ନୀତି ଆୟୋଗ

ଭାରତ ନବୋନ୍ମେଷ ସୂଚକାଙ୍କ 2020 ର ଦ୍ୱିତୀୟ ସଂସ୍କରଣ ଆରମ୍ଭ କରିବ ନୀତି ଆୟୋଗ

Posted On: 19 JAN 2021 10:27AM by PIB Bhubaneshwar

ନୀତି ଆୟୋଗ ଭାରତ ନବୋନ୍ମେଷ ସୂଚକାଙ୍କ 2020 ଦ୍ୱିତୀୟ ସଂସ୍କରଣକୁ 20 ଜାନୁଆରୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିବ   ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାରଙ୍କ ଦ୍ୱାରା ଏହି ସୂଚକାଙ୍କ ପ୍ରକାଶ ପାଇବାକୁ ଥିବାବେଳେ ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ସାରସ୍ୱତ ଏବଂ ସିଇଓ ଅମିତାଭ କାନ୍ତ ଉପସ୍ଥିତ ରହିବେ

ସୂଚକାଙ୍କ ଦ୍ୱିତୀୟ ସଂସ୍କରଣର ପ୍ରକାଶନ ଦେଶକୁ ଏକ ଗତିଶୀଳ ନବୋନ୍ମେଷ  ଅର୍ଥନୀତିରେ ପରିଣତ କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି

ଭାରତ ନବୋନ୍ମେଷ ସୂଚକାଙ୍କ 2020 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ଆପେକ୍ଷିକ କାର୍ଯ୍ୟଦକ୍ଷତା ଭିତ୍ତିରେ ସେମାନଙ୍କ ସୂଚକାଙ୍କ ସ୍ଥିର କରାଯିବା ଏବଂ ତଦନୁଯାୟୀ ସେମାନଙ୍କ ଭିତରେ ନବୋନ୍ମେଷ ଯୋଜନା ମାଧ୍ୟମରେ ସଶକ୍ତ କରିବାରେ ସହାୟକ ହେବ ଏହି ନୀତି ପ୍ରଣୟନ ବେଳେ ସମ୍ପୃକ୍ତ ରାଜ୍ୟର ଦକ୍ଷତା ଦୁର୍ବଳତା ସଂକ୍ରାନ୍ତରେ ମଧ୍ୟ ଅନୁଶୀଳନ କରାଯାଇ ସେମାନଙ୍କୁ ବିକଶିତ କରାଯିବ ମାନ୍ୟତା ପଦ୍ଧତି ଏପରି ଭାବରେ ପରିକଳ୍ପନା କରାଯାଇଛି ଯେଉଁଥିରେ ରାଜ୍ୟମାନେ ଜାତୀୟ ସ୍ତରରେ ଅଗ୍ରଣୀ ଭୂମିକା ନିଭାଉଥିବା ସଂସ୍ଥାଗୁଡିକ ଠାରୁ ନୂତନତ୍ୱ ସଂକ୍ରାନ୍ତରେ ଶିକ୍ଷା ଗ୍ରହଣ କରିପାରିବେ   ଆଶାକରାଯାଏ ଯେ, ଏହା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବ, ଯାହାଦ୍ୱାରା ଆମ ସଂଘୀୟ ବ୍ୟବସ୍ଥାରେ ସୁସ୍ଥ ପ୍ରତିଯୋଗିତା ବୃଦ୍ଧି ପାଇବ

ସେମାନଙ୍କର ପ୍ରଦର୍ଶନକୁ ପ୍ରଭାବଶାଳୀ ଭାବରେ ତୁଳନା କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ 17 ଟି "ପ୍ରମୁଖ ରାଜ୍ୟ', 10 ଟି " ଉତ୍ତର-ପୂର୍ବ ଏବଂ ପାହାଡିଆ ରାଜ୍ୟ' ଏବଂ 9 ଟି "ସହର ଏବଂ କେନ୍ଦ୍ରଶାସିତ ଅଞ୍ଚଳ'ରେ ବିଭକ୍ତ କରାଯାଇଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦୁଇଟି ବ୍ୟାପକ ବର୍ଗରେ ସ୍ଥାନିତ ହୋଇଛି: ଫଳାଫଳ ଏବଂ ପ୍ରଶାସନମୋଟ ଉପରେ ଭାରତ ନବୋନ୍ମେଷ ସୂଚକାଙ୍କ 2020 ରେ 36 ଟି ସୂଚକାଙ୍କ ଅଛି, ଯେଉଁଥିରେ ହାର୍ଡ ଡାଟା (32 ସୂଚକ) ଏବଂ ଚାରିଟି ମିଶ୍ରିତ ସୂଚକ ଅର୍ନ୍ତଭୁକ୍ତ

ଭାରତ ନବୋନ୍ମେଷ ସୂଚକାଙ୍କ 2020 ପୂର୍ବବର୍ଷର ପଦ୍ଧତିକୁ ଭିତ୍ତି କରି ନୂଆ ନୀତି ନିର୍ଦ୍ଧାରିତ ହେବ ଯାହା ସମ୍ପୂର୍ଣର୍ ପରିବେଶ ଅନୁକୂଳ କ୍ଷେତ୍ରରେ ଆଗକୁ ବଢିବାବେଳେ ଭାରତୀୟ ଅର୍ଥନୀତିର ନିର୍ଦ୍ଦିଷ୍ଟ ମାନକକୁ ବଜାୟ ରଖିବା ସହ ବିଶ୍ୱର ଅଗ୍ରଣୀ ମାନକଗୁଡିକୁ ମଧ୍ୟ ଅନୁସରଣ କରାଯିବ ଯାହା ଫଳରେ ଗବେଷଣା ଉନ୍ନୟନ ପାଇଁ ମୋଟ ଘରୋଇ ଉତ୍ପାଦର ପ୍ରମୁଖ ଅଂଶ ବିନିଯୋଗ କରାଯିବ

 

ସୂଚକାଙ୍କ ଧାରାକୁ ଆଧାର କରି ଦେଶ, ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ନୂତନତ୍ୱ ସୃଷ୍ଟି କରୁଥିବା ବିଭିନ୍ନ କାରଣଗୁଡିକର ବିସ୍ତୃତ ବିଶ୍ଳେଷଣ ପ୍ରଦାନ କରିଥାଏ ବିଶ୍ୱାସ କରାଯାଏ ଯେ ଏହି ବିଶ୍ଳେଷଣଗୁଡିକ ଜାତୀୟ ତଥା ଉପ-ଜାତୀୟ ସ୍ତରରେ ଅନୁପାତର ଉଦ୍ଭାବକ ଏବଂ ପ୍ରତିବନ୍ଧକକୁ ଚିହ୍ନଟ କରିବାରେ ନୀତି ର୍ନିଣ୍ଣୟକାରୀଙ୍କୁ ସକ୍ଷମ କରିବ

ଏହି କାର୍ଯ୍ୟକ୍ରମ https://www.youtube.com/watch?v=i7AD_1uc0Is&feature=youtu.be ଜରିଆରେ ସିଧା ପ୍ରସାରିତ ହେବ

***

HS



(Release ID: 1690066) Visitor Counter : 187