ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ ମାମଲା 2.89 ଲକ୍ଷକୁ ହ୍ରାସ ପାଇଛି, ଯାହା ମୋଟ ମାମଲାର 3 ପ୍ରତିଶତରୁ କମ

26 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା 10,000 ରୁ କମ

ଜାତୀୟ ହାର ତୁଳନାରେ 23 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମିଲିୟନ ପ୍ରତି ପରୀକ୍ଷଣ ଅଧିକ ରହିଛି

16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ ହାର ଜାତୀୟ ହାର ଠାରୁ କମ ରହିଛି

Posted On: 23 DEC 2020 10:45AM by PIB Bhubaneshwar

ଭାରତରେ ମୋଟ ସକ୍ରିୟ ମାମଲା ହ୍ରାସ ଧାରା ଜାରି ରହିଛି । ଦେଶର ସକ୍ରିୟ ମାମଲା ଆଜି 2,89,240 ରେ ପହଞ୍ଚିଛି । ସମୁଦାୟ ପଜିଟିଭ ମାମଲାରେ ସକ୍ରିୟ ମାମଲାର ଅଂଶ 2.86% କୁ ହ୍ରାସ ପାଇଛି ।

ଜାତୀୟ ଧାରାକୁ ତୁଳନା କଲେ 26 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 10,000 ରୁ କମ୍ ସକ୍ରିୟ ମାମଲା ରହିଛି ।

http://static.pib.gov.in/WriteReadData/userfiles/image/image0015GF1.jpg

ଦୈନିକ ନୂତନ ମାମଲାକୁ ଅତିକ୍ରମ କରୁଥିବା ଦୈନିକ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ ମାମଲା ସଂଖ୍ୟା ହ୍ରାସକୁ ସୁନିଶ୍ଚିତ କରିଛି । ଗତ 24 ଘଣ୍ଟା ମଧ୍ୟରେ 23,950 ଜଣ ସଂକ୍ରମିତ ହୋଇଥିବା ବେଳେ ଏହି ସମୟ ମଧ୍ୟରେ 26,895 ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଗତ 24 ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ 3,278 ସଂଖ୍ୟା ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।

http://static.pib.gov.in/WriteReadData/userfiles/image/image002FVAU.jpg

ଭାରତର ସମୁଦାୟ ପରୀକ୍ଷଣ ସଂଖ୍ୟା ପାଖାପାଖି 16.5 କୋଟି (16,42,68,721) ରହିଛି । ପ୍ରତିଦିନ ଏକ ମିଲିୟନରୁ ଅଧିକ ପରୀକ୍ଷା କରାଯିବାର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଗତ 24 ଘଣ୍ଟା ମଧ୍ୟରେ 10,98,164 ନମୁନା ପରୀକ୍ଷା କରାଯାଇଛି । ଦେଶର ପରୀକ୍ଷା କ୍ଷମତା ଦୈନିକ 15 ଲକ୍ଷକୁ ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ 2,276 ଟି ପରୀକ୍ଷାଗାର ସହିତ ଭାରତର ପରୀକ୍ଷଣ ଭିତ୍ତିଭୂମିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।

ଦୈନିକ ହାରାହାରି 10 ଲକ୍ଷରୁ ଅଧିକ ପରୀକ୍ଷଣ ଦ୍ଵାରା ଏହା ନିଶ୍ଚିତ ହୋଇଛି ଯେ ସମ୍ମିଳିତ ପଜିଟିଭିଟି ହାର ନିମ୍ନ ସ୍ତରରେ ସ୍ଥିର ରହିଛି ଏବଂ ବର୍ତ୍ତମାନ ଏହା ନିମ୍ନ ପଥଗାମୀ ହୋଇ ଚାଲିଛି ।

ପ୍ରତି ମିଲିୟନ ଜନସଂଖ୍ୟାରେ ଭାରତର ପରୀକ୍ଷଣ ସଂଖ୍ୟା 1,19,035 । ଜାତୀୟ ହାର ତୁଳନାରେ 23 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରତି ମିଲିୟନରେ ପରୀକ୍ଷଣ ସ୍ଥିତି ଭଲ ରହିଛି ।

http://static.pib.gov.in/WriteReadData/userfiles/image/image003GRE3.jpg

16 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାପ୍ତାହିକ ପଜିଟିଭ ହାର ଜାତୀୟ ହାରଠାରୁ କମ ଅଟେ ।

http://static.pib.gov.in/WriteReadData/userfiles/image/image004ACU4.jpg

ଜାତୀୟ ହାର ତୁଳନାରେ 15 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମନ୍ୱିତ ପଜିଟିଭ ହାର କମ ରହିଛି ।

http://static.pib.gov.in/WriteReadData/userfiles/image/image005LICE.jpg

http://static.pib.gov.in/WriteReadData/userfiles/image/image0069LGU.jpg

ମୋଟ ଆରୋଗ୍ୟ ମାମଲା ସଂଖ୍ୟା 9,663,382 ରେ ପହଞ୍ଚିଛି । ସୁସ୍ଥତା ହାର ମଧ୍ୟ 95.69% କୁ ବୃଦ୍ଧି ପାଇଛି ।

ନୂତନ ଆରୋଗ୍ୟ ମାମଲାଗୁଡ଼ିକର 75.87 ପ୍ରତିଶତ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ହୋଇଥିବା ପରିଲକ୍ଷିତ ହୋଇଛି ।

କେରଳ ସର୍ବାଧିକ 5057 ନୂତନ ଆରୋଗ୍ୟ ମାମଲା ରିପୋର୍ଟ କରିଛି । ଗତ 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ 4,122 ଲୋକ ସୁସ୍ଥ ହୋଇଥିବା ବେଳେ ଏହାରି ପଛକୁ ପଶ୍ଚିମବଙ୍ଗରୁ 2,270 ଲୋକ ଆରୋଗ୍ୟ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image007JJAX.jpg

ନୂତନ ମାମଲାଗୁଡ଼ିକର 77.34% 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

କେରଳରୁ ସର୍ବାଧିକ ଦୈନିକ ନୂତନ ମାମଲା 6,049 ରିପୋର୍ଟ ହୋଇଛି । ଏହା ପଛକୁ ମହାରାଷ୍ଟ୍ରରୁ  3,106 ଟି ନୂଆ ମାମଲା ଆସିଛି ।

http://static.pib.gov.in/WriteReadData/userfiles/image/image008SM80.jpg

ଗତ 24 ଘଣ୍ଟା ମଧ୍ୟରେ 333 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ନୂତନ ମୃତ୍ୟୁର 75.38 ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଟେ । ମହାରାଷ୍ଟ୍ରରୁ ସର୍ବାଧିକ 75 ଜଣଙ୍କର  ମୃତ୍ୟୁ ହୋଇଥିବା ବେଳେ ଏହାରି ପଛକୁ ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ 38 ଏବଂ 27 ଜଣଙ୍କର ମୃତ୍ୟୁ ଘଟିଛି ।

http://static.pib.gov.in/WriteReadData/userfiles/image/image0091QZL.jpg

 

**********



(Release ID: 1683140) Visitor Counter : 174