ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଜିଏସଟି ଇ-ଇନଭଏସ୍ ସିଷ୍ଟମକୁ ପୁରିଲା 3 ମାସ; 37 ହଜାରରୁ ଅଧିକ ଟିକସଦାତାଙ୍କୁ ମିଳିଛି 1680 ଲକ୍ଷରୁ ଅଧିକ ଇନଭଏସ୍ ରେଫରେନ୍ସ ନମ୍ବର (IRNs)

ନଭେମ୍ବର 2020ର 589 ଲକ୍ଷ ତୁଳନାରେ ଡିସେମ୍ବର 2020ରେ 603 ଲକ୍ଷ ଇ-ଇନଭଏସ୍

Posted On: 02 JAN 2021 1:03PM by PIB Bhubaneshwar

ଜିଏସଟି ଇ-ଇନଭଏସ ସିଷ୍ଟମ, ପରିବର୍ତ୍ତନକାରୀ ଜିଏସଟି ସିଷ୍ଟମ ତିନି ମାସ ସଂପୂର୍ଣ୍ଣ କରିଛି ଏବଂ ନୂତନ ପ୍ଲାଟଫର୍ମରେ ସରଳ ଭାବରେ କରିବାକୁ ଟିକସଦାତାଙ୍କୁ ଏହା ସହଜ ହୋଇଛି ଏନଆଇସି ଦ୍ଵାରା ବିକଶିତ ଇ-ଇନଭଏସ୍ ସିଷ୍ଟମରୁ ଗତ ତିନିମାସ ମଧ୍ୟରେ ଏହା 37000 ରୁ ଅଧିକ ଟିକସଦାତାଙ୍କୁ 1680 ଲକ୍ଷରୁ ଅଧିକ ଇନଭଏସ୍ ରେଫରେନ୍ସ ନମ୍ବର (IRNs) ପ୍ରଦାନ କରିବାରେ ସକ୍ଷମ ହୋଇଛି

ଇ-ଇନଭଏସର ପ୍ରଚାଳନ ଅକ୍ଟୋବର 2020 ରେ 495 ଲକ୍ଷରୁ ଆରମ୍ଭ ହୋଇ ଏହା  ନଭେମ୍ବର 2020 ରେ 589 ଲକ୍ଷ ଏବଂ ଡିସେମ୍ବର 2020 ରେ 603 ଲକ୍ଷକୁ ବୃଦ୍ଧି ପାଇଛି କୌତୁହଳର ବିଷୟ ହେଉଛି ଏନଆଇସି (ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର) ଇ-ୱେ ବିଲ ରୁ ଇ-ୱେ ବିଲ ସିଷ୍ଟମ ବିକଶିତ କରିଛି ପୂର୍ବ ବର୍ଷର ସମାନ ମାସ ତୁଳନାରେ ସେପ୍ଟେମ୍ବରରୁ ଡିସେମ୍ବର 2020 ମଧ୍ୟରେ ସର୍ବାଧିକ ହୋଇଛି

ଏହ ସମୟ ମଧ୍ୟରେ ପଦ୍ଧତି ଅଧିକ ଜନାଦୃତ ହୋଇଛି ଓ ପ୍ରଚଳିତ ଆଇଆରଏନରେ କୌଣସି ଅସୁବିଧା ଦେଖାଯାଇନାହିଁ । ତେବେ ଏକା ଡକୁମେଣ୍ଟ ନମ୍ବର ନେଇ ବାରମ୍ବାର ପଚାରାଉଚରା ଚାଲିଛି । ଏନଆଇସି ସହାୟତା ଡେସ୍କ ପକ୍ଷରୁ ଟିକସଦାତାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଯୋଗାଯୋଗ ରକ୍ଷା, ମେଲ ଓ ଟେଲିଫୋନ ଜରିଆରେ କରାଯିବା ସହ ଏଥିପାଇଁ ଆବଶ୍ୟକ ପରାମର୍ଶମାନ ଦିଆଯାଇଛି । ଏନଆଇସି ପକ୍ଷରୁ ମଧ୍ୟ ଆଇଆରଏନ ସୃଷ୍ଟିକାରୀଙ୍କ ନିମନ୍ତେ ପ୍ରତିଦିନ ସବିଶେଷ ତଥ୍ୟ ପ୍ରଦାନ କରାଯାଇ ଏହାର ସଂଖ୍ୟା ଓ ଆଇଆରଏନର ମୂଲ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ଜାନୁଆରୀ ପହିଲାଠାରୁ ସରକାର ବାର୍ଷିକ ଆଇଆରଏନ ସୃଷ୍ଟି ପାଇଁ ଟିକସଦାତାଙ୍କ ନିମନ୍ତେ ମୋଟ କାରବାରର ପରିମାଣ ବାର୍ଷିକ 100 କୋଟିକୁ ହ୍ରାସ କରିଛନ୍ତି । ଟିକସଦାତାଙ୍କ ନିମନ୍ତେ ଏନଆଇସି ପକ୍ଷରୁ ଏପିଆଇ ଏବଂ ଅଫଲାଇନ ଟୁଲ ବ୍ୟବସ୍ଥା କରାଯାଇଛି । ଏହାଛଡା ଏନଆଇସି ପକ୍ଷରୁ ଟିକସଦାତାଙ୍କ ପକ୍ଷରୁ ଜାରି କରାଯାଉଥିବା ଇ-ଇନଭଏସର ସୁପରିଚାଳନା ପାଇଁ ଏନଆଇସିର ପର୍ଯ୍ୟାପ୍ତ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଛି । ବୃହତ ଟିକସଦାତା ଯେଉଁମାନଙ୍କ କାରବାର 500 କୋଟିରୁ ଅଧିକ ସେମାନେ ପ୍ରତ୍ୟକ୍ଷ ଏପିଆଇର ସୁବିଧା ଯୋଗାଣକାରୀ ଓ ନିଜର ଗ୍ରାହକମାନଙ୍କୁ ଦେଇପାରିବେ ।     

ଅପେକ୍ଷାକୃତ କମ ଟିକସ ପଇଠ କରୁଥିବା କରଦାତାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏନଆଇସି ଅଫଲାଇନ ଏକ୍ସିଲ ଭିତ୍ତିକ ଆଇଆରଏନ ବା ଏନଆଇସି-ଜିଇପିପିର ବ୍ୟବସ୍ଥା କରିଛି ଏହି ପଦ୍ଧତି ଉପଯୋଗ କରି କରଦାତାମାନେ ଇନଭଏସର ସମସ୍ତ ବିଷୟ ପରଖିବା ସହ ଫାଇଲ ପ୍ରସ୍ତୁତ  କରି ତାକୁ ଏନଆଇସି ଆଇଆରଏନ ପୋର୍ଟାଲରେ ଅପଲୋଡ କରିପାରିବେ ଏହାଛଡା ଆଇଆରଏନକୁ କ୍ୟୁଆର କୋଡ ସହ ଡାଉନଲୋଡ କରି କ୍ୟୁଆର କୋଡ ସହ ଇ-ଇନଭଏସର ପ୍ରିଣ୍ଟ ବାହାର କରିପାରିବେ ।

 

***********

Monika/TRP



(Release ID: 1685688) Visitor Counter : 225