ଭୂବିଜ୍ଞାନ ମନ୍ତ୍ରଣାଳୟ

ଭାରତ-ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବୈଜ୍ଞାନିକ, ବୈଷୟିକ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

Posted On: 13 JAN 2021 1:03PM by PIB Bhubaneshwar

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ-ସଂଯୁକ୍ତ ଆରବ ଏମିରେଟ୍ସ ବୈଜ୍ଞାନିକ ବୈଷୟିକ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି ଏହି ବୁଝାମଣା ଅନୁସାରେ ୟୁଏଇର ଜାତୀୟ ପାଣିପାଗ କେନ୍ଦ୍ର ଏବଂ ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୈଷୟିକ ସହଯୋଗ ପ୍ରତିଷ୍ଠାହେବ ଉଭୟ ଦେଶ ପରସ୍ପରକୁ ପାଣିପାଗଭୂକମ୍ପନ, ସାମୁଦ୍ରିକସେବା, ରେଡାର, ଉପଗ୍ରହ, ସାମୁଦ୍ରିକ ଜୁଆର ମାପିବା ଆଦି କ୍ଷେତ୍ରରେ ତଥ୍ୟ ପ୍ରଦାନ କରିବେ ଏବଂ ଆବଶ୍ୟକ ବେଳେ ସାହାଯ୍ୟ ସହଯୋଗ ଯୋଗାଇଦେବେ

ଏଥିରେ ଏକାଧିକ ବିଷୟବସ୍ତୁ ରହିଛି ସେଗୁଡିକହେଲାଉଭୟ ଦେଶର ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ, ବିଦ୍ୱାନ, ଉଭୟ ଦେଶ ପରିଭ୍ରମଣ କରି ତାଲିମ, ଶିକ୍ଷଣ, ପରାମର୍ଶ ଆଦି କାର୍ଯ୍ୟ କରିବେ ବିଶେଷକରି ପାଣିପାଗସଂକ୍ରାନ୍ତ ତଥ୍ୟାବଳୀ, ଉପଗ୍ରହ ତଥ୍ୟ ବ୍ୟବହାର ଏବଂ ଝଡବାତ୍ୟାର ପୂର୍ବାନୁମାନ କ୍ଷେତ୍ରରେ ଉଭୟ ମିଶି କାମକରିବେ ସେହିଭଳି ଉଭୟ ପକ୍ଷ ପରସ୍ପର ମଧ୍ୟରେ ବୈଜ୍ଞାନିକ ବୈଷୟିକ ତଥ୍ୟ ଆଦାନ ପ୍ରଦାନ କରିବେ ଏହାଛଡା ଦୁଇପକ୍ଷ ବୈଜ୍ଞାନିକ ବୈଷୟିକ ସେମିନାର, ୱାର୍କସପ୍ ସମ୍ମିଳନୀ ଆଦି ଆୟୋଜନ କରି ପରସ୍ପରକୁ ସାହାଯ୍ୟ ଯୋଗାଇଦେବେ ସାମୁଦ୍ରିକ ଜଳରାଶିରେ ପାଣିପାଗ ପର୍ଯ୍ୟବେକ୍ଷଣ ପାଇଁ ଉପକରଣ ଯନ୍ତ୍ରପାତି ସ୍ଥାପନ ନିମନ୍ତେ କାର୍ଯ୍ୟ କରିବେ ଉଭୟ ପକ୍ଷ ସୁନାମିର ଅନୁଧ୍ୟାନ ଏବଂଏହାରଗତିବିଧି ନିର୍ଦ୍ଧାରଣ ପାଇଁ ଓମାନ ଆରବ ସାଗର ଏବଂ ଭାରତ ମହାସାଗର ଅଞ୍ଚଳରେ ମିଳିତଭାବେ କାର୍ଯ୍ୟ କରିବାକୁ ଚୁକ୍ତିବଦ୍ଧ ଭୂମିକମ୍ପ ସଂପର୍କୀୟ ତଥ୍ୟ ଆଦାନପ୍ରଦାନ ମଧ୍ୟ ଦୁଇପକ୍ଷ ମଧ୍ୟରେ କରାଯିବ ଏହାଛଡା ଅନ୍ୟାନ୍ୟ ଦ୍ୱିପାକ୍ଷିକ ବୈଷୟିକ ସହଯୋଗ କ୍ଷେତ୍ରରେ ଦୁଇଦେଶ ଏହି ବୁଝାମଣା ଅନୁସାରେ କାର୍ଯ୍ୟ କରିବେ

ପୃଷ୍ଠଭୂମି

ଭାରତ ମହାସାଗରର ଉତ୍ତରାଞ୍ଚଳରେ ଥିବା ଦେଶଗୁଡିକରେ ପାଣିପାଗର ପର୍ଯ୍ୟବେକ୍ଷଣ ଏବଂ ଭୂମିକମ୍ପ, ସୁନାମି, ଝଡବାତ୍ୟା ଆଦିର ପୂର୍ବାନୁମାନ ପାଇଁ ଦେଶ ଦେଶ ମଧ୍ୟରେ ସହଯୋଗର ଆବଶ୍ୟକତା ଥିବାରୁ କ୍ଷେତ୍ରରେ ମିଳିମିଶି କାମ କରିବା ପାଇଁ ଉଭୟ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ 2019ରେ କାର୍ଯ୍ୟ ଆରମ୍ଭ କରିଥିଲେ ଏଥିପାଇଁ ଉଭୟ ଦେଶର ପ୍ରତିନିଧିମଣ୍ଡଳ ଦୁଇଦେଶ ଗସ୍ତ କରି ବିଭିନ୍ନ ସାଧାରଣ କ୍ଷେତ୍ରରେ କାମ କରିବା ପାଇଁ ରାଜି ହୋଇଥିଲେ ତଦନୁସାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

*****

TM / SLP

 



(Release ID: 1688405) Visitor Counter : 141