ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କରୋନା ସକ୍ରିୟ ମାମଲା ନିରନ୍ତର ଭାବେ ହ୍ରାସ ପାଇ 3.6 ଲକ୍ଷ ତଳକୁ ଖସିଲା

ଦୈନିକ ଆରୋଗ୍ୟ ମାମଲା ବିଗତ 15 ଦିନ ଧରି ଲଗାତର ନୂଆ ମାମଲାଠାରୁ ଅଧିକ ରହୁଛି

ଗତ 7 ଦିନ ହେଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା 500 ତଳେ

Posted On: 12 DEC 2020 12:26PM by PIB Bhubaneshwar

ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ଲଗାତର ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ମୋଟ ସକ୍ରିୟ ମାମଲା 3.6 ଲକ୍ଷ ତଳେ (3,59,819) ରହିଛି ।

ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହେବା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା କମ ହେବା ଦେଶର ମୋଟ କରୋନା ସକ୍ରିୟ ମାମଲା ହ୍ରାସରେ ସହାୟକ ହୋଇପାରିଛି । ଭାରତର ବର୍ତ୍ତମାନ ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର 3.66% ରହିଛି । ଗତ 24 ଘଣ୍ଟାରେ ଦେଶରେ 33,494 ରୋଗୀ ସୁସ୍ଥ ହେବା ପରେ ମୋଟ ସକ୍ରିୟ ମାମଲା 3,930 ହ୍ରାସ ପାଇଛି ।

WhatsApp Image 2020-12-12 at 10.05.34 AM.jpeg

ଗତ ସପ୍ତାହର ଏହି ସ୍ଥିତିକୁ ଦେଖିଲେ ଜଣାପଡ଼ିଛି ଯେ ସର୍ବାଧିକ ପ୍ରଭାବିତ 6ଟି ରାଜ୍ୟରେ ଦୈନିକ ନୂଆ କରୋନା ମାମଲା ହ୍ରାସ ପାଉଛି ।

ଗତ 15 ଦିନ ହେଲା ଦେଶର ଦୈନିକ ନୂଆ କରୋନା ମାମଲା ତୁଳନାରେ ଦୈନିକ ସୁସ୍ଥ ହେଉଥିବା ଲୋକ ସଂଖ୍ୟା ବେଶ ଅଧିକ ରହୁଛି । ଗତ 24 ଘଣ୍ଟାରେ 30,006 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 33,494 ରୋଗୀ ଆରୋଗ୍ୟ ଲାଭ ପରେ ବିଭିନ୍ନ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

WhatsApp Image 2020-12-12 at 10.03.04 AM.jpeg

ସୁସ୍ଥ ରୋଗୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଆଜିକା ଦିନରେ ଆରୋଗ୍ୟ ହାର 94.89%କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକ ସଂଖ୍ୟା 93,24,328ରେ ପହଞ୍ଚିଛି । ସୁସ୍ଥ ରୋଗୀ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ବ୍ୟବଧାନ 89,64,509 ରହିଛି ।

ଗତ 24 ଘଣ୍ଟାରେ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ 74.46% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

କେରଳରେ ଦିନକରେ ସର୍ବାଧିକ 4,748 ରୋଗୀ କରୋନା କବଳରୁ ବାହାରିଛନ୍ତି । ପଶ୍ଚିମବଙ୍ଗରେ 2,873 ଲୋକ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ 2,774 ରୋଗୀ କରୋନାକୁ ହରାଇଛନ୍ତି ।

WhatsApp Image 2020-12-12 at 10.01.11 AM.jpeg

ସେପଟେ 74.16% ନୂଆ ଦୈନିକ ମାମଲା 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

କେରଳରେ ଗତ 24 ଘଣ୍ଟାରେ ସର୍ବାଧିକ 4,642 ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପଛକୁ ଥିବା ମହାରାଷ୍ଟ୍ରରେ 4,268 ନୂଆ ମାମଲା ଚିହ୍ନଟ କରାଯାଇଛି । ପଶ୍ଚିମବଙ୍ଗରେ 2,753 ନୂଆ ମାମଲା ସାମ୍ନାକୁ ଆସିଛି ।

WhatsApp Image 2020-12-12 at 9.58.18 AM.jpeg

ଗତ 24 ଘଣ୍ଟାରେ ଦେଶରେ 442 ରୋଗୀ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ।

ଦୈନିକ ନୂଆ ମୃତ୍ୟୁ ମଧ୍ୟରୁ 78.05% 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ (87 ଜଣ) ମୃତ୍ୟୁ ହୋଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ 60 ଓ 50 ଦୈନିକ ମୃତ୍ୟୁ ରେକର୍ଡ କରାଯାଇଛି ।

WhatsApp Image 2020-12-12 at 9.59.33 AM.jpeg

ଅନେକ ଦିନ ହେଲା ଦେଶରେ ଦୈନିକ କରୋନା ମୃତ୍ୟୁ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ 7 ଦିନରେ ଦୈନିକ ମୃତ୍ୟୁ 500 ତଳେ ରହିଆସୁଛି ।

WhatsApp Image 2020-12-12 at 10.07.46 AM.jpeg

 

**********

 



(Release ID: 1680276) Visitor Counter : 171