ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେରମ ଓ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନର କରୋନା ଟିକାକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ଶ୍ରୀ ମୋଦୀ

Posted On: 03 JAN 2021 11:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ ଭାରତ ବାୟୋଟେକ୍‍ କଂପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଅନୁମୋଦନ ମିଳିବା ଏକ ନିର୍ଣ୍ଣାୟକ ଘଟଣା । ଏହା କରୋନା ବିରୋଧୀ ଉତ୍ସାହଜନକ ଲଢେଇକୁ ଅଧିକ ବଳ ଦେଇ ଏକ ନୂଆ ମୋଡରେ ପହଞ୍ଚାଇଛି ।

A decisive turning point to strengthen a spirited fight!

DCGI granting approval to vaccines of @SerumInstIndia and @BharatBiotech accelerates the road to a healthier and COVID-free nation.

Congratulations India.

Congratulations to our hardworking scientists and innovators.

— Narendra Modi (@narendramodi) January 3, 2021

ଏ ସଂପର୍କରେ ଏକାଧିକ ଟ୍ୱିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ସାହଜନକ ଲଢେଇକୁ ଆହୁରି ଦୃଢୀଭୂତ କରିବା ନିମନ୍ତେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ । ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଓ ଭାରତ ବାୟୋଟେକ୍‍ ଦ୍ୱାରା ନିର୍ମିତ ଟିକାକୁ ଡିସିଜିଆଇ ଅନୁମୋଦନ କରିବା ଫଳରେ ଅଧିକ ସୁସ୍ଥ ଏବଂ କୋଭିଡ୍‍ ମୁକ୍ତ ଭାରତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ ଭାରତକୁ ଅଭିନନ୍ଦନ, କଠିନ ପରିଶ୍ରମ କରୁଥିବା ଆମର ବୈଜ୍ଞାନିକ ଏବଂ ଉଦ୍ଭାବନକାରୀଙ୍କୁ ମଧ୍ୟ ଅଭିନନ୍ଦନ ।

It would make every Indian proud that the two vaccines that have been given emergency use approval are made in India! This shows the eagerness of our scientific community to fulfil the dream of an Aatmanirbhar Bharat, at the root of which is care and compassion.

— Narendra Modi (@narendramodi) January 3, 2021

ସେ ଆହୁରି କହିଛନ୍ତି ଯେ ଏହି ଦୁଇଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଏହି ଉଭୟ ଟିକା ଭାରତରେ ତିଆରି ହୋଇଛି । ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଆମ ବୈଜ୍ଞାନିକ ସମୁଦାୟଙ୍କ ଆଗ୍ରହକୁ ପ୍ରତିପାଦନ କରୁଛି । ଏହା ମୂଳରେ ରହିଛି ଯତ୍ନ ଓ ଅନୁକମ୍ପାର ଭାବନା ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଚିକିତ୍ସକ, ମେଡିକାଲ କର୍ମଚାରୀ, ବୈଜ୍ଞାନିକ, ପୁଲିସ, ସଫେଇ କର୍ମଚାରୀଙ୍କ ସମେତ ସବୁ କରୋନା ଯୋଦ୍ଧାଙ୍କୁ ଆମେ ଆମର କୃତଜ୍ଞତା ପୁନର୍ବାର ଜ୍ଞାପନ କରୁଛୁ । ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି । ଅନେକ ଜୀବନ ରକ୍ଷା କରିଥିବାରୁ ଏହି ଯୋଦ୍ଧାମାନଙ୍କ ନିକଟରେ ଆମେ ଚିରକୃତଜ୍ଞ ରହିବୁ ।

We reiterate our gratitude to doctors, medical staff, scientists, police personnel, sanitation workers and all Corona warriors for the outstanding work done, that too in adverse circumstances. We will remain eternally grateful to them for saving many lives.

— Narendra Modi (@narendramodi) January 3, 2021

**********

DS/TM

 



(Release ID: 1685873) Visitor Counter : 297