ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 04 DEC 2020 4:32PM by PIB Bhubaneswar

ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ପୁଲିସ ପ୍ରଶାସନ ସୁରକ୍ଷା ଦିଗରେ ଲାକ୍ଷାଦୀପ ପ୍ରଶାସକ ଶ୍ରୀ ଦିନେଶ୍ଵର ଶର୍ମା ମହାଶୟଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ସେ ତାଙ୍କ ପୁଲିସ ଚାକିରି କାଳରେ ଅନେକ ଆତଙ୍କବାଦୀ ନିରୋଧୀ କାର୍ଯ୍ୟକ୍ରମରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ଓମ ଶାନ୍ତି

 

**********


(ରିଲିଜ ଆଡି: 1678400) ପରିଦର୍ଶକ କାଉଣ୍ଟର : 175