ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତର ସକ୍ରିୟ ମାମଲା 2.50 ଲକ୍ଷକୁ ହ୍ରାସ; ଯାହା ସମୁଦାୟ ମାମଲାର 2.43 ପ୍ରତିଶତ
ଆରୋଗ୍ୟ ସଂଖ୍ୟା 99 ଲକ୍ଷରୁ ଅଧିକ, ବିଶ୍ଵ ସ୍ତରରେ ସର୍ବାଧିକ
Posted On:
02 JAN 2021 11:10AM by PIB Bhubaneshwar
ଦୈନିକ ସକ୍ରିୟ ମାମଲା ଅପେକ୍ଷା ଦୈନିକ ଆରୋଗ୍ୟ ମାମଲା ବୃଦ୍ଧି ପାଉଥିବାରୁ ସକ୍ରିୟ ମାମଲାଗୁଡ଼ିକର ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଭାରତର ସକ୍ରିୟ ମାମଲା 2.50 ଲକ୍ଷକୁ ଖସି ଆଜି 2,50,183 ରେ ପହଞ୍ଚିଛି ।
ସକ୍ରିୟ ମାମଲା ସମୁଦାୟ ମାମଲାର ମାତ୍ର 2.43 ଅର୍ଥାତ 2.5% ନିମ୍ନରେ ରହିଛି ।
ଆଜି 19,079 ଜଣ ବ୍ୟକ୍ତି କୋଭିଡ ପଜିଟିଭ ଥିବାବେଳେ ସେହି ସମୟ ମଧ୍ୟରେ 22,926 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଏହା ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ 4,071 ସଂଖ୍ୟା ହ୍ରାସ ପାଇଛି ।
କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡ ଏହି ପାଞ୍ଚଟି ରାଜ୍ୟରେ ମୋଟ ସକ୍ରିୟ ମାମଲାର 62% ରହିଛି ।
ଭାରତ ଗତ 7 ଦିନରେ (101) ପ୍ରତି ମିଲିୟନ ଜନସଂଖ୍ୟାରେ ସର୍ବନିମ୍ନ ନୂତନ ମାମଲା ଥିବା ରେକର୍ଡ କରିଛି । ସେହିଭଳି ଗତ 7 ଦିନ ମଧ୍ୟରେ ବ୍ରାଜିଲ, ରୁଷିଆ, ଫ୍ରାନ୍ସ, ଇଟାଲୀ, ଆମେରିକା ଏବଂ ବ୍ରିଟେନ ଭଳି ଦେଶଗୁଡିକରେ ପ୍ରତି ମିଲିୟନ ଜନସଂଖ୍ୟାରେ ଅଧିକ ମାମଲା ରହିଛି ।
ଭାରତର ମୋଟ ଆରୋଗ୍ୟ ମାମଲା ବୃଦ୍ଧି ପାଇ ପାଖାପାଖି 1 କୋଟିରେ ପହଞ୍ଚିଛି । ମୋଟ ଆରୋଗ୍ୟ ସଂଖ୍ୟା 99 ଲକ୍ଷ (99,06,387) ଅତିକ୍ରମ କରିଛି ।
ସୁସ୍ଥତା ହାର ଆଜି 96.12% କୁ ବୃଦ୍ଧି ହୋଇଛି । ଆରୋଗ୍ୟ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବରେ ବୃଦ୍ଧି ପାଇ ବର୍ତ୍ତମାନ ଏହା 96,56,204କୁ ଛୁଇଁଛି ।
ନୂତନ ଆରୋଗ୍ୟ ଲାଭର 78.64 ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି ।
କେରଳରୁ 5,111 ଜଣ କୋଭିଡରୁ ସୁସ୍ଥ ହୋଇ ସର୍ବାଗ୍ରେ ଥିବାବେଳେ ମହାରାଷ୍ଟ୍ରରୁ 4,279 ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଦୈନିକ 1,496 ଜଣ ଆରୋଗ୍ୟ ଲାଭ କରିଥିବା ପଶ୍ଚିମବଙ୍ଗ ଦର୍ଶାଇଛି ।
ସମୁଦାୟ ନୂତନ ମାମଲାର 80.56 ପ୍ରତିଶତ 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ଗତ 24 ଘଣ୍ଟା ମଧ୍ୟରେ କେରଳ 4,991 ନୂତନ ମାମଲା ରିପୋର୍ଟ କରିଛି । ଏହାରି ପଛକୁ ମହାରାଷ୍ଟ୍ର ଗତକାଲି ଆଉ 3,524 ଟି ନୂଆ ମାମଲା ପଞ୍ଜିକୃତ କରିଥିବାବେଳେ ପଶ୍ଚିମବଙ୍ଗ 1,153 ଟି ନୂଆ ମାମଲା ରେକର୍ଡ କରିଛି ।
ଗତ 24 ଘଣ୍ଟା ମଧ୍ୟରେ 224 ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 75.45% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।
ରିପୋର୍ଟ ହୋଇଥିବା 26.33% ମହାରାଷ୍ଟ୍ରରୁ ଆସିଛି ଯେଉଁଥିରେ 59 ଜଣଙ୍କର ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗରେ 26 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେରଳରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
**********
MV/SJ/TRP
(Release ID: 1685687)
Visitor Counter : 248
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam