ସଂସ୍କୃତି ମନ୍ତ୍ରଣାଳୟ
କେନ୍ଦ୍ର ସଂରକ୍ଷିତ ସ୍ମାରକ/ସ୍ଥଳକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଉପରେ ଥିବା ସର୍ବାଧିକ ସୀମା ଉଚ୍ଛେଦ କଲା ଏଏସଆଇ
ସାଉଣ୍ଡ ଓ ଲାଇଟ ଶୋ ମଧ୍ୟ ଆରମ୍ଭ ହେବ
ପୋଷ୍ଟ କରାଯିବା ଦିନାଙ୍କ:
20 DEC 2020 1:18PM by PIB Bhubaneshwar
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ (ଏଏସଆଇ) ସମସ୍ତ କେନ୍ଦ୍ର ସଂରକ୍ଷିତ ସ୍ମାରକ/ସ୍ଥଳକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟା ଉପରେ ଥିବା ସର୍ବାଧିକ ସୀମାକୁ ଉଚ୍ଛେଦ କରିଦେଇଛି। କେନ୍ଦ୍ର ସଂରକ୍ଷିତ ସ୍ମାରକ/ସ୍ଥଳ ସମ୍ବନ୍ଧରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ପକ୍ଷରୁ 18 ଡିସେମ୍ବର, 2020ରେ ଆଞ୍ଚଳିକ ନିର୍ଦ୍ଦେଶକ ଏବଂ ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତମାନଙ୍କ ପାଇଁ ଜାରି ହୋଇଥିବା ସଦ୍ୟ ଏସଓପି ଅନୁରୂପ ଏହି ନିର୍ଦ୍ଦେଶ ଦିଆଯାଇଛି।
ତେବେ ପ୍ରତିଦିନ ଆସୁଥିବା ମୋଟ ଦର୍ଶକ/ପର୍ଯ୍ୟଟକମାନଙ୍କ ସଂଖ୍ୟା ସମ୍ପର୍କରେ ନିଷ୍ପତ୍ତି ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ, ସମ୍ପୃକ୍ତ ଜିଲ୍ଲା ଅଧିକାରୀ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସମିତିର ଅଧ୍ୟକ୍ଷଙ୍କ ମଧ୍ୟରେ ସହମତି ମାଧ୍ୟମରେ ନିଷ୍ପତ୍ତି ନିଆଯିବ ।
ଜାରି ହୋଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ସ୍ଥାନରେ ଇଣ୍ଟରନେଟ ଏବଂ କ୍ୟୁଆରକୋଡ ସହ ଜଡ଼ିତ ସମସ୍ୟା ରହିଛି ସେଠାରେ ପର୍ଯ୍ୟଟନସ୍ଥଳୀରେ ହିଁ ଟିକେଟ ବିକ୍ରି ଆରମ୍ଭ କରାଯାଇପାରିବ। ସାଉଣ୍ଡ ଓ ଲାଇଟ ଶୋ ମଧ୍ୟ ଆରମ୍ଭ କରାଯାଇପାରିବ।
ଉପରୋକ୍ତ ପରିବର୍ତ୍ତନ ବ୍ୟତୀତ, ତା.02.07.2020ରେ ଜାରି କରାଯାଇଥିବା ଏସଓପିର ଅନ୍ୟ ସମସ୍ତ ବ୍ୟବସ୍ଥା ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲାଗୁ ହେବ (06 ଜୁଲାଇ 2020 ଠାରୁ ଲାଗୁ ହୋଇଥିବା)।
ଏହି ଦିଶାନିର୍ଦ୍ଦେଶରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ସମସ୍ତ କେନ୍ଦ୍ର ସଂରକ୍ଷିତ ସ୍ମାରକ ଓ ପର୍ଯ୍ୟଟନ ସ୍ଥଳୀରେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କୋଭିଡ ସମ୍ବନ୍ଧୀୟ ସମସ୍ତ ନିୟମ ସହିତ ସମ୍ପୃକ୍ତ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସମସ୍ତ ମାର୍ଗଦର୍ଶିକାର ଅନୁପାଳନ ମଧ୍ୟ ଜାରି ରହିବ।
***********
(ରିଲିଜ ଆଡି: 1682276)
ପରିଦର୍ଶକ କାଉଣ୍ଟର : 222
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Punjabi
,
Tamil
,
Telugu
,
Malayalam