ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶ କିଷାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନ୍ୟୁନତମ ସହାୟକ ମୂଲ୍ୟ (ଏମଏସପି) ଓ ଭାଗ ଚାଷୀଙ୍କ ଉଦବେଗ ସମ୍ପର୍କରେ ଅତବତାରଣା କରି ଅପପ୍ରଚାରରୁ ଦୂରେଇ ରହିବାକୁ ପରାମର୍ଶ

Posted On: 18 DEC 2020 5:26PM by PIB Bhubaneshwar

ମଧ୍ୟପ୍ରଦେଶରେ ହେଉଥିବା କିଷାନ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିଛନ୍ତି ଏହାଛଡା ସେ ଶୀତଳ ଭଣ୍ଡାର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିଛନ୍ତି

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ଖାଦ୍ୟ ଶସ୍ୟ, ଫଳ ଓ ପରିପାରିବାର ଭଣ୍ଡାରଣ ବିନା ତାକୁ ବିପୁଳ କ୍ଷତି ସହିବାକୁ ପଡିବ । ବ୍ୟବସାୟୀକ ଜଗତକୁ ଆଧୁନିକ ଭଣ୍ଡାରଣ ବ୍ୟବସ୍ଥା ଓ ନୂତନ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ଏହା ଚାଷୀମାନଙ୍କୁ ସାହାଯ୍ୟ କରିବା ସହ ଦେଶକୁ ମଧ୍ୟ ରକ୍ଷା କରିବ ।

ଉନ୍ନତ ଦେଶଗୁଡିକରେ ଭାରତୀୟ କୃଷକମାନଙ୍କୁ ଅବିଳମ୍ଭେ ଅତ୍ୟାଧୁନିକ ସୁବିଧା ଯୋଗାଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦ୍ରୁତ ପରିବର୍ତ୍ତିତ ବୈଶ୍ଵିକ ଦୃଶ୍ୟପଟ୍ଟରେ ଭାରତୀୟ ଚାଷୀମାନେ ଅତ୍ୟାଧୁନିକ ସୁବିଧା ବିନା ଅସହାୟ ହୋଇ ରହିବେ ନାହିଁ । ନିକଟରେ ନୂତନ କୃଷି ନୀତି ସମ୍ପର୍କରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଭଳି ସଂସ୍କାରମୂଳକ ଆଇନ ପାଇଁ ଦୀର୍ଘ 20-22 ବର୍ଷ ଧରି ବିଚାରବିମର୍ଷ ଚାଲିଥିଲା ଏସବୁ ଆଇନ ରାତାରାତି ପ୍ରବର୍ତ୍ତିତ ହୋଇନାହିଁ ଦେଶର କୃଷକ, ଚାଷୀ ସଂଗଠନ, କୃଷି ବିଶେଷଜ୍ଞ, କୃଷି ଅର୍ଥନୀତି ବିଶାରଦ, କୃଷି ବୈଜ୍ଞାନିକ ଓ ଅଗ୍ରଣୀ ଚାଷୀମାନେ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ନିରବଛିନ୍ନ ଭାବେ ଦାବି କରିଆସୁଥିଲେ । ଦଳୀୟ ଇସ୍ତାହାରରେ କୃଷି ସଂସ୍କାର ନେଇ କୁହାଯାଇଥିଲେ ମଧ୍ୟ ପ୍ରକୃତପକ୍ଷେ ଏହାକୁ ତ୍ୱରାନ୍ୱିତ କରାଯାଇନଥିଲା ଆଗରୁ ଏସମ୍ପର୍କରେ ଯେଉଁ ଆଲୋଚନା ଚାଲିଥିଲା ନୂତନ କୃଷି ନୀତିରେ ତାହାହିଁ ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରମାନେ ଦୀର୍ଘ 8 ବର୍ଷ ଧରି ସ୍ଵାମୀନାଥନ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିନଥିଲେ । ଏପରିକି ଚାଷୀମାନଙ୍କ ଆନ୍ଦୋଳନ ମଧ୍ୟ ଏମାନଙ୍କୁ ସଚେତନ କରାଇପାରିନଥିଲା । ଚାଷୀମାନଙ୍କ ପାଇଁ ବିଶେଷ କିଛି ଖର୍ଚ୍ଚ କରିବାର ପଡିବ ନାହିଁ  ବୋଲି ସେମାନେ ଧରିନେଇଥିଲେ । ବିରୋଧୀ ଦଳଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ, ସେମାନେ ଚାଷିମାନଙ୍କୁ ରାଜନୀତି ପାଇଁ ବ୍ୟବହାର କରୁଥିଲେ । ମାତ୍ର ତାଙ୍କ ସରକାର ଚାଷୀମାନଙ୍କୁ ଅନ୍ନଦାତା ଭାବେ ବିବେଚନା କରିବା ସହ ସେମାନଙ୍କ ସମସ୍ୟା ପ୍ରତି ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରୁଛନ୍ତି । ତାଙ୍କ ସରକାର ସ୍ଵାମୀନାଥାନ କମିଟିର ରିପୋର୍ଟରେ କରାଯାଇଥିବା ସୁପାରିଶକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀ ଖର୍ଚ୍ଚର ଦେଢଗୁଣା ଏମଏସପି ପ୍ରଦାନ କରିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ । 

ଋଣ ଛାଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଏହା ପହଞ୍ଚି ପାରେ ନାହିଁ, କାରଣ ସେ ବ୍ୟାଙ୍କକୁ ଯାଇପାରେ ନାହିଁ କି ଋଣ ନେଇ ପାରେନାହିଁ । ପିଏମକିଶାନ ଯୋଜନାରେ ପ୍ରତିବର୍ଷ ଚାଷୀମାନେ75 ହଜାର କୋଟି ଟଙ୍କା ସହାୟତା ପାଇବେ, ଯାହାକି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଏଥିରେ କୌଣସି ବାଟମାରଣା ହେବ ନାହିଁ କି କେହି କମିସନ ମଧ୍ୟ ପାଇପାରିବେ ନାହିଁନିମ ପ୍ରଲେପଯୁକ୍ତ ୟୁରିଆ ଚାଷୀମାନଙ୍କୁ ଯୋଗାଇ କିପରି ଦୁର୍ନୀତି ରୋକା ଯାଇପାରିଛି ପ୍ରଧାନମନ୍ତ୍ରୀ ତାହା ଉପରେ ବର୍ଣ୍ଣନା କରିଥିଲେ । ପୂର୍ବ ସରକାରମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେମାନେ ଚାଷୀମାନଙ୍କ ସମସ୍ୟା ପ୍ରତି ସଚେତନ ହୋଇଥିଲେ ଦୀର୍ଘ ଦଶନ୍ଧି ଧରି 100ଟି ବୃହତ ଜନସେଚନ ପ୍ରକଳ୍ପ ଆଜି ଅସମାପ୍ତ ରହିନଥାନ୍ତା । ଏହିସବୁ ପ୍ରକଳ୍ପଗୁଡ଼ିକୁ ବିଭିନ୍ନ ମିଶନ ଜରିଆରେ ସଂପୂର୍ଣ୍ଣ କରିବା ପାଇଁ ଆମ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପ୍ରତ୍ୟେକ ଚାଷ ଜମିକୁ ଜଳ ଯୋଗାଇ ଦେବାପାଇଁ ତାଙ୍କ ସରକାର ଉଦ୍ୟମ କରୁଛନ୍ତି । ଏହାଛଡା ମହୁ ଚାଷ, ପଶୁପାଳନ ଓ ମତ୍ସ୍ୟ ଚାଷ ଇତ୍ୟାଦି ପ୍ରତି ମଧ୍ୟ ସମଦୃଷ୍ଟି ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମତ୍ସ୍ୟ ଚାଷର ବିକାଶ ପାଇଁ ନୀଳ ବିପ୍ଲବ ଯୋଜନା କାର୍ଯ୍ୟକାରୀ କରାଯାଉଛି । କିଛିଦିନ ପୂର୍ବରୁ ମତ୍ସ୍ୟ ସମ୍ପଦ ଯୋଜନା ମଧ୍ୟ ଆରମ୍ଭ ହୋଇଛି । ଏହିସବୁ ଉଦ୍ୟମ ଯୋଗୁଁ ଦେଶରେ ମତ୍ସ୍ୟ ଉତ୍ପାଦନ ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ସରକାରଙ୍କ ନୂତନ କୃଷି ନୀତି ନେଇ ଅବିଶ୍ଵାସର କୌଣସି କାରଣ ନାହିଁ  ଓ ଏଥିରେ ତିଳେମାତ୍ର ମିଥ୍ୟା ମଧ୍ୟ ନାହିଁ । ସରକାର ଏମଏସପି ଉଠାଇଦେବାକୁ ଚାହୁଁଥିଲେ ସ୍ଵାମୀନାଥାନ କମିଟିର ସୁପାରିଶକୁ କାହିଁକି ଲାଗୁ କରିଥାନ୍ତେ, ସେ ବିଷୟରେ ଟିକିଏ ଚିନ୍ତା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।  

ଶସ୍ୟ ବୁଣା ହେବା ପୂର୍ବରୁ ଚାଷିକୁ ଆଶ୍ଵାସନା ଦେବା ପାଇଁ ଏମଏସପି ଘୋଷଣା କରାଯାଇଥାଏ । ଏପରିକି କରୋନା ବୈଶ୍ଵିକ ମହାମାରୀର ମୁକାବିଲା କରୁଥିବା ବେଳେ ମଧ୍ୟ ଶସ୍ୟ ଆହରଣ କାଳରେ ସ୍ଵାଭାବିକ ଭାବେ ଏମଏସପି ପ୍ରଦାନ କରାଯାଇଛି । ଆଗରୁ ଯେଭଳି ଏମଏସପି ଦିଆଯାଇଆସୁଛି ତାହା ସେହିଭଳି ଅବ୍ୟାହତ ରହିବ ବୋଲି ପ୍ରଧାନମନ୍ତ୍ରୀ ଚାଷିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାର ଏମଏସପିର ମୂଲ୍ୟ କେବଳ ବୃଦ୍ଧି କରିନାହାନ୍ତି ବରଂ ଏମଏସପି ଦେଇ ଅଧିକ ଶସ୍ୟ ମଧ୍ୟ ସଂଗ୍ରହ କରିଛନ୍ତି । ଯେତେବେଳେ ଡାଲି ଜାତୀୟ ଶସ୍ୟର ସମସ୍ୟା ଦେଶରେ ଦେଖାଦେଇଥିଲା ତାହାର ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଦେଶ ବାହାରୁ ମଧ୍ୟ ଅଣାଯାଇଥିଲା । ସରକାର 2014ରେ ନୀତିର ପରିବର୍ତ୍ତନ କରି 112 ଲକ୍ଷ ଟନ ଡାଲି ଜାତୀୟ ଶସ୍ୟ ଚାଷୀମାନଙ୍କଠାରୁ ସଂଗ୍ରହ କରିଥିଲେ । ତେବେ 2014 ପୂର୍ବର 5 ବର୍ଷ ମଧ୍ୟରେ ମାତ୍ର ଦେଢ ଲକ୍ଷ ଟନ ଡାଲି ଜାତୀୟ ଶସ୍ୟ ସଂଗ୍ରହ ହୋଇଥିଲା । ଆଜି ଡାଲିଜାତୀୟ ଶସ୍ୟ ଉତ୍ପାଦନ କରୁଥିବା ଚାଷୀମାନେ ଅଧିକ ଏମଏସପି ପାଉଛନ୍ତି ଓ ଏହାର ବଜାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏହା ସିଧାସଳଖ ଭାବେ ଗରୀବମାନଙ୍କ ପାଇଁ ଲାଭଦାୟକ ହୋଇଥିବା ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ନୂତନ ଆଇନ ବଳରେ ଚାଷୀମାନେ ତାଙ୍କ ଉତ୍ପାଦିତ ସାମଗ୍ରୀ ମଣ୍ଡି କିମ୍ବା ମଣ୍ଡି ବାହାରେ ବିକ୍ରି କରିବାର ସ୍ଵାଧୀନତା ପାଇଛନ୍ତି । ଚାଷୀ ଯେଉଁଠି ଅଧିକ ମୂଲ୍ୟ ପାଇବ ସେଠି ତାହାର ଜିନିଷ ବିକ୍ରି କରିପାରିବ । ନୂଆ ଆଇନ ପରେ କୌଣସି ଗୋଟିଏ ବି ମଣ୍ଡି ବନ୍ଦ ହୋଇନାହିଁ । ଏପିଏମସିଗୁଡିକର ଆଧୂନିକୀକରଣ ନିମନ୍ତେ ସରକାର 500 କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଭାଗ ଚାଷ ସମ୍ପର୍କରେ ସ୍ପଷ୍ଟିକରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆମ ଦେଶରେ ବହୁକାଳରୁ ଚାଲିଆସୁଛି । ଭାଗ ଚାଷରେ କେବଳ ଉତ୍ପାଦିତ ସାମଗ୍ରୀର ନେଣଦେଣ ହେଉଥିବା ବେଳେ ଜମି ଚାଷୀ ପାଖରେ ହିଁ ଥାଏ ଏସମ୍ପର୍କରେ ରାଜିନାମା ସହ ଜମିଜମାର କୌଣସି ସମ୍ପର୍କ ନାହିଁ । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଚାଷୀ ପୁରା ପଇସା ପାଇଥାଏ । ନୂତନ ଆଇନରେ ଚାଷୀ ପାଇଁ ପର୍ଯ୍ୟାପ୍ତ ଲାଭର ସୁବିଧା ରହିଛି । ଚାଷୀମାନଙ୍କ ଉଦବେଗ ପ୍ରତି ସମବେଦନା ପୂର୍ବକ ଏଥିରେ କୌଣସି ଆଶଙ୍କାର କାରଣ ନାହିଁ ବୋଲି କହିଛନ୍ତି । ସରକାର ପ୍ରତ୍ୟେକ ବିଷୟରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ମହାମାନ୍ୟ ଅଟଳ ଜୀଙ୍କ ଜୟନ୍ତୀ ଆସନ୍ତା 25 ତାରିଖ ଦିନ ଏହି ବିଷୟରେ ସେ ପୁଣି ଆଲୋଚନା କରିବେ ବୋଲି କହିଛନ୍ତି । ସେହିଦିନ ପିଏମକିଶାନ ସମ୍ମାନ ନିଧିର ଦ୍ଵିତୀୟ କିସ୍ତି କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********



(Release ID: 1681851) Visitor Counter : 255