ଉପରାଷ୍ଟ୍ରପତିଙ୍କ ସଚିବାଳୟ

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପରାଷ୍ଟ୍ରପତି

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଅର୍ଥନୈତିକ ସଂସ୍କାର ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଥିଲା

ଶ୍ରୀ ରାଓ ଅନେକ ଆହ୍ଵାନର ସମ୍ମୁଖୀନ ହୋଇ ଦେଶ ପରିଚାଳନା କରିଥିଲେ

ଶ୍ରୀ ନରସିଂହ ରାଓଙ୍କ ଉପରେ ଆଧାରିତ ତେଲୁଗୁ ଭାଷାର ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ ଉପରାଷ୍ଟ୍ରପତି

Posted On: 27 DEC 2020 2:38PM by PIB Bhubaneshwar

ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବଳିଷ୍ଠ ଅର୍ଥନୈତିକ ସଂସ୍କାର ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି

ହାଇଦ୍ରାବାଦରେ ବରିଷ୍ଠ ସାମ୍ବାଦିକ ଏ କୃଷ୍ଣ ରାଓଙ୍କ ଦ୍ୱାରା ଲିଖିତ ବିପ୍ଲାଭା ତାପସ୍ୱୀ: ପିଭିଶୀର୍ଷକ ଏକ ତେଲୁଗୁ ପୁସ୍ତକ ପ୍ରକାଶ କରି ଉପରାଷ୍ଟ୍ରପତି କହିଛନ୍ତି ଯେ, ଶ୍ରୀ ନରସିଂହ ରାଓ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସମୟରେ ଦେଶ ଗୁରୁତର ଆର୍ଥିକ ସଙ୍କଟ ଏବଂ ରାଜନୈତିକ ଅନିଶ୍ଚିତତାର ସମ୍ମୁଖୀନ ହୋଇଥିଲା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀ ରାଓ ଅନେକ ରାଜନୈତିକ ପଣ୍ଡିତଙ୍କ ଆଶାଠାରୁ ଅଧିକ ଭାବରେ ତାଙ୍କର କାର୍ଯ୍ୟକାଳ ସମ୍ପାଦନା କରିଥିଲେ ଏବଂ ସେହି ସମୟ ମଧ୍ୟରେ ସେ ଅନେକ ଆହ୍ଵାନର ସମ୍ମୁଖିନ ହୋଇ ଦେଶକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିଥିଲେ

ଶ୍ରୀ ନାଇଡୁ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜଣେ ଚମତ୍କାରୀ ପ୍ରଶାସକ ଥିଲେ ଯଦିଓ, ତାଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା କେତେକ ନୀତି ସହ କେହି କେହି ସହମତ ହୋଇନପାରନ୍ତି, କିନ୍ତୁ ତାଙ୍କ ଦ୍ଵାରା ନିଆଯାଇଥିବା କେତେକ ପଦକ୍ଷେପ ଦେଶର ବୃହତ ସ୍ୱାର୍ଥରେ ଥିଲା ସେ ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତର ପ୍ରବେଶକୁ ସୁଗମ କରିଥିଲେ

ଉପରାଷ୍ଟ୍ରପତି କହିଛନ୍ତି ଯେ, ଶ୍ରୀ ନରସିଂହ ରାଓ ଲାଇସେନ୍ସ ରାଜ ହଟାଇବା, ବ୍ୟାଙ୍କିଙ୍ଗ ସଂସ୍କାର, ବିଦ୍ୟୁତ ଘରୋଇକରଣ, ଟେଲିକମ ଆଧୁନିକୀକରଣ ଏବଂ ରପ୍ତାନି ବୃଦ୍ଧି ତଥା ବିଦେଶୀ ପୁଞ୍ଜି ବିନିଯୋଗ ଭଳି ଅନେକଗୁଡିଏ ପଦକ୍ଷେପ ନେଇଥିଲେ ସେ କୃଷି କ୍ଷେତ୍ରରେ ସଂସ୍କାର ମଧ୍ୟ ଆରମ୍ଭ କରିଥିଲେ ଏବଂ ଖାଦ୍ୟ ଶସ୍ୟ ପରିବହନ ଉପରେ ପ୍ରତିବନ୍ଧକ ହଟାଇଥିଲେ

ଶ୍ରୀ ନାଇଡୁ ସ୍ମରଣ କରିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ 73 ତମ ଏବଂ 74 ତମ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସ୍ଥାନୀୟ ସଂସ୍ଥାକୁ କ୍ଷମତା ପ୍ରଦାନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବହୁମୁଖୀ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଶ୍ରୀ ରାଓ ଏକାଧାରରେ ଜଣେ ମହାନ ପଣ୍ଡିତ, ସାହିତ୍ୟିକ ଏବଂ ବହୁଭାଷାର ଅଧିକାରୀ ଥିଲେ ଏଥିସହ ସେ ଉଚିତ ମାନ୍ୟତା ପାଇନାହାଁନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି

ଶ୍ରୀ ନରସିଂହ ରାଓଙ୍କ ଉପରେ ଆଧାରିତ ପୁସ୍ତକ ରଚନା କରିଥିବାରୁ ଶ୍ରୀକୃଷ୍ଣ ରାଓଙ୍କୁ ପ୍ରଶଂସା କରିଥିଲେ ଏବଂ ସେ ଯୁବକସମାଜକୁ ଏହିପରି ପୁସ୍ତକ ପଢିବା ପାଇଁ ଅନୁରୋଧ କରିଥିଲେ ସେ କହିଛନ୍ତି ଯେ, ମହାନ ପୁରୁଷ ଏବଂ ମହିଳାଙ୍କ ବିଷୟରେ ପୁସ୍ତକ ଏବଂ ସ୍ମୃତିଚାରଣ ବକ୍ତବ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ ଉଦ୍ଦିଷ୍ଟ

ରାଜ୍ୟସଭା ସାଂସଦ କେ କେଶବ ରାଓ, ଶ୍ରୀ କୃଷ୍ଣ ରାଓ ଏବଂ ପ୍ରକାଶକ, ଶ୍ରୀ ରାଘବେନ୍ଦ୍ର ରାଓ ଏହି ଅବସରରେ ଉପସ୍ଥିତ ଥିଲେ

 

**********



(Release ID: 1684031) Visitor Counter : 173