ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

31 ଜାନୁଆରୀ 2021 କୁ ଜାତୀୟ ପୋଲିଓ ଟୀକାଦାନ ଦିବସ ପାଳନ ପାଇଁ ପୁନଃ ତାରିଖ ଧାର୍ଯ୍ୟ

30 ଜାନୁଆରୀ 2021 ରେ ଜାତୀୟ ଟିକାକରଣ ଦିବସ (ଏନ୍ଆଇଡି) ଉନ୍ମୋଚନ କରିବେ ଭାରତର ରାଷ୍ଟ୍ରପତି

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2021 12:10PM by PIB Bhubaneswar

ଜାନୁଆରୀ 16, 2021ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବ୍ୟାପି ବୃହତ୍ଟୀକାଦାନ ଅଭିଯାନ କୋଭିଡ-19 ଟିକାକରଣର ଶୁଭାରମ୍ଭ କରିବେ ଏହା ହେଉଛି ବିଶ୍ୱର ସର୍ବବୃହତ୍ଟୀକାଦାନ କାର୍ଯ୍ୟକ୍ରମ ତେଣୁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହିତ ପରାମର୍ଶ କରି ପୋଲିଓ ଟୀକାଦାନ ଦିବସ ବା ଜାତୀୟ ଟୀକାଦାନ ଦିବସ (ଏନ୍ଆଇଡି) ତାରିଖ ଜାନୁଆରୀ 31 (ରବିବାର) କୁ ଧାର୍ଯ୍ୟ ହୋଇଛି

ମାନ୍ୟବର ରାଷ୍ଟ୍ରପତି 30 ଜାନୁଆରୀ 2021 (ଶନିବାର) ଦିନ ସକାଳ 11.45 ରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜାତୀୟ ପୋଲିଓ ଟିକାଦାନ ଦିବସକୁ ଉନ୍ମୋଚନ କରିବେ

କୋଭିଡ ପରିଚାଳନା ଏବଂ ଟୀକାକରଣ ସେବା ତଥା ଅଣ- କୋଭିଡ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପରସ୍ପର ଉପରେ ପ୍ରତିକୂଳ ପ୍ରଭାବ ନପକାଇ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ର୍ନିଦ୍ଦିଷ୍ଟ ନୀତି ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି

HS


(ରିଲିଜ ଆଡି: 1688563) ପରିଦର୍ଶକ କାଉଣ୍ଟର : 299