । ସେ କହିଛନ୍ତି ଯେ, ଗୁରୁ ସାହେବ ତାଙ୍କ ପ୍ରତି ଅତ୍ୟନ୍ତ ଦୟାଶୀଳ ହୋଇଛନ୍ତି ଏବଂ ତାଙ୍କ ସେବା କରିବା ପାଇଁ ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇଛନ୍ତି ବୋଲି ସେ ଅନୁଭବ କରୁଛନ୍ତି । ଗୁରୁ ସାହେବଙ୍କ ଜୀବନ ଏବଂ ବାର୍ତ୍ତା ଆମକୁ ସେବା ଏବଂ ସତ୍ୟର ପଥ ଅନୁସରଣ କରିବା ବେଳେ ସମ୍ମୁଖକୁ ଆସୁଥିବା ସମସ୍ତ ଆହ୍ଵାନକୁ ଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଉଛି । ଏହି ସ୍ତରର ଶକ୍ତି ଏବଂ ସାହସ ସେବା ଏବଂ ସତ୍ୟର ଆତ୍ମା ଠାରୁ ଉତ୍ପନ୍ନ ହୋଇଛି ଏବଂ ଗୁରୁ ଗୋବିନ୍ଦ ସିଂ ଜୀ ଦର୍ଶାଇଥିବା ପଥରେ ଦେଶ ଗତି କରୁଛି,” ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

**********

TRP/



(Release ID: 1690626) Visitor Counter : 129