ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜଳବାୟୁ ମହତ୍ତ୍ୱାକାଂକ୍ଷୀ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 12 DEC 2020 9:21PM by PIB Bhubaneshwar

ମାନ୍ୟବର,

ଏହି ଶିଖର ସମ୍ମିଳନୀ ପ୍ୟାରିସ ରାଜିନାମାର ପଞ୍ଚମ ବାର୍ଷିକୀର ପ୍ରତୀକ - ଜଳବାୟୁ ପରିବର୍ତ୍ତନ ବିରୋଧରେ ଆମ ଲଢ଼େଇର ସବୁଠୁ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ । ଆଜି, ଆମେ ନିଜ ଦୃଷ୍ଟିକୋଣକୁ ଆହୁରି ଉଚ୍ଚତାକୁ ନେଇଯିବା ପାଇଁ ଚେଷ୍ଟିତ ହେଉଥିବା ବେଳେ, ଆମେ ଅତୀତ ଉପରୁ ନଜର ହଟାଇନେବା ଉଚିତ ନୁହେଁ । ଆମେ କେବଳ ନିଜ ମହତ୍ତ୍ୱାକାଂକ୍ଷାଗୁଡ଼ିକୁ ସଂଶୋଧନ କରିବା ଉଚିତ ନୁହେଁ, ବରଂ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଆଧାରରେ ଆମର ଉପଲବ୍ଧିଗୁଡ଼ିକୁ ମଧ୍ୟ ସମୀକ୍ଷା କରିବା ଆବଶ୍ୟକ । ଏହାପରେ ଯାଇ ଭବିଷ୍ୟତ ପିଢ଼ି ନିମନ୍ତେ ଆମର ସ୍ୱର ବିଶ୍ୱସନୀୟ ହୋଇପାରିବ ।

ମାନ୍ୟବର,

ମୁଁ ବିନମ୍ର ଭାବେ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଭାରତ କେବଳ ନିଜର ପ୍ୟାରିସ ରାଜିନାମା ଲକ୍ଷ୍ୟ ପ୍ରାପ୍ତ କରିବାକୁ ଯାଉନାହିଁ, ବରଂ ଆଶାଠାରୁ ଆହୁରି କିଛି ହାସଲ କରିବାକୁ ଯାଉଛି । ଆମେ 2005 ସ୍ତରରେ ନିଜ ଅଙ୍ଗାରକ ନିର୍ଗମନ ତୀବ୍ରତାକୁ 21% ପର୍ଯ୍ୟନ୍ତ କମାଇ ପାରିଛୁ । ଆମର ସୌରଶକ୍ତି କ୍ଷମତା 2014ରେ 2.63 ଗିଗାୱାଟରୁ ବଢ଼ି 2020ରେ 36 ଗିଗାୱାଟରେ ପହଞ୍ଚିଛି । ଆମର ଅକ୍ଷୟ ଶକ୍ତି କ୍ଷମତା ବିଶ୍ୱରେ ଚତୁର୍ଥ ବୃହତ ରହିଛି ।

ଏହା 2022 ପୂର୍ବରୁ 175 ଗିଗାୱାଟ ପର୍ଯ୍ୟନ୍ତ ପହଞ୍ଚିଯିବ ଏବଂ ଆମ ନିକଟରେ ଏବେ ତତୋଧିକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ରହିଛି - 2030 ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତା 450 ଗିଗାୱାଟ ହୋଇଯିବ । ଆମେ ଆମ ଜଙ୍ଗଲ ଅଞ୍ଚଳ ସମ୍ପ୍ରସାରଣ ଓ ଆମ ଜୈବବିବିଧତାର ସୁରକ୍ଷା ଦିଗରେ ସଫଳତା ହାସଲ କରିଛୁ ଏବଂ ବିଶ୍ୱ ମଞ୍ଚରେ, ଭାରତ ଦୁଇଟି ପ୍ରମୁଖ ପଦକ୍ଷେପରେ ଅଗ୍ରଦୂତ ରହିଛି । ତାହା ହେଉଛି-

- ଅନ୍ତର୍ଜାତୀୟ ସୌର ସଂଗଠନ, ଏବଂ

- ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ।

ମାନ୍ୟବର,

2047ରେ ଭାରତ 100 ବର୍ଷକୁ ଏକ ଆଧୁନିକ, ସ୍ୱାଧୀନ ରାଷ୍ଟ୍ର ରୂପରେ ପାଳନ କରିବ । ଏହି ବିଶ୍ୱର ମୋର ସମସ୍ତ ସାଥୀ ନିବାସୀଙ୍କ ପାଇଁ, ମୁଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ କରୁଛି । 100 ବର୍ଷର ଭାରତ କେବଳ ନିଜ ପାଇଁ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବ ନାହିଁ, ବରଂ ଆପଣଙ୍କ ଆଶାଠାରୁ ଅଧିକ କିଛି କରି ଦେଖାଇବ ।

ଧନ୍ୟବାଦ ।

**********



(Release ID: 1680376) Visitor Counter : 237