ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୁରେଭି ବାତ୍ୟା କାରଣରୁ ଉତ୍ପନ୍ନ ସ୍ଥିତି ନେଇ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 DEC 2020 8:11PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳରେ ଘୂର୍ଣ୍ଣିବାତ୍ୟା ବୁରେଭି କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସହିତ ଆଲୋଚନା କରିଛନ୍ତି।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବୁରେଭି ବାତ୍ୟା କାରଣରୁ ରାଜ୍ୟରେ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସହିତ ଆଲୋଚନା କରିଛି। କେରଳକୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରୁଛି ।”
********
(ରିଲିଜ ଆଡି: 1677844)
ପରିଦର୍ଶକ କାଉଣ୍ଟର : 201
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam