ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଟୀକାକରଣ ପ୍ରସ୍ତୁତି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସହିତ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ସଚିବ

ଜାନୁଆରୀ 2, 2021 ଠାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ-19 ଟୀକାକରଣ ଅଭିଯାନ ପାଇଁ ଡ୍ରାଏ ରନ

Posted On: 31 DEC 2020 2:33PM by PIB Bhubaneshwar

କୋଭିଡ-19 ଟୀକାକରଣ ଲାଗି ବ୍ୟାପକ ସ୍ତରରେ ପ୍ରସ୍ତୁତି ତ୍ୱରାନ୍ୱିତ କରିବା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-19 ଟୀକାକରଣ ଲାଗି ପ୍ରସ୍ତୁତ କରାଯାଇଥିବା ଅଧିବେଶନ ସ୍ଥଳଗୁଡ଼ିକର ପ୍ରସ୍ତୁତି ସମୀକ୍ଷା  ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଶ୍ରୀ ଭୂଷଣଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରମୁଖ ସଚିବ, ଏନଏଚଏମ ପରିଚାଳନା ନିର୍ଦ୍ଦେଶକ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନଲାଇନ ଜରିଆରେ ଯୋଡ଼ି ହୋଇଥିଲେ।

କୋଭିଡ-19 ଟୀକାକରଣ ପାଇଁ ଡ୍ରାଏରନ 2 ଜାନୁଆରୀ 2021 (ଶନିବାର) ଠାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପକ୍ଷରୁ କରାଯିବ। ଏହି ଗତିବିଧିକୁ ଅତିକମରେ ତିନୋଟି ଅଧିବେଶନ ସ୍ଥଳରେ ସମସ୍ତ ରାଜ୍ୟର ରାଜଧାନୀରେ ଆୟୋଜନ କରାଯିବା ଲାଗି ପ୍ରସ୍ତାବ ରହିଛି। କେତେକ ରାଜ୍ୟରେ କଠିନ ଭୂ-ଭାଗ ଥିବା କିମ୍ବା କମ ସମ୍ବଳ ଥିବା ଜିଲ୍ଲାକୁ ଏହି ଡ୍ରାଏରନରେ ସାମିଲ କରାଯିବ। ମହାରାଷ୍ଟ୍ର ଏବଂ କେରଳ ରାଜ୍ୟ ନିଜ ରାଜଧାନୀ ବ୍ୟତୀତ ଅନ୍ୟ ପ୍ରମୁଖ ସହରରେ ଏହି ଅଭ୍ୟାସ ଅଧିବେଶନ ଚଳାଇବା ଲାଗି କାର୍ଯ୍ୟକ୍ରମ ରହିଛି।

ମହାମାରୀରୁ ସୁରକ୍ଷା ପାଇବା ଲାଗି ଏହି ଟୀକାକରଣ ଅଭିଯାନର ଉଦ୍ଦେଶ୍ୟ ହେଉଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଟୀକାକରଣ ସମ୍ବନ୍ଧୀୟ ଆହ୍ୱାନ ସମ୍ପର୍କରେ ଅବଗତ ହେବା। ଏଥିସହିତ ଏଥିପାଇଁ ପ୍ରସ୍ତୁତ ହୋଇଥିବା ରଣନୀତିକୁ କାର୍ଯ୍ୟକାରୀ କରିବାରେ ରହିଥିବା ସମସ୍ୟାଗୁଡ଼ିକୁ ଦୂର କରିବା। ଟୀକାକରଣ ଅଭିଯାନ ସମୟରେ ଦେଖାଦେବାକୁ ଥିବା ବ୍ୟବହାରିକ ସମସ୍ୟା ଆଧାରରେ ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ କରିବାରେ ଏହି ଡ୍ରାଏ ରନ ଯଥେଷ୍ଟ ସହାୟକ ସାବ୍ୟସ୍ତ ହେବ ଏବଂ ଏହାର ପରିଚାଳନାର ବିଭିନ୍ନ ସ୍ତରରେ ନିୟୋଜିତ ଲୋକମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ

ଏହି ଟୀକାକରଣ ଅଭିଯାନର ସମ୍ପୂର୍ଣ୍ଣ ଯୋଜନା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 20 ଡିସେମ୍ବର 2020ରେ ଜାରି ହୋଇଥିବା ଦିଶା-ନିର୍ଦ୍ଦେଶ ଅନୁଯାୟୀ ହେବ। ପ୍ରତ୍ୟେକ ତିନୋଟି ଅଧିବେଶନ ସ୍ଥଳ ନିମନ୍ତେ ସମ୍ପୃକ୍ତ ଚିକିତ୍ସା ଅଧିକାରୀ 25 ଜଣ ପରୀକ୍ଷଣ ଲାଭାର୍ଥୀ (ସ୍ୱାସ୍ଥ୍ୟ ସେବା କର୍ମଚାରୀ)ଙ୍କୁ ଚିହ୍ନଟ କରିବେ। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏହି ଲାଭାର୍ଥୀମାନଙ୍କର ତଥ୍ୟ କୋ-ଉଇନରେ ଅପଲୋଡ କରିବା ଲାଗି ପରାମର୍ଶ ଦିଆଯାଇଛି। ଏହି ଲାଭାର୍ଥୀମାନେ ଡ୍ରାଏ ରନ ନିମନ୍ତେ ଅଧିବେଶନ ସ୍ଥଳରେ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକ ସ୍ୱାସ୍ଥ୍ୟସେବା କର୍ମୀ (ଏଚସିଡବ୍ଲୁ) ଲାଭାର୍ଥୀମାନଙ୍କର ଡାଟାକୁ ଅପଲୋଡ କରିବା ସହିତ କୋ-ଉଇନ ଆପ୍ଲିକେସନରେ ନିଆଯାଉଥିବା ସୁବିଧା ଏବଂ ୟୁଜର୍ସ ଆଇଡି ପ୍ରସ୍ତୁତ କରିବେ।

ଏହା ସହିତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପ୍ରସ୍ତାବିତ ଅଧିବେଶନ ସ୍ଥଳୀରେ ଯଥେଷ୍ଟ ସ୍ଥାନ, ସମ୍ବଳର ବ୍ୟବସ୍ଥା, ଇଣ୍ଟରନେଟ କନେକ୍ଟିଭିଟି, ବିଦ୍ୟୁତ, ସୁରକ୍ଷା ଆଦି ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟରେ ଅତି କମରେ ତିନୋଟି ଅଧିବେଶନ ସ୍ଥଳ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମଡେଲ ସାଇଟଗୁଡ଼ିକରେ ସଚେତନତା ସୃଷ୍ଟି ଗତିବିଧି ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ସହିତ ତିନି କୋଠରୀ ବିଶିଷ୍ଟ ସେଟଅପରହିବ ଯେଉଁଥିରେ ପ୍ରବେଶ ଏବଂ ପ୍ରସ୍ଥାନ ନିମନ୍ତେ ଭିନ୍ନ ଭିନ୍ନ ମାର୍ଗ ରହିବ। ଏହି ସାଇଟଗୁଡ଼ିକରେ ସମସ୍ତ ଆଇଇସି ସାମଗ୍ରୀ ପ୍ରଦର୍ଶିତ କରିବା, ସମସ୍ତ ଜରୁରି ନିର୍ଦ୍ଦେଶ ଏବଂ ପ୍ରୋଟୋକଲ ପାଳନ ସୁନିଶ୍ଚିତ କରିବା ଲାଗି କୁହାଯାଇଛି। ଏହାସହିତ ଟୀକାକରଣର ସମସ୍ତ ଦିଗକୁ ଚିହ୍ନଟ କରିବା ଏବଂ ପ୍ରଶିକ୍ଷିତ କରାଯିବାକୁ କୁହାଯାଇଛି। କୋଲ୍ଡ ଚେନ ପରିଚାଳନା ସହିତ ଟୀକା ଯୋଗାଣ, ସଂରକ୍ଷଣ ଏବଂ ଲଜିଷ୍ଟିକ୍ସ ପରିଚାଳନା ଲାଗି ଏହି ଡ୍ରାଏ ରନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସକ୍ଷମ କରିବ।

ଟୀକାକରଣ ଅଭିଯାନ ପରିଚାଳନା କରୁଥିବା ଲୋକମାନେ ଏହି ପ୍ରକ୍ରିୟାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ସେମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଆଗକୁ ଲୋକମାନଙ୍କୁ ଟୀକା ଲଗାଇବା ନିମନ୍ତେ ପ୍ରସ୍ତୁତ କରିବାକୁ ହେବ। ବିଭିନ୍ନ ରାଜ୍ୟରେ ଏମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ଉଦ୍ଦେଶ୍ୟ ନେଇ ପାଖାପାଖି 96,000 ଟୀକା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜାତୀୟ ପ୍ରଶିକ୍ଷଣରେ 2360 ପ୍ରତିଯୋଗୀଙ୍କୁ ପ୍ରଶିକ୍ଷିତ କରାଯାଇଛି ଏବଂ 719 ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣରେ 57,000ରୁ ଅଧିକ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଛି। ରାଜ୍ୟଗୁଡ଼ିକ ଯେକୌଣସି ଟିକା/ ସଫ୍ଟୱେର୍ ସମ୍ବନ୍ଧୀୟ ପ୍ରଶ୍ନ ଲାଗି ରାଜ୍ୟ ହେଲ୍ପଲାଇନ 104ର ଉପଯୋଗ (ଯାହାର ଉପଯୋଗ 1075 ବ୍ୟତୀତ କରାଯିବ) କରୁଛନ୍ତି। କଲ ସେଣ୍ଟର ଅଧିକାରୀମାନଙ୍କୁ ଏହା ସମ୍ପର୍କରେ ପ୍ରଶିକ୍ଷଣ ଦେବା ଏବଂ କ୍ଷମତା ନିର୍ମାଣ କରିବା ଲାଗି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (ଏଫଏକ୍ୟୁ)ର ଉପଯୋଗ କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି ଯାହାଫଳରେ ଏପରି ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇପାରିବ।

ଟୀକାକରଣ ପରେ କୌଣସି ସମ୍ଭାବ୍ୟ ପ୍ରତିକୂଳ ଘଟଣାର ପରିଚାଳନା ନିମନ୍ତେ ଡ୍ରାଏ ରନରେ ବିଶେଷ ଧ୍ୟାନ ଦିଆଯିବ। ଏହାବ୍ୟତୀତ, ରୋଗ ସଂକ୍ରମଣ ବ୍ୟାପିବାକୁ ପ୍ରତିହତ କରିବା ଲାଗି ଅଧିବେଶନ ସ୍ଥଳରେ ସଂକ୍ରମଣ ନିୟନ୍ତ୍ରଣ ନିର୍ଦ୍ଦେଶର ପାଳନ ଏବଂ ପରିଚାଳନା ମଧ୍ୟ କରାଯାଉଛି। ମକଡ୍ରିଲରେ ବ୍ଲକ ଏବଂ ଜିଲ୍ଲାସ୍ତରରେ ସମବର୍ତ୍ତୀ ଅନୁଧ୍ୟାନ, ସମୀକ୍ଷା ଏବଂ ପ୍ରତିକ୍ରିୟା ପ୍ରସ୍ତୁତ କରିବା ମଧ୍ୟ ସାମିଲ ରହିବ। ରାଜ୍ୟ ଟାସ୍କ ଫୋର୍ସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ପ୍ରତିକ୍ରିୟାର ସମୀକ୍ଷା କରିବ

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସମସ୍ତ ସମ୍ବନ୍ଧୀୟ ଅଂଶୀଦାରମାନଙ୍କୁ ବିଶ୍ୱାସକୁ ନେଇ ଏବଂ ନୂତନ ରଣନୀତି ମାଧ୍ୟମରେ ସାମୁଦାୟିକ ସମ୍ପର୍କ ଜନ ଭାଗିଦାରୀକୁ ପ୍ରୋତ୍ସାହନ ନିମନ୍ତେ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯାଇଛି ଯାହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଦିଆଯାଇ ସେମାନଙ୍କୁ ଏହି ଅଭିଯାନ ଚଳାଇବା ନିମନ୍ତେ ପ୍ରସ୍ତୁତ କରାଯାଇଛି।

ଡ୍ରାଏ ରନର ପ୍ରଥମ ପର୍ଯ୍ୟାୟ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଞ୍ଜାବର ଦୁଇଟି ଲେଖାଏଁ ଜିଲ୍ଲାରେ 28-29 ଡିସେମ୍ବର 2020ରେ ଆୟୋଜନ କରାଯାଇଥିଲା, ଯେଉଁଠି 25 ଜଣ ଲେଖାଏଁ ଲାଭାର୍ଥୀ ଥିବା ପାଞ୍ଚଟି ଅଧିବେଶନ ସ୍ଥଳ ଚୟନ କରାଯାଇଥିଲା। ଏହି ଡ୍ରାଏ ରନର କାର୍ଯ୍ୟକାରିତାରେ କୌଣସି ବଡ଼ ସମସ୍ୟା ଦେଖାଦେଇନାହିଁ। ସମସ୍ତ ରାଜ୍ୟ ବ୍ୟାପକ ଆକାରରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲାଗି ପରିଚାଳନା ସଂକ୍ରାନ୍ତ ଦିଶା-ନିର୍ଦ୍ଦେଶ ଏବଂ ଆଇଟି ପ୍ଲାଟଫର୍ମ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ଏହି ବୈଠକରେ ଏନଏଚଏମର ଏଏସ ଏବଂ ଏମଡି ସୁଶ୍ରୀ ବନ୍ଦନା ଗୁରନାନୀ, ଉପ ସ୍ୱାସ୍ଥ୍ୟ ସଚିବ ଡା. ମନୋହର ଅଗନାନୀ, ଯୁଗ୍ମ ସଚିବ ଲବ ଅଗ୍ରୱାଲ, ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

**********

MV/SJ/PS



(Release ID: 1685173) Visitor Counter : 247