କ୍ୟାବିନେଟ

ସ୍ୱାସ୍ଥ୍ୟ ଓ ଔଷଧ ପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

Posted On: 09 DEC 2020 3:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସୁରିନାମ ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତ ସହଯୋଗ ନେଇ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସୁରିନାମ ସାଧାରଣତନ୍ତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ଵାକ୍ଷର ହେବାକୁ ଥିବା ବୁଝାମଣାପତ୍ର ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସହଯୋଗ ଓ ବିକାଶ ବୃଦ୍ଧି ପାଇବ ।  ଦୁଇ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅଭିଜ୍ଞତାର ଆଦାନପ୍ରଦାନ ଓ ପାରସ୍ପରିକ ସହଯୋଗ ଭିତ୍ତିକ ଗବେଷଣା ଯୋଗୁଁ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

ବୁଝାମଣାପତ୍ରର ମୌଳିକ ବୈଶିଷ୍ଟ୍ୟ

(କ)    ଦୁଇ ଦେଶ ମଧ୍ୟରେ ମେଡିକାଲ, ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତାଲିମ ବିନିମୟ

(ଖ)   ମାନବ ସମ୍ବଳ ବିକାଶରେ ସହାୟତା ଓ ସ୍ୱାସ୍ଥ୍ୟ ସୁଧାର କାର୍ଯ୍ୟକ୍ରମ

(ଗ)   ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ମାନବ ସମ୍ବଳର ସ୍ୱଳ୍ପ ମିଆଦି ତାଲିମ

(ଘ)   ଫାର୍ମାସ୍ୟୁଟିକାଲ ମେଡିକାଲ ଉପକରଣ ଓ କସ୍ମେଟିକ୍ସର ନିୟନ୍ତ୍ରଣ ଓ ତଥ୍ୟର        ଆଦାନପ୍ରଦାନ 

(ଙ)   ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ବ୍ୟାବସାୟିକ ବିକାଶର ସୁବିଧା ସୁଯୋଗ

(ଚ)    ଦେଶୀୟ ଔଷଧପତ୍ରର ଆହରଣ ଓ ଔଷଧପତ୍ର ଉତ୍ସରୁ ଯୋଗାଣ ସମ୍ପର୍କୀୟ ସହାୟତା

(ଛ)    ସ୍ୱାସ୍ଥ୍ୟ ଉପକରଣ ଓ ଫାର୍ମାସ୍ୟୁଟିକାଲ ସାମଗ୍ରୀ ଆହରଣ

(ଜ)    ତମାଖୁ ନିୟନ୍ତ୍ରଣ

(ଝ)    ମାନସିକ ସ୍ଵାସ୍ଥ୍ୟର ବିକାଶ

(ଞ)    ମାନସିକ ଅବସାଦର ସଅଳ ଚିହ୍ନଟ ଓ ପରିଚାଳନା

(ଟ)    ଡିଜିଟାଲ ସ୍ୱାସ୍ଥ୍ୟ ଓ ଟେଲିମେଡ଼ିସିନ

(ଠ)    ଉଭୟ ପକ୍ଷର ସହମତିରେ ଆଉ ଯାହା ଆବଶ୍ୟକ

 

**********



(Release ID: 1679481) Visitor Counter : 209