ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦୈନିକ ନୂଆ ମାମଲା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଯୋଗୁ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ଧାରା ବଜାୟ ରହିଛି

● ମୋଟ ଆକ୍ରାନ୍ତ ମାମଲାର 4.5% ତଳକୁ ଖସିଲା ସକ୍ରିୟ ମାମଲା

Posted On: 03 DEC 2020 11:25AM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି ଭାରତରେ ଗତ 24 ଘଣ୍ଟାରେ 35,551 ନୂଆ ମାମଲା ସାମନାକୁ ଆସିଥିବା ବେଳେ 40,726 ରୋଗୀ ସୁସ୍ଥ ହୋଇଛନ୍ତି ଫଳରେ ସକ୍ରିୟ ରୋଗୀ ସଂଖ୍ୟା ଗୋଟିଏ ଦିନରେ 5,701 ହ୍ରାସ ପାଇଛି

ବିଗତ 6 ଦିନ ହେଲା ଲଗାତର ଭାବେ ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ସୁସ୍ଥ ରୋଗୀ ସଂଖ୍ୟା ଅଧିକ ହେବାରେ ଲାଗିଛି

WhatsApp Image 2020-12-03 at 10.21.39 AM.jpeg

ଭାରତର ସକ୍ରିୟ କରୋନା ରୋଗୀ ଆଜିକା ଦିନରେ ମୋଟ ଆକ୍ରାନ୍ତଙ୍କର 4.5% ତଳେ ରହିଛି

ଦୈନିକ ନୂଆ ମାମଲାଠାରୁ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଧାରା ଜାରି ରହିଥିବାରୁ ଭାରତର ସକ୍ରିୟ ରୋଗୀ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାକୁ ଲାଗିଛି ଭାରତରେ ଏବେ ସକ୍ରିୟ ରୋଗୀ ସଂଖ୍ୟା 4,22,943କୁ ହ୍ରାସ ପାଇଛି, ଯାହା କି ଦେଶର ମୋଟ ଆକ୍ରାନ୍ତ ମାମଲାର 4.44%

WhatsApp Image 2020-12-03 at 10.24.33 AM.jpeg

ନୂଆ ମାମଲା ଠାରୁ ନୂଆ ସୁସ୍ଥ ସଂଖ୍ୟା ଅଧିକ ହେବା ଫଳରେ ଆଜି ମୋଟାମୋଟି ଆରୋଗ୍ୟ ହାର 94.11%କୁ ହ୍ରାସ ପାଇଛି ବର୍ତ୍ତମାନ ମୋଟ ସୁସ୍ଥ ରୋଗୀ ସଂଖ୍ୟା 89,73,373କୁ ବୃଦ୍ଧି ପାଇଛି ସୁସ୍ଥ ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା 85,50,430 ରହିଛି

ଦେଶରେ ଦୈନିକ ନୂଆ ଆରୋଗ୍ୟ ମାମଲାରୁ 77.64% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି

କେରଳରେ ଦିନକରେ ସର୍ବାଧିକ 5,924 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଦିଲ୍ଲୀରେ 5,329 ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ 3,796 ଜଣ ଆରୋଗ୍ୟ ଲାଭ କରିଛନ୍ତି

WhatsApp Image 2020-12-03 at 10.15.49 AM.jpeg

ଅନ୍ୟପକ୍ଷରେ ଦେଶରେ ଗତ 24 ଘଣ୍ଟାରେ ଦେଖାଦେଇଥିବା ନୂଆ ମାମଲାରେ 75.5% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି

ଗତ 24 ଘଣ୍ଟାରେ କେରଳରେ ସର୍ବାଧିକ 6,316 ମାମଲା ଚିହ୍ନଟ କରାଯାଇଛି ଦିଲ୍ଲୀରେ 3,944 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ 3,350 ନୂଆ ମାମଲା ଚିହ୍ନଟ କରାଯାଇଛି

WhatsApp Image 2020-12-03 at 10.25.21 AM.jpeg

ଦେଶରେ ଦିନକରେ 526 ଜଣଙ୍କ ମୃତ୍ୟୁ ଘଟିଛି ଏଥିରୁ 79.28% 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି

ମହାରାଷ୍ଟ୍ରରେ 24 ଘଣ୍ଟାରେ ସର୍ବାଧିକ 111 ଜଣଙ୍କ ମୃତ୍ୟୁ ଘଟିଛି, ଯାହା ମୋଟ ଦୈନିକ ମୃତ୍ୟୁର 21.10% ଦିଲ୍ଲୀରେ ଦିନକରେ 82 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ 51 ଜଣଙ୍କ ମୃତ୍ୟୁ ହୋଇଛି

WhatsApp Image 2020-12-03 at 10.25.22 AM.jpeg

 

**********



(Release ID: 1678124) Visitor Counter : 216