ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦୈନିକ ନୂଆ କରୋନା ଆକ୍ରାନ୍ତ ମାମଲାରେ ହ୍ରାସ ଧାରା ଜାରି

ଗତ 24ଘଣ୍ଟାରେ 16,312 ନୂଆ ମାମଲା ଚିହ୍ନଟ

229 ଦିନ ପରେ ଦୈନିକ ମୃତ୍ୟୁ 170 ତଳେ

Posted On: 11 JAN 2021 11:02AM by PIB Bhubaneshwar

ଅନେକ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ଆକ୍ରାନ୍ତ ମାମଲା ନିରନ୍ତର ଭାବେ ହ୍ରାସ ପାଇବାରେ ଲାଗିଛି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 16,312 ନୂଆ ମାମଲା ରେକର୍ଡ କରାଯାଇଛି ଭାରତର ଦୈନିକ ନୂଆ କରୋନା ମୃତ୍ୟୁ ମଧ୍ୟ ଆଖିଦୃଶିଆ ଭାବେ ହ୍ରାସ ପାଇଛି 229 ଦିନ ପରେ 170ରୁ କମ ଦୈନିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି ନୂଆ ମାମଲା ସଂଖ୍ୟା ହ୍ରାସ ପାଇବା ଏବଂ ଅଧିକ ଆରୋଗ୍ୟ ହାର ଯୋଗୁ ଦେଶର କରୋନା ସକ୍ରିୟ ମାମଲା ନିରନ୍ତର ଭାବେ କମିବାରେ ଲାଗିଛି ଭାରତର ମୋଟ ସକ୍ରିୟ ମାମଲା ଆଜି 2.25 ଲକ୍ଷ (2,22,526)କୁ ହ୍ରାସ ପାଇଛି ଭାରତର ମୋଟ ପଜିଟିଭ ମାମଲାର ସକ୍ରିୟ ମାମଲା ଏବେ ମାତ୍ର 2.13% ରହିଛି

ଗତ 24 ଘଣ୍ଟାରେ 16,959 ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି ଏହାଦ୍ୱାରା ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା 809 ହ୍ରାସ ପାଇଛି ମୋଟ ଆରୋଗ୍ୟ ଲାଭ କରିଥିବା ମାମଲା ସଂଖ୍ୟା ଏବେ 1,00,92,909ରେ ପହଞ୍ଚିଛି ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ, ଯାହା କି କ୍ରମାଗତ ଭାବେ ବୃଦ୍ଧି ପାଉଛି, ତାହା ଏବେ ପାଖାପାଖି 99 ଲକ୍ଷ (98,70,383)ରେ ପହଞ୍ଚିଛି ଆରୋଗ୍ୟ ହାର ମଧ୍ୟ ଆଜି 96.49%କୁ ବୃଦ୍ଧି ପାଇଛି ସାରା ବିଶ୍ୱରେ ଥିବା କରୋନାର ସର୍ବାଧିକ ଆରୋଗ୍ୟ ହାର ମଧ୍ୟରେ ଏହା ରହିଛି ଦୈନିକ ନୂଆ ଆରୋଗ୍ୟ ମାମଲା ମଧ୍ୟରୁ 78.56% 10 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି କେରଳରେ ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇନ୍ତି ରାଜ୍ୟରେ ଦିନକରେ ସର୍ବାଧିକ 4,659 ଲୋକ ଆରୋଗ୍ୟ ଲାଭ କରିଛନ୍ତି ମହାରାଷ୍ଟ୍ରରେ ଦିନକରେ 2,302 ଲୋକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଛତିଶଗଡ଼ରେ 962 ଲୋକ ଆରୋଗ୍ୟ ଲାଭ କରିଛନ୍ତି 80.25% ନୂଆ ଆକ୍ରାନ୍ତ ମାମଲା 9 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଚିହ୍ନଟ କରାଯାଇଛି

କେରଳରେ ଗୋଟିଏ ଦିନରେ ସର୍ବାଧିକ 4,545 ନୂଆ ମାମଲା ଚିହ୍ନଟ ହୋଇଛି ଏହାକୁ ପଛକୁ ଥିବା ମହାରାଷ୍ଟ୍ରରେ 3,558ନୂଆ ମାମଲା ସାମ୍ନାକୁ ଆସିଛି ଗତ 24 ଘଣ୍ଟାରେ 161 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଦୈନିକ ମୃତ୍ୟୁର 69.57% ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରେକର୍ଡ କରାଯାଇଛି ମହାରାଷ୍ଟ୍ରରେ ସର୍ବାଧିକ (34) ଦୈନିକ କରୋନା ମୃତ୍ୟୁ ଦେଖିବାକୁ ମିଳିଛି ଏହା ପଛକୁ ଥିବା କେରଳ ପଶ୍ଚିମବଙ୍ଗରେ ଯଥାକ୍ରମେ 23 19 ଟି ଦୈନିକ ମୃତ୍ୟୁ ରେକର୍ଡ କରାଯାଇଛି

 

*****

SR / SLP



(Release ID: 1688239) Visitor Counter : 133