ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସୋଚାମ ସ୍ଥାପନା ସପ୍ତାହ 2020 କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

ଧନ ଏବଂ ଉଦ୍ୟୋଗ ନିର୍ମାତାମାନଙ୍କ ସହିତ ଦେଶ ସଦାବେଳେ ରହିଛି: ପ୍ରଧାନମନ୍ତ୍ରୀ

ଜନସାଧାରଣଙ୍କ ଭାବନା ‘ଭାରତ କାହିଁକି’ ଏବେ ପରିବର୍ତ୍ତିତ ହୋଇ ‘ଭାରତ କାହିଁକି ନୁହେଁ’ରେ ପରିଣତ ହୋଇସାରିଛି

ଗବେଷଣା ଓ ନିବେଶ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ସକାଶେ ପ୍ରଧାନମନ୍ତ୍ରୀ ଦେଲେ ଆହ୍ୱାନ

Posted On: 19 DEC 2020 1:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସୋଚେମ ସ୍ଥାପନା ସପ୍ତାହ 2020 ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ରତନ ଟାଟାଙ୍କୁ ଆସୋଚେମ ଶତାବ୍ଦୀର ଉଦ୍ୟମ ପୁରସ୍କାରପ୍ରଦାନ କରିଛନ୍ତି । ଟାଟା ଗ୍ରୁପ୍‌ ପକ୍ଷରୁ ଶ୍ରୀ ଟାଟାଙ୍କୁ ଏହି ପୁରସ୍କାର ମିଳିଛି ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମୂହଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଷ୍ଟ୍ର ନିର୍ମାଣରେ ଦେଶର ବ୍ୟବସାୟୀ ସମୁଦାୟଙ୍କର ଯୋଗଦାନ ସଦାସର୍ବଦା ପ୍ରଶଂସନୀୟ । ସେ କହିଲେ ଯେ ଏବେ ଉଦ୍ୟୋଗ ଜଗତକୁ ଆଗକୁ ବଢ଼ାଇ ନେବା ନିମନ୍ତେ ସେମାନଙ୍କ ନିକଟରେ ପୂର୍ଣ୍ଣ ସ୍ୱାଧୀନତା ରହିଛି ଏବଂ ସେମାନେ ଏହାର ସଂପୂର୍ଣ୍ଣ ଫାଇଦା ଉଠାଇବା ଆବଶ୍ୟକ । ତେଣୁ ଆତ୍ମନିର୍ଭର ଭାରତ ଗଠନ ନିମନ୍ତେ ଆଗାମୀ ବର୍ଷମାନଙ୍କରେ ନିଜର ସଂପୂର୍ଣ୍ଣ ଶକ୍ତି ଉପଯୋଗ କରିବା ନିମନ୍ତେ ଶିଳ୍ପ ଓ ବାଣିଜ୍ୟ ସମୁଦାୟର ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ଦେଶ ଧନ ତଥା ଉଦ୍ୟୋଗ ନିର୍ମାତାମାନଙ୍କ ସହିତ ରହିଛି ଏବଂ ଏହାଦ୍ୱାରା କୋଟି କୋଟି ଯୁବକଯୁବତୀଙ୍କୁ କର୍ମନିଯୁକ୍ତିର ଅବସର ପ୍ରାପ୍ତ ହୋଇପାରୁଛି । ସରକାର ଏକ କୁଶଳ ଏବଂ ମୈତ୍ରୀପୂର୍ଣ୍ଣ ଇକୋସିଷ୍ଟମର ନିର୍ମାଣ ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରୟାସ କରିଆସୁଛନ୍ତି । ଉଦ୍ୟୋଗ ଜଗତକୁ ନିର୍ଭର ଆଶ୍ୱାସନା ଦେଇ ସେ ଏହା ସୁନିଶ୍ଚିତ କରିବା ସକାଶେ ଆହ୍ୱାନ ଜଣାଇ କହିଥିଲେ ଯେ ଏହାର ଫାଇଦା ବିକାଶର ଶିଖରରେ ଦଣ୍ଡାୟମାନ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ । ଏଥି ପାଇଁ ଉଦ୍‌ଯୋଗରେ ସଂସ୍କାର ଅଣାଯିବା ଆବଶ୍ୟକ, ଯେପରିକି ମହିଳାମାନଙ୍କୁ ଓ ଯୁବ ପ୍ରତିଭାମାନଙ୍କୁ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରାଯିବା ଉଚିତ । ବିଶ୍ୱର ସର୍ବୋତ୍ତମ ପ୍ରଥାଗୁଡ଼ିକୁ ଯଥା ଶୀଘ୍ର ଆପଣାଇବା, କର୍ପୋରେଟ୍‌ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରିବା, ଲାଭକୁ ସୁନିଶ୍ଚିତ କରିବା ଇତ୍ୟାଦ ସଂପର୍କରେ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ମହାମାରୀ କରୋନା ସଂକ୍ରମଣ କାଳରେ ଯେତେବେଳେ ସମଗ୍ର ବିଶ୍ୱ ନିବେଶକୁ ନେଇ ଚିନ୍ତିତ ଥିଲା, ସେତେବେଳେ ଭାରତକୁ ରେକର୍ଡ଼ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି (ଏଫଡ଼ିଆଇ) ଏବଂ ପିଏଫଆଇ ଆସିଛି । କାରଣ, ସମଗ୍ର ବିଶ୍ୱ ଏବେ ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଆସ୍ଥା ସ୍ଥାପନ କରିଛି । ବିଶ୍ୱର ଭାରତ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ଏହି ଆତ୍ମବିଶ୍ୱାସ ସଂପର୍କରେ ସୂଚନା ପ୍ରଦାନ କରି ସେ କହିଲେ ଯେ ଏହାର ଅନୁରୂପ ଭାବେ ଉଦ୍ୟୋଗ ଜଗତରେ ଘରୋଇ ପୁଞ୍ଜି ନିବେଶର ମାତ୍ରା ବୃଦ୍ଧି ଘଟିବା ଆବଶ୍ୟକ ଏବଂ ସେଥିପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଭାରତୀୟ ଉଦ୍ୟୋଗମାନଙ୍କ ଦ୍ୱାର ଖୁବ୍‌ କମ୍‌ ପୁଞ୍ଜି ନିବେଶ ହେବା କ୍ଷୋଭର ବିଷୟ । ଏବଂ ଯଦି ଏହାର ମାତ୍ରାକୁ ଆମେରିକା ସହ ତୁଳନା କରାଯାଏ ତେବେ ଦେଖାଯିବ ଯେ ସେଠାରେ ଘରୋଇ କ୍ଷେତ୍ରର ଗବେଷଣା ଓ ବିକାଶରେ 70% ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରାଯାଇଛି । ଭାରତୀୟ ଉଦ୍ୟୋଗ ଯଥା କୃଷି, ପ୍ରତିରକ୍ଷା, ମହାକାଶ, ଶକ୍ତି, ନିର୍ମାଣ, ଫାର୍ମା ଏବଂ ପରିବହନ ଭଳି କ୍ଷେତ୍ରରେ ଗବେଷଣା ଓ ବିକାଶର ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରରେ ଯଥା ଶୀଘ୍ର ପୁଞ୍ଜି ନିବେଶର ପରିମାଣ ବୃଦ୍ଧି ପାଇବା ଆବଶ୍ୟକ । ସେ କହିଲେ ଯେ ପ୍ରତ୍ୟେକ କ୍ଷେତ୍ରରେ ସବୁ କମ୍ପାନୀକୁ ଗବେଷଣା ଓ ବିକାଶ ନିମନ୍ତେ ଏକ ନିଶ୍ଚିତ ପରିମାଣର ରାଶି ନିଦ୍ଧାରଣ କରାଯିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଶ୍ୱ ଏବେ ଚତୁର୍ଥ ଉଦ୍ୟୋଗ ବିପ୍ଳବ ଦିଗକୁ ଖୁବ୍‌ କ୍ଷିପ୍ର ବେଗରେ ଅଗ୍ରସର ହେଉଛି । ଏ ଦିଗରେ ଅନେକ ଚାଲେଞ୍ଜ ରହିଛି । ନୂତନ ପ୍ରଯୁକ୍ତି ରୂପେ ତାହା ଆମ ସାମ୍ନାକୁ ଆସିବ ଏବଂ ଅନେକ ସମାଧାନ ପନ୍ଥା ମଧ୍ୟ ଆସିବ । ସେ କହିଲେ ଯେ ବର୍ତ୍ତମାନ ସମୟ ଯୋଜନା ପ୍ରସ୍ତୁତ କରିବା ଏବଂ ତାହାକୁ କାର୍ଯ୍ୟାନ୍ୱୟନ କରିବାର ସମୟ । ସେ କହିଲେ ଯେ ବ୍ୟବସାୟିକ ଜଗତର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତି ବର୍ଷ ଏକଜୁଟ ହେବା ଏବଂ ପ୍ରତ୍ୟେକ ଲକ୍ଷ୍ୟକୁ ଏକତ୍ରିତ କରି  ରାଷ୍ଟ୍ର ନିର୍ମାଣ ନିମନ୍ତେ ଏକ ବିରାଟ ଲକ୍ଷ୍ୟ ସହିତ ଯୋଡ଼ିବା ଆବଶ୍ୟକ ଏବଂ ସେଥିରେ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ । ସେ କହିଲେ ଯେ ଆଗାମୀ 27 ବର୍ଷ ଯେତେବେଳେ ସ୍ୱାଧୀନ ଭାରତକୁ ଏକ ଶହ ବର୍ଷ ପୂର୍ଣ୍ଣ ହେବ, ସେତେବେଳେ କେବଳ ଭାରତର ବୈଶ୍ୱିକ ଭୂମିକା ନିର୍ଦ୍ଧାରିତ ହେବନାହିଁ, ଅପରନ୍ତୁ ଭାରତୀୟମାନଙ୍କ ସ୍ୱପ୍ନ ଏବଂ ସମର୍ପଣ ଉଭୟ ମଧ୍ୟ ପରୀକ୍ଷିତ ହେବ । ସେ କହିଲେ ଯେ ଏହା ଭାରତୀୟ ଉଦ୍ୟୋଗର କ୍ଷମତା, ପ୍ରତିବଦ୍ଧତା ଏବଂ ସାହସକୁ ବିଶ୍ୱ ନିକଟରେ ପ୍ରତିପାଦିତ କରିବାର ଏହା ହେଉଛି ପ୍ରକୃଷ୍ଟ ଅବସର । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଲେ ଯେ କେବଳ ଆତ୍ମନିର୍ଭରତା ହାସଲ କରିବା ହିଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ନୁହେଁ, ଅପରନ୍ତୁ ଏହି ଲକ୍ଷ୍ୟକୁ ଆମେ କେତେ ଶୀଘ୍ର ହାସଲ କରିପାରିବା, ତାହା ମଧ୍ୟ ମହତ୍ତ୍ୱପୂର୍ଣ୍ଣ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ସଫଳତା ସଂପର୍କରେ ଏତେ ମାତ୍ରାରେ ସକାରାତ୍ମକ ଭାବନା ପୂର୍ବରୁ କେବେ ସୃଷ୍ଟି ହୋଇନଥିଲା । ସେ କହିଲେ ଯେ ଏହି ସକାରାତ୍ମକତାର ଶ୍ରେୟ 130 କୋଟିରୁ ଅଧିକ ଭାରତୀୟଙ୍କ ଅଦ୍ଭୁତ ଆତ୍ମବିଶ୍ୱାସକୁ ପ୍ରଦାନ କରାଯାଉଛି । ଏବେ ଭାରତ ନୂତନ ଶକ୍ତି ଓ ବିଶ୍ୱାସର ସହିତ ଆଗକୁ ଅଗ୍ରସର ହେବା ନିମନ୍ତେ ଏକ ନୂତନ ଅବସର ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛି । ସେ କହିଲେ ଯେ ଦେଶରେ ଘଟାଯାଇଥିବା ସଂସ୍କାରଗୁଡ଼ିକ ଦ୍ୱାରା ଉଦ୍ୟୋଗ ଜଗତର ଭାବନା ଭାରତ କାହିଁକିରୁ ପରିବର୍ତ୍ତିତ ହୋଇ ଏବେ ଭାରତ କାହିଁକି ନୁହେଁହାସଲ କରିବାର ସଫଳତା ହାସଲ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନୂତନ ଭାରତ, ନିଜର ଶକ୍ତି ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରି, ନିଜର ଆବଶ୍ୟକ ସଂସାଧନ ଉପରେ ନିର୍ଭର କରି, ଆତ୍ମନିର୍ଭର ଭାରତ ଦିଗରେ ଆଗକୁ ବଢ଼ିବାରେ ଲାଗିଛି । ଏବଂ ଏହି ଲକ୍ଷ୍ୟ ପ୍ରାପ୍ତ କରିପା ନିମନ୍ତେ ବିନିର୍ମାଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ସେ କହିଲେ ଯେ ଭାରତରେ ବିନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ନିରବଚ୍ଛିନ୍ନ ଭାବେ ସଂସ୍କାର ପ୍ରକ୍ରିୟା ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ନିଜର ମତ ପ୍ରଦାନ କରି କହିଲେ ଯେ ଆମେ ସ୍ଥାନୀୟକୁ ବୈଶ୍ୱିକରେ ପରିଣତ କରିବା ନିମନ୍ତେ ମିଶନ ମୋଡ଼ରେ ଆଗକୁ ବଢ଼ିବାରେ ଲାଗିଛେ । ଆମକୁ ପ୍ରତିଟି ବୈଶ୍ୱିକ ଘଟଣାକ୍ରମ ନିମନ୍ତେ ତ୍ୱରିତ ପ୍ରତିକ୍ରିୟା ଦେବାକୁ ପଡ଼ିବ । ବୈଶ୍ୱିକ ଆମଦାନି ଶୃଙ୍ଖଳାର ଆବଶ୍ୟକତାରେ ଆକସ୍ମିକ ବୃଦ୍ଧିକୁ ପୂରଣ କରିବା ନିମନ୍ତେ ଭାରତରେ ଏକ ପ୍ରଭାବୀ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ।

ସେ କହିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଆସୋଚାମ୍‌ ଭଳି ଉଦ୍ୟୋଗ ସଂଗଠନ ଭିତରେ ଉତ୍ତମ ତାଳମେଳର ଆବଶ୍ୟକତା ରହିଛି । ସେ ନିଜ ଭାଷଣ ପ୍ରସଙ୍ଗରେ ଉଦ୍ୟୋଗ ଜଗତକୁ ଏହି ପ୍ରଶ୍ନ ପଚାରିଥିଲେ ଯେ ବୈଶ୍ୱିକ ପରିବର୍ତ୍ତନ ନିମନ୍ତେ ଯଥା ଶୀଘ୍ର କିଭଳି ପ୍ରତିକ୍ରିୟା ପ୍ରଦାନ ଦିଆଯାଇପାରିବ ଏବଂ ତ୍ୱରିତ ଭାବେ ସେହି ପ୍ରତିକ୍ରିୟା ନିମନ୍ତେ କିଭଳି ଉତ୍ତମ ତନ୍ତ୍ରର ନିର୍ମାଣ କରାଯାଇପାରିବ ତାହା ଉପରେ ସମସ୍ତେ ଚିନ୍ତା କରିବା ଉଚିତ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତ ନିଜର ଆବଶ୍ୟକତାର ପୂରଣ କରିବା ସହିତ ବିଶ୍ୱକୁ ସହାୟତା ପ୍ରଦାନ କରିବା ନିମନ୍ତେ ଆଜି ସକ୍ଷମ ହୋଇପାରିଛି । ଏପରିକି କରୋନ ମହାମାରୀ ସମୟରେ ସୁଦ୍ଧା, ଭାରତ ବିଶ୍ୱର ଫାର୍ମାସୀର ଦାୟିତ୍ୱ ଗ୍ରହଣ କରି ସମଗ୍ର ବିଶ୍ୱର ଆବଶ୍ୟକ ଔଷଧପତ୍ର ବିତରଣ କରିପାରିଥିଲା । ଏବେ ପ୍ରତିଷେଧକ ଟିକା ପ୍ରସଙ୍ଗରେ ସୁଦ୍ଧା ଭାରତ ନିଜର ଆବଶ୍ୟକତା ପୂରଣ କରିବ ଏବଂ ଅନେକ ରାଷ୍ଟ୍ରଙ୍କ ଆଶା ଓ ଆକାଂକ୍ଷାକୁ ମଧ୍ୟ ପୂରଣ କରିବା ନିମନ୍ତେ ସକ୍ଷମ ହୋଇପାରିବ । ଏହି ପ୍ରସଙ୍ଗରେ ସେ ଆସୋଚାମର ସଦସ୍ୟମାନଙ୍କୁ ଗ୍ରାମୀଣ କାରିଗରମାନଙ୍କ ଉତ୍ପାଦକୁ କିଭଳି ଭାବେ ଉତ୍ତମ ରୂପେ ପ୍ରଦର୍ଶିତ କରାଯାଇପାରିବ ଏବଂ ଏଥିପାଇଁ ଏକ ବୈଶ୍ୱିକ ମଞ୍ଜ ପ୍ରଦାନ କରିବା ସକାଶେ ଆହ୍ୱାନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଦ୍ୱାରା ଗ୍ରାମୀଣ- ସହରୀ ବିଭାଜନକୁ ହ୍ରାସ କରିବା ପ୍ରୟାସକୁ ସହଯୋଗ ମିଳିବ । ସେ କହିଲେ ଯେ ଜୈବିକ କୃଷି ଉତ୍ପାଦକୁ ଉତ୍ତମ ପ୍ରୋତ୍ସାହନ, ଉତ୍ତମ ଭିତ୍ତିଭୂମି ଢ଼ାଂଚା ଏବଂ ଉତ୍ତମ ବଜାର ମିଳିବା ଲାଗି ରାଜ୍ୟ ସରକାରମାନେ, କୃଷି ସଂଗଠନ ଓ ଉଦ୍ୟୋଗ ସଂଗଠନମାନଙ୍କ ସହିତ ମିଳିତ ଭାବେ ଭାରତ ସରକାରଙ୍କ ଦ୍ୱାରା କାମ କରିବାର ଆବଶ୍ୟକତା ଉପରେ ଏବେ ଜୋର ଦିଆଯାଉଛି । ଏହା ଆମର ସମଗ୍ର ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇବା ଦିଗରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଟଳ ବିହାରୀ ବାଜପେୟୀଜୀ ଭାରତର ରାଜମାର୍ଗଗୁଡ଼ିକୁ ଯୋଡ଼ିବାର ଲକ୍ଷ୍ୟ ରଖିଥିଲେ । ଆଜି ଦେଶରେ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି ସଂରଚନା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆମେ ଦେଶର ପ୍ରତ୍ୟେକ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି ଯଦ୍ୱାରା ଗାଁର କୃଷକମାନେ ଡିଜିଟାଲ ବୈଶ୍ୱିକ ବଜାର ପର୍ଯ୍ୟନ୍ତ ସୁଦ୍ଧା ପହଞ୍ଚିପାରିବେ । ସେମାନଙ୍କୁ କିଭଳି ଭାବେ ଆଧାରଭୂତ ସଂରଚନାର ନିର୍ମାଣର ଅର୍ଥ ରୋଜଗାର ପ୍ରତ୍ୟେକ ଅବସର ମିଳିପାରିବ ଏବଂ ସେମାନେ ତାହା ଉପଯୋଗ କରିବାକୁ ଆଗ୍ରହୀ ହେବେ, ଯଦ୍ୱାରା ସେମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବ୍ୟବସ୍ଥାକୁ ମଜଭୁତ କରିପାରିବେ । ବଣ୍ଡ ବଜାରର କ୍ଷମତା ମଧ୍ୟ ବୃଦ୍ଧି ପାଇପାରିବ । ସେମାନେ ସମସ୍ତେ ଏହି ଦିଗରେ କାର୍ଯ୍ୟ କରିବା ଲାଗି ଏବେ ପ୍ରୟାସ ଜାରି ରହିଛି । ଏହିଭଳି ଭାବେ, ସଭରେନ ୱେଲ୍ଥ ଏବଂ ପେନସନ ଫଣ୍ଡକୁ ଟିକସ ରିହାତି ଦିଆଯାଉଛି । ଆରଇଆଇଟି ଏବଂ ଆଇଏନବିଆଇଟିକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଏବଂ ଆଧାରଭୂତ ସଂରଚନା ସହିତ ଯୋଡ଼ି ହୋଇ ରହିଥିବା ପରିସମ୍ପତ୍ତିକୁ ମୁଦ୍ରିକରଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ସରକାର ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ କରିବାକୁ ଏବେ ସଂପୂର୍ଣ୍ଣ ସକ୍ଷମ ଏବଂ ଏଥିଲାଗି ଉତ୍ତମ ବାତାବରଣ ମଧ୍ୟ ସୃଷ୍ଟି କରାଯାଉଛି । ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ଏବଂ ନୀତିନିୟମରେ ସଂଶୋଧନ କରାଯାଉଛି । କିନ୍ତୁ ଉଦ୍ୟୋଗ ଜଗତର ଭାଗୀଦାରମାନେ ହିଁ ବାସ୍ତବରେ ସେମାନଙ୍କ ସମର୍ଥନ ଦ୍ୱାରା ଏହାକୁ ସଫଳତାରେ ପରିଣତ କରିପାରିବେ । ସେ କହିଲେ ଯେ ଆତ୍ମନିର୍ଭର ଭାରତ ସ୍ୱପ୍ନ ନିମନ୍ତେ ଦେଶର ନୀତିନିୟମରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ସମସ୍ତେ ମନେ ମନେ ଦୃଢ଼ ସଂକଳ୍ପ ଗ୍ରହଣ କରିବା ଉଚିତ, ପ୍ରତିବଦ୍ଧ ହେବା ଆବଶ୍ୟକ ।

 

**********



(Release ID: 1682073) Visitor Counter : 184